|
logo
Live
Argus News App
GET APP

Argus News - ଦିନେ ରାଜପାଲଙ୍କ ପରି ଭୋଗିଥିଲେ ଅମିତାଭ ବଚ୍ଚନ

Entertainment

Bollywood struggle story / ଦିନେ ରାଜପାଲଙ୍କ ପରି ଭୋଗିଥିଲେ ଅମିତାଭ ବଚ୍ଚନ

Ritu Das
Browse all articles by Ritu Das
·1 month ago·2 min read
ଦିନେ ରାଜପାଲଙ୍କ ପରି ଭୋଗିଥିଲେ ଅମିତାଭ ବଚ୍ଚନ
India

Key Points

ଯିଏ ବଲିଉଡରେ ଦିୱାର୍‍ , ଜଞ୍ଜିର୍ , ଡନ୍ , ଅମର ଆକବର ଆଣ୍ଟୋନି ଭଳି ସୁପରହିଟ୍ ମୁଭି ଦର୍ଶକମାନଙ୍କୁ ଭେଟି ଦେଇଥିଲେ, ସେ ବି ଦିନେ ୯୦ କୋଟିର ଋଣ ନେଇ ଫସିଥିଲେ ।
ଆର୍ଥିକ ସଙ୍କଟରେ ଫସି ବଲିଉଡ କମେଡିଆନ ରାଜପାଲ ଯାଦବ ଏବେ ତିହାଡ ଜେଲରେ ସଜ୍ଜା କାଟୁଛନ୍ତି । ୫ କୋଟିର ଋଣ ପରିଶୋଧ ନ କରିପାରିବାରୁ କୋର୍ଟ ତାଙ୍କୁ ତିହାଡ ଜେଲ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଦିନେ ରାଜପାଲଙ୍କ ଭଳି ବଲିଉଡର ୮୦ ଦଶକର ଶ୍ରେଷ୍ଠ ଅଭିନେତା ବିଗ୍ ବି ଅମିତାଭ ବଚ୍ଚନଙ୍କୁ ମଧ୍ୟ ଏମିତି ପରିସ୍ଥିତି ଦେଇ ଯିବାକୁ ପଡିଥିଲା । ଅତ୍ୟଧିକ ମାନସିକ ଚାପ ଆଉ ଚିନ୍ତାଗ୍ରସ୍ତ ଅବସ୍ଥାରେ ସେ ଦେବାଳିଆ ପରିସ୍ଥିତିକୁ ଗତି କରିଥିଲେ ।

ଯିଏ ବଲିଉଡରେ ଦିୱାର୍‍ , ଜଞ୍ଜିର୍ , ଡନ୍ , ଅମର ଆକବର ଆଣ୍ଟୋନି ଭଳି ସୁପରହିଟ୍ ମୁଭି ଦର୍ଶକମାନଙ୍କୁ ଭେଟି ଦେଇଥିଲେ, ସେ ବି ଦିନେ ୯୦ କୋଟିର ଋଣ ନେଇ ଫସିଥିଲେ ।

ତାଙ୍କର କମ୍ପାନୀ ଅମିତାଭ ବଚ୍ଚନ କର୍ପୋରେଟ୍ ଲିମିଟେଡ୍ (ABCL) ମିସ୍ ୱାର୍ଲ଼୍ ପ୍ରତିଯୋଗିତାର ପରିଚାଳନା କରି ଅନେକ କ୍ଷତି ସହିଥିଲା । ସେହି ସମୟରେ ତାଙ୍କ ବିରୋଦ୍ଧରେ ୫୫ଟି କେସ୍ ଫାଇଲ୍ କରାଯାଇଥିଲା । ଦିନେ ଯିଏ ସମସ୍ତଙ୍କ ପାଇଁ ସୁପରଷ୍ଟାର ଥିଲେ, ସେ କିଛି ଲୋକଙ୍କ ପାଇଁ ଭିଲିଆନ୍ ପାଲଟି ଯାଇଥିଲେ । ବିଶେଷ କରି ଋଣଦାତାଙ୍କ ପାଇଁ ହିଁ ମୁଖ୍ୟ ଖଳନାୟକ ପାଲଟି ଯାଇଥିଲେ ଅମିତାଭ।



