Bollywood News / ୨୩ ବର୍ଷର ରିଲେସନଶିପରେ ରହିବା ପରେ ବିବାହ କଲେ ଅଶ୍ଲେଷା-ସନ୍ଦୀପ
·7 months ago·2 min read

Key Points
୨୩ ବର୍ଷ ଲିଭ-ଇନ ରିଲେଶନସିପରେ ଥିଲେ। ଟେଲି କପଲ ଅଶ୍ଲେଷା ସାଓ୍ବନ୍ତ ଏବଂ ସନ୍ଦୀପ ବସଓ୍ବାନା ଦୁହେଁ ଦୁହିଁଙ୍କୁ ୨୩ ବର୍ଷ ହେଲା ଭଲ ପାଉଥିଲେ। ଶେଷରେ ବିବାହ ବନ୍ଧନରେ ବାନ୍ଧି ହେଲେ
୨୩ ବର୍ଷ ଲିଭ-ଇନ ରିଲେଶନସିପରେ ଥିଲେ। ଟେଲି କପଲ ଅଶ୍ଲେଷା ସାଓ୍ବନ୍ତ ଏବଂ ସନ୍ଦୀପ ବସଓ୍ବାନା ଦୁହେଁ ଦୁହିଁଙ୍କୁ ୨୩ ବର୍ଷ ହେଲା ଭଲ ପାଉଥିଲେ। ଆଉ ଏହି ଭଲ ପାଇବା ସମ୍ପର୍କକରୁ ଆଉ ପାଦେ ଆଗକୁ ବଢ଼ିଛନ୍ତି। ବୃନ୍ଦାବନରେ ହିନ୍ଦୁ ରୀତିନୀତିରେ ପରସ୍ପରର ଜୀବନସାଥୀ ହୋଇଛନ୍ତି ଆଶ୍ଲେଶା ଏବଂ ସନ୍ଦୀପ । ସୋସିଆଲ ମିଡିଆରେ ସେମାନେ ସେମାନଙ୍କର ବିବାହ ଫଟୋ ସେୟାର କରିଛନ୍ତି ଏବଂ ଏକ ନୋଟ୍ ଲେଖିଛନ୍ତି।
ଏହାସହ ପଢ଼ନ୍ତୁ: "ତେନୁ ଲେକେ ମେଁ ଜାଓ୍ବାଙ୍ଗା"… ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ରୋମାଣ୍ଟିକ ଡ୍ୟାନ୍ସ ଭାଇରାଲ
ନଭେମ୍ବର ୧୬ ତାରିଖରେ ବୃନ୍ଦାବନର ମନ୍ଦିରରେ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ସନ୍ଦୀପ ଏକ ଗଣମାଧ୍ୟମକୁ
ସାକ୍ଷାତକାରରେ କହିଛନ୍ତି, "ମୁଁ ଆଉ ଅଶ୍ଲେଷା ଏପ୍ରିଲ ମାସରେ ବୃନ୍ଦାବନ ଆସିଥିଲୁ।" ଏହି ଟ୍ରିପରେ ଆମ ଦୁଇଜଣ ଏକ ଗଭୀର ସମ୍ପର୍କ ଅନୁଭବ କରିଥିଲୁ। ସେହି ଯାତ୍ରା ଆମକୁ ୨୩ ବର୍ଷର ଏକାଠି ରହିବା ପରେ ବିବାହ କରିବାକୁ ପ୍ରେରଣା ଦେଇଥିଲା । ଆମର ପିତାମାତା ସବୁଠାରୁ ଖୁସି - ସେମାନେ ଦୀର୍ଘ ସମୟ ଧରି ଏହି ଦିନକୁ ପାଇଁ ଅପେକ୍ଷା କରିଥିଲେ । ଭଗବାନ କୃଷ୍ଣ ମନ୍ଦିରରେ ବିବାହ କରିବାଠୁ ଭଲ ଉପାୟ ଆଉ କ'ଣ ହୋଇପାରେ। "
ସେହିପରି, ଆଶ୍ଳେଷା କହିଛନ୍ତି, "ମୁଁ ବହୁତ ଖୁସି ଏବଂ କୃତଜ୍ଞ ଅନୁଭବ କରୁଛି ଯେ ମୁଁ ଶେଷରେ ମୋ ଜୀବନର ପ୍ରେମ ସହିତ ବିବାହ କରିଛି । ବୃନ୍ଦାବନ ଏକ ଉପଯୁକ୍ତ ସ୍ଥାନ ଥିଲା । ଆମେ ଯେତେବେଳେ ପରିଦର୍ଶନ କରିଥିଲୁ ସେତେବେଳେ ଆମେ ଏକ ଗଭୀର ସମ୍ପର୍କ ଅନୁଭବ କରିଥିଲୁ। ଏହା ଏକ ସ୍ୱାଭାବିକ, ସ୍ୱତଃସ୍ଫୂର୍ତ୍ତ ନିଷ୍ପତ୍ତି ଥିଲା, ଏବଂ ଆମେ ଏହାକୁ କେବଳ ଆମ ପରିବାର ପାଇଁ ବ୍ୟକ୍ତିଗତ ରଖିବାକୁ ନିଷ୍ପତ୍ତି ନେଇଥିଲୁ।"
