Zubeen Garg / ଅନ୍ତିମ ଯାତ୍ରାରେ ଆସାମର ଲୋକପ୍ରିୟ ଗାୟକ ଜୁବିନ ଗର୍ଗ

Key Points
ଆସାମର ଲୋକପ୍ରିୟ ସିଙ୍ଗର ଜୁବିନ୍ ଗର୍ଗ ସ୍କୁବା ଡାଇଭିଂ ସମୟରେ ଷ୍ଟ୍ରୋକର ଶିକାର ହୋଇଥିଲେ
ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା
ଅନ୍ତିମ ଯାତ୍ରାରେ ଆସାମର ଲୋକପ୍ରିୟ ଗାୟକ ଜୁବିନ ଗର୍ଗ
ଶେଷ ସମ୍ମାନ ଜଣାଇବାକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ
ବଲିଉଡ ତଥା ଆସାମର ଲୋକପ୍ରିୟ ସିଙ୍ଗର ଜୁବିନ୍ ଗର୍ଗ ସ୍କୁବା ଡାଇଭିଂ ସମୟରେ ଷ୍ଟ୍ରୋକର ଶିକାର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଥିଲା। ଅନ୍ତିମ ଯାତ୍ରାରେ ଆସାମର ଲୋକପ୍ରିୟ ଗାୟକ ଜୁବିନ ଗର୍ଗ । ତାଙ୍କୁ ଶେଷ ସମ୍ମାନ ଜଣାଇବାକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି ।
ତିନି ଦିନ ଧରି ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ଭିଡ ଜମୁଛି । ଲୋକଙ୍କ ସଂଖ୍ୟା ଏତେ ବଢିଥିଲା ଯେ ଏହା ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ମାଇକେଲ ଜ୍ୟାକସନ୍, ପୋପ୍ ଫ୍ରାନସିସ୍ ଓ ରାଣୀ ଏଲିଜାବେଥଙ୍କ ପରେ ଏତେ ସଂଖ୍ୟଙ୍କ ଲୋକ ସାମିଲ ହୋଇଛନ୍ତି । ପୁରା ଆସାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଲୋକପ୍ରିୟ ଗାୟକ ଜୁବିନ ଗର୍ଙ୍କୁଙ୍କୁ ଶେଷ ଦର୍ଶନ କରିବାକୁ ଜନସମୁଦ୍ର ପାଲଟିଥିଲା । ସେପ୍ଟେମ୍ବର ୧୯ରେ ଜୁବିନଙ୍କ ସ୍କୁବା ଡାଇଭିଂ ବେଳେ ସିଙ୍ଗାପୁରରେ ମୃତ୍ୟୁ ହୋଇଥିଲା।
📱 Get Argus News App
✨Related Topics
Explore more stories