Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood News / କରିସ୍ମାଙ୍କୁ ପ୍ରେମ କରୁଥିଲେ ଅକ୍ଷୟ ଖନ୍ନା, ମାଆ ବବିତାଙ୍କ ଯୋଗୁଁ ଭାଙ୍ଗିଯାଇଥିଲା ସମ୍ପର୍କ

Ritu Das
Browse all articles by Ritu Das
·7 months ago·3 min read
କରିସ୍ମାଙ୍କୁ ପ୍ରେମ କରୁଥିଲେ ଅକ୍ଷୟ ଖନ୍ନା, ମାଆ ବବିତାଙ୍କ ଯୋଗୁଁ ଭାଙ୍ଗିଯାଇଥିଲା ସମ୍ପର୍କ
Akshya

Key Points

ଭିଡିଓରେ ଅକ୍ଷୟ ଖନ୍ନା ଦୁଲହନ କରିସ୍ମା କପୁରଙ୍କୁ ବିବାହର ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ହାତକୁ କିସ୍‌ କରୁଥିବାର ଦେଖିବାକୁ ମିଳିଛି। ଏମିତି ଗୋଟିଏ ସମୟ ଥିଲା ସେତେବେଳେ ବହୁ ଜୋରସେ ଚର୍ଚ୍ଚା ହୋଇଥିଲା ଯେ, ଅକ୍ଷୟ କରିସ୍ମାଙ୍କୁ ବିବାହ କରିବେ।
ଏବେ ଚାରିଆଡେ ବଲିଉଡ ଅଭିନେତା ଅକ୍ଷୟ ଖନ୍ନାଙ୍କ କ୍ରେଜ। ଅକ୍ଷୟ ଖନ୍ନା ବର୍ତ୍ତମାନ ଆଦିତ୍ୟ ଧରଙ୍କ ଫିଲ୍ମରେ ଶାନଦାର ପ୍ରଦର୍ଶନ କରି ସୋସିଆଲ ମିଡିଆରେ ଧମାଲ ମଚାଇଛନ୍ତି। ଏହି ହଲଚଲ ଭିତରେ କିଛି ପୁରୁଣା ବିବାଦୀୟ ଭିଡିଓ ଭାଇରାଲ ହେଉଛି। ଏଥିମଧ୍ୟରୁ ଗୋଟିଏ ଭିଡିଓ ଫ୍ୟାନ୍ସଙ୍କୁ ଆକର୍ଷିତ କରିଛି। ଯେଉଁଥିରେ ଅକ୍ଷୟ ଅଭିନେତ୍ରୀ କରିସ୍ମା କପୁରଙ୍କ ବିବାହ ଫଙ୍କସନରେ ନଜର ଆସିଛନ୍ତି।

ଭିଡିଓରେ ଅକ୍ଷୟ ଖନ୍ନା ଦୁଲହନ କରିସ୍ମା କପୁରଙ୍କୁ ବିବାହର ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ହାତକୁ କିସ୍‌ କରୁଥିବାର ଦେଖିବାକୁ ମିଳିଛି। ଏମିତି ଗୋଟିଏ ସମୟ ଥିଲା ସେତେବେଳେ ବହୁ ଜୋରସେ ଚର୍ଚ୍ଚା ହୋଇଥିଲା ଯେ, ଅକ୍ଷୟ କରିସ୍ମାଙ୍କୁ ବିବାହ କରିବେ। ଏହି ଚର୍ଚ୍ଚା ସେତେବେଳେ ହୋଇଥିଲା ଯେତେବେଳେ କରିସ୍ମା ନିଜ କ୍ୟାରିୟରରେ ପୁରା ପିକ୍‌ରେ ଥିଲେ। କୁହାଯାଉଥିଲା ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ସହ ବ୍ରେକ ଅପ କରିବାପରେ କରିସ୍ମା ଅକ୍ଷୟ ଖନ୍ନାଙ୍କ ସହ ଖୁବ ନିକଟତର ହୋଇଯାଇଥିଲେ। କିନ୍ତୁ ନା ଅକ୍ଷୟ ନା କରିସ୍ମା କେହି ବି ଉଭୟଙ୍କ ସମ୍ପର୍କକୁ ନେଇ କେଉଁଠାରେ ବି ମୁହଁ ଖୋଲି ନାହାନ୍ତି। ନା କେବେ ସମ୍ପର୍କ ଥିଲା ବୋଲି ଗ୍ରହଣ କରି ନାହାନ୍ତି।



