Abhijit Majumdar / ICUରୁ ବାହାରିଲେ ଅଭିଜିତ ମଜୁମଦାର, ସ୍ଵାସ୍ଥ୍ୟାବସ୍ଥା ନେଇ AIIMS ଦେଲା ବଡ଼ ସୂଚନା

Key Points
ଅଭିଜିତ ମଜୁମଦାରଙ୍କ ଭାଇଟାଲ୍ସ ସ୍ଥିର ରହିଥିବା କହିଛି ଭୁବନେଶ୍ଵର AIIMS । ଅଭିଜିତଙ୍କୁ ଗୁରୁବାର ସକାଳ ୧୧ଟାରେ ଆଇସିୟୁରୁ ଜେନେରାଲ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଆଇସୋଲେସନ୍ ରୁମର ୨୯ ନମ୍ବର ବେଡ୍ରେ ଅଭିଜିତଙ୍କ ଚିକିତ୍ସା ଚାଲିଥିବା କର୍ତ୍ତୃପକ୍ଷ କହିଛନ୍ତି ।
ଭୁବନେଶ୍ଵର: ସୁସ୍ଥ ହେଉଛନ୍ତି ଅଭିଜିତ ଦା' । ଗତ ୪ ତାରିଖରୁ ଭୁବନେଶ୍ଵର AIIMSରେ ଭର୍ତ୍ତି ହୋଇଥିବା ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିଛି । ଏବେ ଅଭିଜିତଙ୍କୁ ମେଡିକାଲ୍ ଆଇସିୟୁରୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଭୁବନେଶ୍ଵର AIIMS ପକ୍ଷରୁ ମେଡିକାଲ୍ ବୁଲେଟିନ୍ ଜାରି କରାଯାଇଛି ।
AIIMS ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଛି, "ଅଭିଜିତ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଭେଣ୍ଟିଲେଟର ସପୋର୍ଟ ବାହାରେ ରହିଥିଲେ । ତାଙ୍କର ରେନାଲ ଫଙ୍କସନ୍ ଏବଂ ଲିଭର ଫଙ୍କସନ ଏବେ ସ୍ଵାଭାବିକ ରହିଛି । ଇଲେକ୍ଟ୍ରୋଲାଇଟ୍ସ ଠିକ୍ କରାଯାଇଛି । ଏବେ ଅଭିଜିତଙ୍କ ଫିଜିଓଥେରାପି ଚାଲିଥିବା ବେଳେ ଅନ୍ୟ ସପୋର୍ଟିଭ୍ ବ୍ୟବସ୍ଥା କରାଯାଇଛି ।"
ଅଭିଜିତ ମଜୁମଦାରଙ୍କ ଭାଇଟାଲ୍ସ ସ୍ଥିର ରହିଥିବା କହିଛି ଭୁବନେଶ୍ଵର AIIMS । ଅଭିଜିତଙ୍କୁ ଗୁରୁବାର ସକାଳ ୧୧ଟାରେ ଆଇସିୟୁରୁ ଜେନେରାଲ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଆଇସୋଲେସନ୍ ରୁମର ୨୯ ନମ୍ବର ବେଡ୍ରେ ଅଭିଜିତଙ୍କ ଚିକିତ୍ସା ଚାଲିଥିବା AIIMS କର୍ତ୍ତୃପକ୍ଷ କହିଛନ୍ତି ।
ଏଥିସହ ପଢ଼ନ୍ତୁ: AIIMS ସ୍ଥାନାନ୍ତର ହେଲେ ଅଭିଜିତ୍ ମଜୁମଦାର, ଏକ ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ
📱 Get Argus News App
✨ଏକାଧିକ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଅଭିଜିତ AIIMSରେ ଭର୍ତ୍ତି ହୋଇଥିଲେ । ସେ କିଡନୀ ରୋଗରେ ପୀଡ଼ିତ । ଅଭିଜିତଙ୍କର ରହିଛି ଅସ୍ମୋଟିକ୍ ଡିମାଏଲିନେସନ୍ ସିଣ୍ଡ୍ରୋମ, ବାଇଲେଟେରାଲ ନିମୋନିଆ, ଡିସେଲେଟ୍ରୋଲାଇଟେମିଆ ସମସ୍ୟା । ଏବେ ଅଭିଜିତ ଜେନେରାଲ୍ ୱାର୍ଡକୁ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ସେ କୋମାରେ ଥିବା କର୍ତ୍ତୃପକ୍ଷ କହିଛନ୍ତି ।
୬ ଦିନ ତଳେ ଅଭିଜିତ ମଜୁମଦାରଙ୍କୁ ଭେଣ୍ଟିଲେଟରରୁ ବାହାର କରି ଆଇସିୟୁକୁ ଅଣାଯାଇଥିଲା । ସୂଚନା ଅନୁସାରେ, ଶରୀରରେ ସୋଡିୟମ ଲେବୁଲ କମିଯିବାରୁ ତାଙ୍କୁ କିଛି ଦିନ ତଳେ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାୟ ଏକ ସପ୍ତାହ ଧରି ତାଙ୍କ ଚିକିତ୍ସା ଜାରି ରହିଥିଲା । ଏହାପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଛନ୍ତି ।
ସମ୍ଭଲପୁରୀ ଗୀତରୁ କ୍ୟାରିଅର ଆରମ୍ଭ କରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ଅଭିଜିତ । ୨୦୦୦ ମସିହାରେ ପ୍ରଥମ ଫିଲ୍ମ ‘କାସିଆ କପିଳା’ରେ ଦେଇଥିଲେ ସଙ୍ଗୀତ ନିର୍ଦ୍ଦେଶନା । ଏହା ପରେ ଅଭିଜିତ ଆଉ ପଛକୁ ଫେରି ନଥିଲେ । ଓଲିଉଡକୁ ଦେଇଛନ୍ତି ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଗୀତ । ୨୦୦୮ ରେ ‘ତୋ ବିନା ଭଲ ଲାଗେନା’, ୨୦୧୦ରେ ‘ତୁ ଥାଆ ମୁଁ ଯାଉଛି ରୁଷି’, ୨୦୧୨ରେ ‘ମ୍ୟାଟ୍ରିକ୍ ଫେଲ୍’, ୨୦୧୩ରେ ‘ଲଭ୍ ହେଲା ଏମିତିରେ’, ୨୦୧୪ରେ ‘ପୁଣି ଦେଖା ହେବ ଆର ଜନ୍ମରେ’, ୨୦୧୬ରେ ‘ଲଭ୍ ଷ୍ଟେସନ୍’, ‘ସିଷ୍ଟର ଶ୍ରୀଦେବୀ’ ଏବଂ ‘ସୁନା ପିଲା ଟିକେ ସ୍କ୍ରୁ ଢିଲା’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭଜିତ ।
Related Topics
Explore more stories