Ashish Vidyarthi Accident / ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତା, କହିଲେ ଭୁଲ୍ ଖବର ପ୍ରସାରଣ କରନ୍ତୁ ନାହିଁ
·6 months ago·2 min read

Key Points
ସଡ଼କ ଦୁର୍ଘଟଣାରେ ଅଭିନେତା ଆଶିଷ ବିଦ୍ୟାର୍ଥୀ ଓ ତାଙ୍କ ପତ୍ନୀ ଆହତ
ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କଥା ଭାଇରାଲ
ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କଥା ଭାଇରାଲ
ନିଜ ପତ୍ନୀଙ୍କୁ ଧରି ରାସ୍ତା ପାର ହେଉଥିଲେ ଅଭିନେତା। ହଠାତ୍ ପଛପଟୁ ଏକ ବାଇକ୍ ଆସି ପିଟିଦେଲା। ଯାହା ଫଳରେ ଗୁରୁତର ଆହତ ହୋଇଛନ୍ତି ଅଭିନେତା ଏବଂ ତାଙ୍କ ପତ୍ନୀ। ଆଶିଷ ବିଦ୍ୟାର୍ଥୀ ଓ ତାଙ୍କ ପତ୍ନୀ ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି। ହିନ୍ଦୀ ଫିଲ୍ମ ‘ଦ୍ରୋହକାଲ’ରେ ଆଶିଷ ବିଦ୍ୟାର୍ଥୀଙ୍କୁ ପରିଚୟ ମିଳିଥିଲା। ସେ ତାଙ୍କର ପ୍ରଭାବଶାଳୀ ଖଳନାୟକ ଓ ଚରିତ୍ର ଭୂମିକା ଲାଗି ବେଶ୍ ଜଣାଶୁଣା । ‘୧୯୪୨ ଏ ଲଭ ଷ୍ଟୋରୀ’, ‘ବାସ୍ତବ’, ‘କହୋନା ପ୍ୟାର ହୈ’, ‘ବର୍ଫି’ ଓ ‘ହାଇଦର’ ଭଳି ଫିଲ୍ମରେ ତାଙ୍କ ଅଭିନୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।
ଅଭିନୟ ବ୍ୟତୀତ ଆଶିଷ ବିଦ୍ୟାର୍ଥୀ ଜଣେ ମୋଟିଭେସନାଲ ସ୍ପିକର ଓ ଫୁଡ ଟ୍ରାଭେଲ ବ୍ଲଗର ଭାବେ ମଧ୍ୟ ଜଣାଶୁଣା। ତାଙ୍କର ଅନେକ ଫ୍ୟାନ ଫଲୋର୍ସ ରହିଛନ୍ତି। ତାଙ୍କ ଅଭିନୟ ହେଉ ଅବା ତାଙ୍କ ବ୍ଲଗ ସମସ୍ତେ ଦେଖନ୍ତି। ତେଣୁ ତାଙ୍କ ଆହତ ଖବର ଶୁଣି ତାଙ୍କ ଫ୍ୟାନ୍ସ ସବୁ ଚିନ୍ତାରେ। ଏହା କେମିତି ହେଲା, ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ଜାଣିବାକୁ ଚାହୁଁଛନ୍ତି।ରୁପାଲୀ ବିଦ୍ୟାର୍ଥୀ ଆସାମର ଜଣେ ଜଣାଶୁଣା ଫ୍ୟାସନ ଉଦ୍ୟୋଗୀ। ଆଶିଷ ବିଦ୍ୟାର୍ଥୀ ୨୦୨୩ ମସିହାରେ ତାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏହା ପୂର୍ବରୁ ଅଭିନେତା ପିଲୁ ରାଜୋସୀଙ୍କୁ ବିବାହ କରିଥିଲେ। ୨୦୨୨ ମସିହାରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଆଶିଷ ବିଦ୍ୟାର୍ଥୀ ଦୀର୍ଘ ୪ ଦଶନ୍ଧୀରୁ ଅଧିକ କାଳ ହେଲା ରୂପେଲି ପରଦାରେ ଛାଇ ରହିଛନ୍ତି। ସେ ୧୧ରୁ ଅଧିକ ଭାଷାରେ ପାଖାପାଖି ୩୦୦ଟି ଫିଲ୍ମରେ ଅଭିନୟ କରିଛନ୍ତି। ୧୯୮୬ ମସିହାରେ କନ୍ନଡ ଫିଲ୍ମ ‘ଆନନ୍ଦ’ରୁ ଆଶିଷ ବିଦ୍ୟାର୍ଥୀଙ୍କ ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା।