୧୯୯୫ରେ ଆରମ୍ଭ ହୋଇଥିବା ଅମିତାଭଙ୍କ ଏହି ନିଜସ୍ଵ କମ୍ପାନୀ, ନିଜର ଭୁଲ ପରିଚାଳନା ପାଇଁ ଏମିତି ଅବସ୍ଥା ଭୋଗିଥିଲା । ୧୯୯୬ରେ ଏହାର ପ୍ରଡକ୍ସନ ଥିଲା, 'ତେରେ ମେରେ ସପ୍‌ନେ' । ଯାହା ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା । ଅନେକ ଭଲ କଳାକାର ଏହି ଫିଲ୍ମରେ କାମ କରି ନିଜର ପରିଚୟ ସୃଷ୍ଟି କରିଥିଲେ । ଏହାପରେ ଅନେକ କମର୍ସିଆଲ ଫିଲ୍ମ, ଅଡିଓ କ୍ୟାସେଟ୍ ଏବଂ ଭିଡିଓ ଡିସ୍କ, ଟେଲିଭିଜନ ସଫ୍ଟୱେରର ମାର୍କେଟିଂ ସହ ଅନେକ ଇଭେଣ୍ଟର ପରିଚାଳନା କରଥିଲେ । ଏଥିସହ ଏହା ବାଙ୍ଗାଲୋରରେ ମିସ୍ ୱାର୍ଲ୍ଡ 1996 ପ୍ରତିଯୋଗିତାର ଆୟୋଜନ କରିଥିଲା।
ତେବେ ଏହି ପ୍ରଡକ୍ସନ ହାଉସର ଅନେକ ପ୍ରୋଜେକ୍ଟ ଲସ୍ ହୋଇଥିଲା । ଯାହାକୁ ନେଇ ୧୯୯୯ରେ ଅମିତାଭ ୯୦କୋଟି ଋଣଭାରରେ ମାନସିକ ଚାପରେ ରହିଥିଲେ । ହେଲେ ଅମିତାଭ ହାର ନମାନି ଲଢିଥିଲେ । ଅନେକ ଭଲ ଫିଲ୍ମରେ ଅଭିନୟ କରି ନିଜର ଦବଦବା ଦେଖାଇଥିଲେ। ଆଉ ଏହି ସମୟରେ ତାଙ୍କର ସାଙ୍ଗ ଅମର ସିଂ ତାଙ୍କୁ ଖୁବ୍ ସହଯୋଗ କରିଥିଲେ । ଅନିଲ ଅମ୍ବାନୀଙ୍କ ଭଳି କୋଟିପତି ବ୍ୟବସାୟୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ, ଆଉ ବଚ୍ଚନ ନିଜେ ମଧ୍ୟ ନିଜ କାମ ଜରିଆରେ ଋଣ ପରିଶୋଧ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏଥିସହ ପଢ଼ନ୍ତୁ: ଶେଷରେ ରାଜପାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ୍, ଡିପୋଜିଟ୍‌ କଲେ ଏତିକି ଟଙ୍କା...

ପରେ ତାଙ୍କର ଭେଟ ହୋଇଥିଲା ୟଶ୍ ଚୋପ୍ରାଙ୍କ ସହ । ଆଉ ମୋହବ୍ବତେ ଭଳି ମୁଭିରେ କାମ କରିବାର ସୁଯୋଗ ମିଳିଥିଲା । ୨୦୦୦ରେ ସେ କୌନ ବନେଗା କରୋଡପତିର ହୋଷ୍ଟ କରିବା ଆରମ୍ଭ କରିଥିଲେ । ଆଉ ଖୁବଶୀଘ୍ର ସେ ନିଜର ଋଣ ପରିଶୋଧ କରିବା ଏବଂ ନିଜ କମ୍ପାନୀ ଏବଂ ସମ୍ମାନ ରକ୍ଷା କରିବା ପାଇଁ ଯଥେଷ୍ଟ ରୋଜଗାର କରିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bollywood struggle story: ଦିନେ ରାଜପାଲଙ୍କ ପରି ଭୋଗିଥିଲେ ଅମିତାଭ ବଚ୍ଚନ | Argus News