Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସବ୍ୟସାଚୀଙ୍କ ଘରକୁ ଆସିଲା କୁନି ପୁଅ, ମିଠା ବାଣ୍ଟି ଖୁସି ଜଣାଇଲେ ପରିବାର

Entertainment

Archita Becomes a Mother / ସବ୍ୟସାଚୀଙ୍କ ଘରକୁ ଆସିଲା କୁନି ପୁଅ, ମିଠା ବାଣ୍ଟି ଖୁସି ଜଣାଇଲେ ପରିବାର

Banajyotshna Ray
Browse all articles by Banajyotshna Ray
·3 months ago·2 min read
ସବ୍ୟସାଚୀଙ୍କ ଘରକୁ ଆସିଲା କୁନି ପୁଅ, ମିଠା ବାଣ୍ଟି ଖୁସି ଜଣାଇଲେ ପରିବାର
Archita

Key Points

ମା' ହେଲେ ଅର୍ଚ୍ଚତା 
ଘରକୁ ଆସିଲା କୁନି ପୁଅ
ମା' ହେଲେ ଓଲିଉଡ ହିରୋଇନ ଅର୍ଚ୍ଚିତା। ଘରକୁ ଆସିଲା ଖୁସି ଖବର। ଅର୍ଚ୍ଚିତା ଏବଂ ସବ୍ୟସାଚୀ ହେଲେ ପିତା ମାତା। ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଅର୍ଚ୍ଚିତା। ଏଖବର ପରେ ସବୁଠି ଖୁସିର ମାହୋଲ। ଓଲିଉଡର ସବୁ ଅଭିନେତା ଓ ଅଭିନେତ୍ରୀ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତ କିଛି ଦିନ ର୍ପୂବରୁ ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କ ଫ୍ୟାନ୍ସମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଏହି ଖୁସି ଖବରକୁ ସେ କିଛି ଭିନ୍ନ ଉପାୟରେ ଫ୍ୟାନ୍ସମାନଙ୍କୁ ସେୟାର କରିଛନ୍ତି । ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଅର୍ଚ୍ଚିତା ଗର୍ଭବତୀ ଥିବା ଘୋଷଣା କରିଥିଲେ । ସୋସିଆଲ ମିଡିଆରେ ସ୍ପେସାଲ ଭିଡିଓ ସେୟାର କରି ସେମାନଙ୍କ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ବିବାହର ୫ ବର୍ଷ ପରେ ଉଭୟ ପ୍ରଥମ ସନ୍ତାନର ପିତାମାତା ହୋଇଛନ୍ତି ଉଭୟ । ଏହି ଖବର ଆସିବା ମାତ୍ରେ ଫ୍ୟାନ୍ସ ମାନେ ତାଙ୍କୁ ଶୁଭେଚ୍ଛା ସୁଅ ଛିଟାଇଛନ୍ତି ।

ଖବରନୁଯାୟୀ ପିତାମାତା ହେଲେ ସବ୍ୟ-ଅର୍ଚ୍ଚିତା। ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଖୁସି ଖବର ଦେଇଛନ୍ତି । ଭିଡିଓରେ ସବ୍ୟ ଓ ଅର୍ଚ୍ଚିତା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ବାହାରେ ଏକ ଭିଡ଼ିଓ ସୁଟ୍ କରିଥିଲେ । ଉଭୟ ମନ୍ଦିର ଆଡ଼କୁ ଚାହିଁ ଛିଡା ହୋଇଛନ୍ତି । ହାତରେ ଦୁଇ ଜୋତା ଧରିଥିବାର ନଜର ଆସିଥିଲେ । ଏହି ଭିଡ଼ିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ଏକ ସୁନ୍ଦର ସିକ୍ରେଟ୍ କଥା ଆପଣଙ୍କ ସେୟାର କରିଛୁ ।''

ଏହି ଖବର ଏବେ ସୋସିଆଲ ମିଡିଆରେ ଆସିବା ପରେ। ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ସବ୍ୟ-ଅର୍ଚ୍ଚିତା ପ୍ରଶଂସକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ବଲିଉଡ଼ର ବହୁ କଳାକାର ମଧ୍ୟ ସବ୍ୟର୍ଚ୍ଚିତାଙ୍କୁ ଶୁଭକାମନା ଜଣାଇଛନ୍ତି ।

​​​​​​​ସୂଚନାଥାଉ କି, ୨୦୨୧ ମସିହା ମାର୍ଚ୍ଚ ୧ ରେ ସବ୍ୟସାଚୀ-ଅର୍ଚ୍ଚିତା ବିବାହ କରିଥିଲେ । ସବ୍ୟସାଚୀଙ୍କର ଏହା ଦ୍ବିତୀୟ ବିବାହ ଥିଲା । ୨୦୦୮ରେ ସୀମା ମିଶ୍ରଙ୍କୁ ବିବାହ କରିଥିଲେ ସବ୍ୟ । ହେଲେ ଦୁହିଁଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ନଥିଲା । ୨୦୧୫ରେ ଉଭୟ ଅଲଗା ହୋଇଥିଲେ । ଏହା ପରେ ଅର୍ଚ୍ଚିତାଙ୍କ ହାତ ଧରିଥିଲେ ସବ୍ୟ । ବିବାହର ୫ ବର୍ଷ ପରେ ଉଭୟ ପିତାମାତା ହେବାକୁ ଯାଉଛନ୍ତି । ଦମ୍ପତିଙ୍କ ଏହା ପ୍ରଥମ ସନ୍ତାନ । 'ମୁଁ ସପନର ସୌଦାଗର' 'କେବେ ତୁମେ ନାହଁ କେବେ ମୁଁ ନାହଁ', 'ବାଏ ବାଏ ଦୁବାଇ' ଏମିତି ଅନେକ ଫିଲ୍ମରେ ଦୁହେଁ ଏକାଠୀ କାମ କରିଥିବାର ନଜର ଆସିଛନ୍ତି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Archita Becomes a Mother | Archita Becomes a Mother, Welcomes Baby Boy Home | Argus News | Argus News