Amitabh Bachchan / ୮୩ ବର୍ଷରେ ପାଦ ଦେଇଛନ୍ତି ବିଗ୍ ବି ଅମିତାଭ

Key Points
୮୩ ବର୍ଷରେ ପାଦ ଦେଇଛନ୍ତି ବିଗ୍ ବି ଅମିତାଭ ।
ଗୋଟିଏ ନାଁ କିନ୍ତୁ ସାଉଁଟିଛନ୍ତି ଅନେକ ଚରିତ୍ର ଓ ଅନେକ ପରିଚୟ ।
୧୯୬୯ ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ ।
ବଡ଼ ପରଦାର ସୁପରଷ୍ଟାର । କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ୍ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ଼ରେ । ତାଙ୍କ ସ୍ମୃତିକୁ ସାଉଁଟି ଧରିଛନ୍ତି ତାଙ୍କର ପ୍ରତିଟି ଦର୍ଶକ । ଆଜି ସେମିତି ଜଣେ ନାୟକଙ୍କ ଜନ୍ମଦିନ ସେ ହେଉଛନ୍ତି ବିଗ ବି, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ୮୩ ବର୍ଷରେ ପାଦ ଦେଇଛନ୍ତି ବିଗ୍ ବି ଅମିତାଭ । ଗୋଟିଏ ନାଁ କିନ୍ତୁ ସାଉଁଟିଛନ୍ତି ଅନେକ ଚରିତ୍ର ଓ ଅନେକ ପରିଚୟ ।
୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ । ବହୁ ଉତଥାନ ଓ ପତ୍ତନ ନେଇ ସଫଳତାର ଶୀର୍ଷକୁ ଛୁଇଁଛନ୍ତି ଅମିତାଭ । ୮୩ ବର୍ଷରେ ପହଞ୍ଚିଥିଲେ ମଧ୍ୟ ପ୍ରଶସଂକଙ୍କ ମୁହଁରେ ହସ ଫୁଟାଇବାକୁ ଭୁଲନ୍ତନି । ଆଜି ବି ସୁଟିଂ ସେଟରେ କାମ ସାରି ବିଳମ୍ବରେ ଘରକୁ ଯାଇଥାନ୍ତି ଅମିତାଭ । ଏସବୁ କରିବା ପଛରେ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦର୍ଶକଙ୍କ ମୁହଁରେ ହସ ଫୁଟାଇବା ଏବଂ ଦଶର୍କଙ୍କୁ କେବେ ନିରାଶ ନ କରିବା ।
କିଏ କହେ ତାଙ୍କୁ ଅଲ୍ ଟାଇମ୍ ଏଙ୍ଗ୍ରି ମ୍ୟାନ୍ ତ କେହି କେହି କୁହନ୍ତି ବଲିଉଡ୍ ଶେହେନସା । ୧୯୬୯ ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ । ତାପରେ ୨-୩ ଫ୍ଲପ୍ ସିନେମାରେ ନଜର ଆସିଥିଲେ । କାମ ପାଇ ନଥିଲେ ଅମିତାଭ । ଯେତେବେଳେ ବୟସ ୩୦ ହୋଇଥିଲା ସେତେବେଳକୁ ୧୨ଟି ଫିଲ୍ମରେ ଅଭିନୟ କରିଥିଲେ । ସେଥିରୁ ହିଟ୍ ହୋଇଥିଲା ମାତ୍ର ୨ଟି । ଗୋଟିଏ ବମ୍ବେ ଟୁ ଗୋଆ ଓ ଅନ୍ୟଟି ଆନନ୍ଦ । ଫିଲ୍ମ ଆନନ୍ଦରେ ତତ୍କାଳୀନ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ସେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆଓ୍ଵାର୍ଡ ।
ଏଥିସହ ପଢ଼ନ୍ତୁ: ମୋହନଲାଲଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
📱 Get Argus News App
✨୧୯୭୩ରେ ରିଲିଜ ଫିଲ୍ମ ଜଞ୍ଜିରରୁ ସଫଳତାର ସିଡି ଚଢ଼ିଥିଲେ ବିଗ୍ ବି । ନିର୍ଦ୍ଦେଶକ ପ୍ରକାଶ ମେହେରାଙ୍କ କ୍ରାଇମ୍ ଥ୍ରୀଲର୍ ଜଞ୍ଜିର ସିନେମାରେ ପୋଲିସ ଇନିସପେକ୍ଟର ବିଜୟ ଭୂମିକାରେ ଅଭିନୟ କରି ବଲିଉଡରେ ଆଙ୍ଗ୍ରି ୟଙ୍ଗମ୍ୟାନ୍ ଧାରା ସୃଷ୍ଟି କରିଥିଲେ । ରାତାରାତି ପାଲଟିଗଲେ ସୁପରଷ୍ଟାର୍ । ଜଞ୍ଜିର ପରେ ଆଉ ପଛକୁ ଫେରି ନାହାଁନ୍ତି ଅମିତାଭ ବଚ୍ଚନ । ବଲିଉଡକୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ବିଗଙ୍କ କ୍ୟାରିୟରକୁ ଆଉ ପାଦେ ଆଗକୁ ନେଇଥିଲା ଫିଲ୍ମ ଦିଓ୍ଵାର । ସେଥିରେ ଅମିତାଭଙ୍କ ଆକ୍ସନ ଓ ଦମଦାର ଡାଏଲଗ୍ ଆଜି ବି ଦର୍ଶକଙ୍କ ହୃଦୟରେ ତାଜା ରହିଛି । ଅମର ଆକବର ଆନ୍ଥୋନୀ ତାଙ୍କ କ୍ୟାରିୟରର ଅନ୍ୟତମ ସୁପର ହିଟ୍ ଫିଲ୍ମ । ଦମଦାର ଅଭିନୟ ପାଇଁ ପ୍ରଥମ ଥର ଫିଲ୍ମ ଫେୟାର ଆଓ୍ଵାର୍ଡ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।
ବଡ଼ ପରଦା ସହ ଛୋଟ ପରଦାରେ ବି ଲୋକପ୍ରିୟତା ସାଉଁଟିଛନ୍ତି ବିଗ୍ ବି । ରିଆଲିଟି ସୋ କୌନ ବନେଗା କରୋଡ ପତି ସିରିଜର ହୋଷ୍ଟ ସିଟରେ ଅଛନ୍ତି । ତାଙ୍କର ଉପସ୍ଥାପନା ଶୈଳୀକୁ ମିଳୁଛି ଢେର ପ୍ରଶଂସା। ବଳିଷ୍ଠ ଓ ବାସ୍ତବବାଦୀ ଅଭିନୟ ଘରେ ଘରେ ପରିଚିତ କରାଇଛି । ଚାରି ଚାରି ଥର ପାଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୧୯୮୪ରେ ପଦ୍ମଶ୍ରୀ ଓ ୨୦୧୫ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ବି ହୋଇଛନ୍ତି । ବିଗ୍ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନକୁ ନେଇ ଦର୍ଶକଙ୍କ ପାଖରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories