Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବିବାଦରେ ‘ପରମ ସୁନ୍ଦରୀ’, ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ କହିଲେ...

Banajyotshna Ray
Browse all articles by Banajyotshna Ray
·11 months ago·2 min read
ବିବାଦରେ ‘ପରମ ସୁନ୍ଦରୀ’, ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ କହିଲେ...

Key Points

ରିଲିଜ ପୂର୍ବରୁ ବିବାଦରେ ‘ପରମ ସୁନ୍ଦରୀ’
ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ 


ବିବାଦରେ ଫିଲ୍ମ ପରମ ସୁନ୍ଦରୀ। ରିଲିଜ ପୂର୍ବରୁ ହିଁ ଏହି ଫିଲ୍ମଟି ବିବାଦ ଘେରକୁ ଚାଲିଆସିଛି। ଏହି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଅପକମିଂ ରୋମାଣ୍ଟିକ ଫିଲ୍ମ । ଏହାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ ରିଲିଜ୍ ପୂର୍ବରୁ ହିଁ ଫିଲ୍ମର ଏକ ସିନ୍‌ ହଙ୍ଗାମା ସୃଷ୍ଟି କରିଛି । ଯାହା ଫଳରେ ଏହା ବିବାଦର ସମ୍ମୁଖୀନ ହେଉଛି। କହିବାକୁ ଗଲେ ଏହି ଫିଲ୍ମରେ ସିଦ୍ଧାର୍ଥ ଏବଂ ଜାହ୍ନବୀ କପୁର ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି। ସିଦ୍ଧାର୍ଥ ପରମ ଭୂମିକାରେ ଅଭିନୟ କରୁଛନ୍ତି, ଜଣେ ପଞ୍ଜାବୀ ପୁଅ ଯିଏ ଜାହ୍ନବୀ କପୁରଙ୍କ ଦ୍ୱାରା ଅଭିନୀତ ଏକ ଦକ୍ଷିଣ ଭାରତୀୟ ଝିଅ ପ୍ରେମରେ ପଡ଼ିଯାଏ।


ପ୍ରଶଂସକମାନେ ଟ୍ରେଲରକୁ ବହୁତ ପସନ୍ଦ କରିଛନ୍ତି । ସମସ୍ତେ ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ଅଗଷ୍ଟ ୨୯ରେ ସିନେମା ହଲରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ସିଦ୍ଧାର୍ଥ ଏବଂ ଜାହ୍ନବୀଙ୍କ ଆଗାମୀ ଚଳଚ୍ଚିତ୍ର ପରମ ସୁନ୍ଦରୀରେ ଚର୍ଚ୍ଚରେ ପ୍ରଦର୍ଶିତ ରୋମାଣ୍ଟିକ ଦୃଶ୍ୟକୁ ୱାଚଡଗ୍ ଫାଉଣ୍ଡେସନ୍ ନାମକ ଏକ ଖ୍ରୀଷ୍ଟିଆନ୍ ଗ୍ରୁପ୍‌ କଡ଼ା ଆପତ୍ତି କରିଛି। ସେମାନେ ଏହି ସମ୍ପର୍କରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC), ମୁମ୍ବାଇ ପୋଲିସ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଓ ମହାରାଷ୍ଟ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ୱାଚଡଗ୍ ଫାଉଣ୍ଡେସନ୍ ଓକିଲ କହିଛନ୍ତି, 'ସିନେମାଟୋଗ୍ରାଫ୍ ଆଇନ, ୧୯୫୨ ଅନୁଯାୟୀ ପ୍ରତିଷ୍ଠିତ CBFCକୁ ଧାର୍ମିକ ଭାବନାର ସମ୍ମାନକୁ ଧ୍ୟାନରେ ରଖି ଚଳଚ୍ଚିତ୍ର ଗୁଡ଼ିକୁ ପ୍ରମାଣପତ୍ର ଦେବାର ଦାୟିତ୍ୱ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ ଆହୁରି ମଧ୍ୟ କହିଛନ୍ତି, 'ଚର୍ଚ୍ଚ ଖ୍ରୀଷ୍ଟିଆନ୍ ପାଇଁ ଏକ ପବିତ୍ର ସ୍ଥାନ ଏବଂ ଏଥିରେ ଅଶ୍ଳୀଳ ବିଷୟବସ୍ତୁ ଦେଖାଯିବା ଉଚିତ୍ ନୁହେଁ। ଏହି ଦୃଶ୍ୟ କ୍ୟାଥୋଲିକ୍ ସମ୍ପ୍ରଦାୟର ଭାବନାକୁ ମଧ୍ୟ ଆଘାତ ଦିଏ'। ଏହି ସିନ୍‌କୁ ଫିଲ୍ମ ଏବଂ ପ୍ରମୋସନାଲ୍ ଭିଡିଓରୁ ହଟାନ ଯାଏ, ତେବେ ଫାଉଣ୍ଡେସନ୍ ପ୍ରତିବାଦ କରିବାକୁ ଧମକ ଦେଇଛି। କ୍ୟାଥୋଲିକ୍ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ସେମାନେ ଫିଲ୍ମର ମୁଖ୍ୟ ଚରିତ୍ର, ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ବିରୁଦ୍ଧରେ ଏଫଆଇଆର ମଧ୍ୟ ଦାବି କରିଛନ୍ତି।

Sponsored
Janhvi Kapoor and Sidharth’s Param Sundari sparks backlash over church scene-Argus News | Argus News