ସେହି ସମୟରେ ବହୁ ରିପୋର୍ଟରେ ଦାବି କରାଯାଉଥିଲା ଯେ, କରିସ୍ମାଙ୍କ ବାପା ରନ୍ଧିର କପୁର ଉଭୟଙ୍କ ବିବାହ କରିବାକୁ ଚାହୁଁଥିଲେ। ସେ ବରିଷ୍ଠ ଅଭିନେତା ଅକ୍ଷୟଙ୍କ ପିତା ବିନୋଦ ଖନ୍ନାଙ୍କ ସହ କଥା ମଧ୍ୟ ହୋଇଥିଲେ। ଏକ ମିଡିଆ ରିପୋର୍ଟ ଅନୁସାରେ କରିସ୍ମାଙ୍କ ମା' ବବିତା କପୁର ଏହି ବିବାହ ପ୍ରସ୍ତାବରେ ଖୁସି ନ ଥିଲେ। କାରଣ ସେ ଚାହୁଁ ନ ଥିଲେ କରିସ୍ମା ଯେତେବେଳେ ତାଙ୍କ କ୍ୟାରିୟରରେ ଶିଖରରେ ଥିଲେ। ସେ ସେହି ସମୟରେ ବିବାହ କରନ୍ତୁ ବୋଲି ତାଙ୍କ ମା' ଆଦୌ ଚାହୁଁ ନ ଥିଲେ।



କରିସ୍ମା ୯୦ ଦଶକର ସଫଳ ଅଭିନେତ୍ରୀ ଥିବାବେଳେ ତାଙ୍କ ପ୍ରେମରେ ପୁରା ବଲିଉଡରେ ଦିଓ୍ବାନା ଥିଲେ। ଅଭିଷେକ ବଚ୍ଚନଙ୍କ ସହ କରିସ୍ମାଙ୍କର ନିର୍ବନ୍ଧ ମଧ୍ୟ ସରିଥିଲା। ଯାହାର ଘୋଷଣା ଜୟା ବଚ୍ଚନ ଅଫିସିଆଲି ଘୋଷଣା ମଧ୍ୟ କରିଥିଲେ। କିନ୍ତୁ ପରେ ନିର୍ବନ୍ଧ ଭାଙ୍ଗିଯାଇଥିଲା। ଏହାପରେ କରିସ୍ମା ୨୦୦୩ ମସିହାରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ଦୁଇଜଣଙ୍କର ଦୁଇ ସନ୍ତାନ ଅଛନ୍ତି। ୨୦୧୪ ମସିହାରେ କୌଣସି କାରଣରୁ ଉଭୟ ଛାଡ଼ପତ୍ର ଦେଇଥିଲେ। କରିସ୍ମାଙ୍କୁ ଛାଡ଼ିବାପରେ ସଞ୍ଜୟ ପ୍ରିୟା ସଚ୍ଚଦେବଙ୍କ ସହ ଦ୍ବିତୀୟ ବିବାହ କରିଥିଲେ। କିନ୍ତୁ କରିସ୍ମା ଆଉ ବିବାହ ନ କରି ସିଙ୍ଗଳ ମଦର ଭାବେ ନିଜ କ୍ୟାରିୟରକୁ ପୁଣି ଫୋକସ କରିଥିଲେ।

ପ୍ରକାଶ ଥାଉ କି, କରିସ୍ମାଙ୍କ ଏକ୍ସ ସ୍ବାମୀ ସଞ୍ଜୟ କପୁର ୨୦୨୫ ମସିହା ଜୁନ ୧୨ ତାରିଖରେ ଇଂଲଣ୍ଡରେ ପୋଲୋ ଖେଳୁଥିବାବେଳେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ସେ ଯିବା ପରେ ୩୦,ooo କୋଟିର ସମ୍ପତ୍ତି ଛାଡ଼ି ଯାଇଛନ୍ତି। ଏବେ ଏହି ସମ୍ପତ୍ତି କିଏ କେତେ ଭାଗ ପାଇବ ବୋଲି କୋର୍ଟରେ ମାମଲା ଚାଲିଛି। ହେଲେ ଆଜି ବି ଅକ୍ଷୟ ଖନ୍ନା ୫୦ ବର୍ଷରେ ମଧ୍ୟ ଏକୁଟିଆ ଜୀବନଯାପନ କରୁଛନ୍ତି। ଅକ୍ଷୟ ଏକ ପୁରୁଣା ଇଣ୍ଟରଭ୍ୟୁରେ କହିଛନ୍ତି ମୁଁ ସବୁବେଳେ କାହା ସହ ସବୁଦିନ ରହିପାରିବିନି। ମୁଁ ଏକୁଟିଆ ଖୁସି ଅଛି। ବନ୍ଧନ ମୋତେ ଅଣନିଃଶ୍ବାସୀ ପରି ଅନୁଭବ ହୁଏ। ମୁଁ ମୋ ଜୀବନରେ ବହୁତ ଶାନ୍ତି ଏବଂ ଖୁସିରେ ଅଛି। ଯାହାପ୍ରତି ଯାହା ଭାବନା ଥିଲା ତାକୁ ବହୁତ ପଛରେ ଛାଡ଼ିଆସିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why Akshaye Khanna and Karisma Kapoor’s Love Story Failed | Argus News