ଅଶ୍ଳେଷା ବର୍ତ୍ତମାନ "ଝନକ" ସିରିଜରେ ନଜର ଆସିଥିବାବେଳେ ସନ୍ଦୀପଙ୍କୁ ଶେଷ ଥର ପାଇଁ "ଆପୋଲିନାରେ" ଦେଖିବାକୁ ମିଳିଥିଲା । ଏହି ଦମ୍ପତି ପ୍ରଥମେ ୨୦୦୨ରେ "କିୟୁଙ୍କି ସାସ୍ ଭି କଭି ବୋହୂ ଥି" ର ସେଟରେ ସାକ୍ଷାତ ହୋଇଥିଲେ । ଆଶ୍ଳେଷା 'ଅନୁପମା' ସିରିୟଲରେ ମଧ୍ୟ କାମ କରିଛନ୍ତି।
ଏହାସହ ପଢ଼ନ୍ତୁ: ମେହେନ୍ଦି–ହଳଦୀ ପରେ ବିବାହ ସ୍ଥଗିତ ! ଜାଣନ୍ତୁ ହଠାତ୍ କାହିଁକି ଏମିତି ନିଷ୍ପତ୍ତି ନେଲେ ସ୍ମୃତି ମନ୍ଧାନା
ଭାରତୀୟ ମହିଳା ଦଳର ଷ୍ଟାର କ୍ରିକେଟର ତଥା ବିଶ୍ବ ଚାମ୍ପିଅନ୍ ସ୍ମୃତି ମନ୍ଧାନାଙ୍କ ବିବାହ ସ୍ଥଗିତ ରଖାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସ୍ମୃତିଙ୍କ ପିତାଙ୍କ ଅସୁସ୍ଥତା ଯୋଗୁଁ ତାଙ୍କ ବିବାହ ସ୍ଥଗିତ ରଖାଯାଇଛି । ନଭେମ୍ବର ୨୩ରେ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଚ୍ଛଲଙ୍କ ବିବାହ ହେବାର ଥିଲା । ବିବାହ ରୀତିନୀତି ସହ ବହୁତ ଧୁମଧାମରେ ପାଳନ କରାଯାଉଥିଲା । ଏହି ଦୁଇଜଣଙ୍କ ମେହେନ୍ଦୀ ଓ ହଳଦୀର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।
ଭାରତୀୟ କ୍ରିକେଟର ସ୍ମୃତି ମନ୍ଧାନାଙ୍କ ମ୍ୟାନେଜର ତୁହିନ ମିଶ୍ରା ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପିତା ଅସୁସ୍ଥ ଅଛନ୍ତି । ଯାହାଫଳରେ ଏହି ବିବାହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ମେହେନ୍ଦି ଏବଂ ହଳଦୀ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଥିଲା । ଏହି ଦମ୍ପତି ଆଜି ଅପରାହ୍ନରେ ବିବାହ ବନ୍ଧନରେ ଆବଦ୍ଧ ହେବାର ଥିଲା, କିନ୍ତୁ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories