Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

Examination / ପୋଲିସ SI ପରୀକ୍ଷାରେ ବିଭ୍ରାଟ ଚକ୍ରାନ୍ତ; ଗିରଫ ହେଲେ ୨ ଦଲାଲ ସମେତ ୧୧୭ ପରୀକ୍ଷାର୍ଥୀ

Smruti Parija
Browse all articles by Smruti Parija
·9 months ago·2 min read
ପୋଲିସ SI ପରୀକ୍ଷାରେ ବିଭ୍ରାଟ ଚକ୍ରାନ୍ତ; ଗିରଫ ହେଲେ ୨ ଦଲାଲ ସମେତ ୧୧୭ ପରୀକ୍ଷାର୍ଥୀ

Key Points

ଫସର ଫାଟିଲା ପୋଲିସ ଏସଆଇ ପରୀକ୍ଷାରେ ବିଭ୍ରାଟ ଚକ୍ରାନ୍ତ
ଗିରଫ ହେଲେ 3 ଦଲାଲ ସମେତ ୧୧୭ ପରୀକ୍ଷାର୍ଥୀ
୩ ଟି ବସରେ ଆନ୍ଧ୍ର ଯାଉଥିବା ବେଳେ ଭାଣ୍ଡାଫୋଡ୍ କଲା ପୋଲିସ
ଜଣେ ପରୀକ୍ଷାର୍ଥୀ ପିଛା ହୋଇଥିଲା ୨୫ ଲକ୍ଷର ଡିଲ
ବାଲେଶ୍ବର ଓ ଭୁବନେଶ୍ବରୁ ୫ ଜଣଙ୍କୁ ଉଠାଇନେଲା ପୋଲିସ
ଅକ୍ଟୋବର ୫ ଓ ୬ ରେ ହେବାକୁ ଥିବା ଏସଆଇ ପରୀକ୍ଷା ବାତିଲ
ଜୋର ଧରିଲା ଆରୋପ- ପ୍ରତ୍ୟାରୋପ ରାଜନୀତି

ଓଡିଶା ପୋଲିସ ରିକ୍ୟୁଟମେଣ୍ଟ ବୋର୍ଡ କରୁଥିବା ପୋଲିସ ଏସଆଇ ପରୀକ୍ଷାକୁ ଭଣ୍ଡୁର କରିବାକୁ ବଡ ଧରଣର ଷଡଯନ୍ତ୍ରର ହୋଇଛି ପରଦାଫାସ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ନେଇ କାମ କରୁଥିବା ରାକେଟର ମୁଳ ପର୍ଯ୍ୟନ୍ତ ଯିବାକୁ ପୋଲିସ ଆରମ୍ଭ କରିଛି ଖୋଳତାଡ । ୩ ଟି ବସରେ ଆଶାୟୀ ଆନ୍ଧ୍ରର ବିଜୟନଗରମ ଯାଉଥିବା ଖବର ପାଇ ପିଛା କରିଥିଲା ବ୍ରହ୍ମପୁର ପୋଲିସ । ବେଶ କିଛି ସମୟ ପିଛା କରିବା ପରେ ଓଡ଼ିଶା- ଆନ୍ଧ୍ର ସୀମା ନିକଟରେ ବାଟ ଓଗାଳିଥିବା ପୋଲିସ ।


ଏହି ତିନୋଟି ବସ ୧୧୪ ପରିକ୍ଷାର୍ଥୀଙ୍କୁ ନେଇ ବରମୁଣ୍ଡାରୁ ବାହାରିଥିଲା । ପୋଲିସର ସୁଚନା ଅନୁସାରେ ଏମାନେ ଯାଉଥିଲେ ବିଜୟନଗରମ । ସାଙ୍ଗରେ ଥିଲେ କିଛି ଦଲାଲ । ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ପୋଲିସ ଏସଆଇ ପରୀକ୍ଷାର ପ୍ରଶ୍ନପତ୍ର ସଂଗ୍ରହ କରି ଫେରିବା ପାଇଁ ପ୍ରସ୍ତୁତ ହୋଇଥିଲା ପ୍ଲାନ । ତେବେ କିଏ ଏହି ରାକେଟର ମାଷ୍ଟର ମାଇଣ୍ଡ । କିଏ ଏତେ ପିଲାଙ୍କୁ ଏକାଠି କରି ବିଜୟନଗରମ ନେଉଥିଲା ସେ ନେଇ ପୋଲିସ ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତୁ ଜଣା ପଡିଛି ପ୍ରତି ପିଲାଙ୍କୁ ୨୫ ଲକ୍ଷ ଲେଖାଁଏ ଦେବାକୁ କୁହାଯାଇଥିଲା । ପ୍ରଥମେ ୧୦ ଲକ୍ଷ ଦେଇଥିବା ଆଶାୟୀ ଚାକିରି ପରେ ଆଉ ୧୫ ଲକ୍ଷ ଦେଇଥାନ୍ତେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏସଆଇ ପରୀକ୍ଷା ଜାଲିଆତି ଲିଙ୍କରେ ଜଳେଶ୍ବରରୁ ୪ ଜଣ ଓ ଭୁବନେଶ୍ବରରୁ ମଧ୍ୟ ଜଣଙ୍କୁ ଉଠାଇ ନେଇଛି ପୋଲିସ । ଏମାନଙ୍କୁ ପଚରା ଉଚରା ଚାଲିଥିବା ବେଳେ ଘଟଣାକୁ ନେଇ ରାଜନୀତି ବି ତେଜିଛି । ବିଜେଡି ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ୧୬ ମାସରେ ୧୬ ଟି ନିଯୁକ୍ତି ପରୀକ୍ଷା ବାତିଲ ହେବା ନେଇ ଅଭିଯୋଗ ଆଣିଥିବା ବେଳେ ନିଯୁକ୍ତି ପରୀକ୍ଷା ଅନିୟମିତତାରେ ଲିପ୍ତ ଥିବା ଚେନକୁ ବ୍ରେକ କରିବା ପାଇଁ ସରକାର କାମ କରୁଛନ୍ତି ବୋଲି କହିଛି ବିଜେପି ।


ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଆଶାୟୀ ମାନଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପୋଲିସ ଏସଆଇ ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି.. କୌଣସି ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ପୂର୍ବରୁ ଏକା ସମୟରେ ଏତ ସଂଖ୍ୟକ ଗରିଫଦାରି ହୋଇ ନ ଥିଲା । ଅଭିଯୋଗ ଆସୁଥିଲେ ବି ଖସିଯାଉଥିଲେ ନିଯୁକ୍ତି ପରୀକ୍ଷାର ଦଲାଲ । ଓଡିଶା ଷ୍ଟାପ ସିଲେକସନ କମିଶନ ପରିଚାଳନା କରୁଥିବା ଜେଇ ସିଭିଲ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ମାମଲାରେ ୨୦୨୩ରେ ଓଡଶା ପଶ୍ଚିମ ବଙ୍ଗ ସୀମାରୁ ୨୫ ଜଣଙ୍କୁ ଗିରଫ କରିଥିଲା ବାଲେଶ୍ବର ପୋଲିସ ।


Sponsored
Examination | police-si-exam-scam-117-candidates-including-3-brokers-arrested | Argus News