ଏଥିସହ ପଢ଼ନ୍ତୁ: ସବୁ ସାରିଦେଲା AI, ନିଜ ମାଲିକକୁ ପିନ୍ଧାଇଦେଲା ବିକିନି
ଏହି ଦୁର୍ଘଟଣା ଶୁକ୍ରବାର ବିଳମ୍ବିତ ରାତ୍ରିରେ ଜୁ ରୋଡ ଅଞ୍ଚଳରେ ଥିବା ‘ଦି ଗୌହାଟୀ ଆଡ୍ରେସ୍’ ହୋଟେଲ ସମ୍ମୁଖ ରୋଡରେ ହୋଇଛି। ଦମ୍ପତ୍ତି ହୋଟେଲରେ ଡିନର କରିବା ପରେ ବାହାରକୁ ଆସି ରାସ୍ତା ପାର କରୁଥିବା ବେଳେ ଏକ ଦ୍ରୁତବେଗରେ ଆସୁଥିବା ମୋଟର ସାଇକେଲ ସେମାନଙ୍କୁ ଧକ୍କା ଦେଇଛି ।ଏହି ଦୁର୍ଘଟଣାରେ ଅଭିନେତା ଓ ତାଙ୍କ ପତ୍ନୀ ଉଭୟ ଆହତ ହୋଇଛନ୍ତି। ଆଖପାଖରେ ଥିବା ଲୋକେ ତୁରନ୍ତ ସେମାନଙ୍କୁ ସହାୟତା କରିଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ। ଏହି ଦୁର୍ଘଟଣାରେ ମୋଟର ସାଇକେଲ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛି। ସୂଚନା ପାଇ ଗିତାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରୁପାଲୀ ବରୁଆ ଓ ଆଶିଷ ବିଦ୍ୟାର୍ଥୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ଦୁହେଁ ଏବେବି ହସ୍ପିଟାଲରେ ଅଛନ୍ତି।
ଆଶିଷ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲାଇଭ୍ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି, "ମୈଁ ଏକ ଆଜିବ ଟାଇମ୍ ପର ଲାଇଭ୍ କର ରହା ହୁଁ, ଆପଣ ସମସ୍ତଙ୍କୁ ଜଣାଇବା ପାଇଁ। କାରଣ ମୈଁ ଅଭି ଦେଖ ରହା ହୁଁ ବହୁତ୍ ସେ ନ୍ୟୁଜ୍ ଚ୍ୟାନେଲ୍ ମେଁ କ୍ୟା କ୍ୟା ଆ ରହା ହୁଏ। ଗତକାଲି ମୁଁ ଏବଂ ରୂପାଲି ରାସ୍ତା ପାର ହେଉଥିଲୁ ଏବଂ ଏକ ବାଇକ୍ ଆମକୁ ଧକ୍କା ଦେଲା। ଆମେ ଦୁହେଁ ଭଲ ଅଛୁ। ରୂପାଲି ନିରୀକ୍ଷଣରେ ଅଛି। ସବୁ ଠିକ୍ ଅଛି, ମୁଁ ଭଲ ଅଛି। ଛୋଟା ସା ଛୋଟ ଆୟା ହେ... କିନ୍ତୁ ସମ୍ପୂର୍ଣ୍ଣ ଠିକ୍ ଅଛି । ଦୟାକରି କୌଣସି ମିଛ ଖବର ପ୍ରସାରଣ ନକରନ୍ତୁ ବୋଲି ନିବେଦନ କରିଛନ୍ତି ଅଭିନେତା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories