Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Palash Smriti / ଫ୍ୟାନ୍ସମାନଙ୍କୁ ଖୁସି ଖବର ଦେଲେ ପଲାଶ-ସ୍ମୃତି, କିହିଲେ...

Rashmita Mishra
Browse all articles by Rashmita Mishra
·7 months ago·2 min read
ଫ୍ୟାନ୍ସମାନଙ୍କୁ ଖୁସି ଖବର ଦେଲେ ପଲାଶ-ସ୍ମୃତି, କିହିଲେ...
Palash Smriti

Key Points

ଶେଷରେ ମିଶିଲା ମନ ।
ଏକାଠି ହେବେ ଲଭବାର୍ଡ ।
ହାତକୁ ହେବେ ଦିହାତ ଗାୟକ-ଫିଲ୍ମ ନିର୍ମାତା ପଲାଶ ମୁଛଲ ଓ କ୍ରିକେଟର ସ୍ମୃତି ମନ୍ଧାନା ।
ଶେଷରେ ମିଶିଲା ମନ । ଏକାଠି ହେବେ ଲଭବାର୍ଡ । ହାତକୁ ହେବେ ଦିହାତ ଗାୟକ-ଫିଲ୍ମ ନିର୍ମାତା ପଲାଶ ମୁଛଲ ଓ କ୍ରିକେଟର ସ୍ମୃତି ମନ୍ଧାନା । ପଲାଶ ମୁଛଲ ତାଙ୍କ ପ୍ରଶଂସକଙ୍କ ସହ ପୁଣି ଏକ ଖୁସି ଖବର ଶେୟାର କରିଛନ୍ତି । ପୁଣି ଏକାଠି ହେଲେ ପଲାଶ-ସ୍ମୃତି । ଖୁବ୍ ଶୀଘ୍ର ସେ କ୍ରିକେଟର ସ୍ମୃତି ମନ୍ଧାନା ବିବାହ କରିବେ । ବିବାହର ତାରିଖ ବି ସେୟାର କରିଛନ୍ତି । ଏଥର କିନ୍ତୁ ପଲାଶ ଓ ସ୍ମୃତିଙ୍କ ବିବାହରେ କେବଳ ନିକଟତର ଲୋକମାନେ ସାମିଲ୍ ହେବେ ।

ଏହି ଦିନ ପଲାଶ-ସ୍ମୃତିଙ୍କ ବିବାହ
ଗାୟକ-ଫିଲ୍ମ ନିର୍ମାତା ପଲାଶ ମୁଛଲ ଓ କ୍ରିକେଟର ସ୍ମୃତି ମନ୍ଧାନା । ଏବେ ସେମାନେ ଚର୍ଚ୍ଚିତ ଚେହେରା । କାରଣ ନଭେମ୍ବର ୨୩ ତାରିଖରେ କରିବାର ଥିଲା ବିବାହ । କିନ୍ତୁ, ସ୍ମୃତିଙ୍କ ପିତାଙ୍କ ହଠାତ୍ ଅସୁସ୍ଥତା ଯୋଗୁଁ, ବିବାହକୁ ସ୍ଥଗିତ ରଖିବାକୁ ପଡିଥିଲା । ବିବାହ ସ୍ଥଗିତ ହେବାର ଆଠ ଦିନ ପରେ, ପଲାଶ ତାଙ୍କ ପ୍ରଶଂସକମାନଙ୍କ ସହିତ କିଛି ଭଲ ଖବର ସେୟାର କରିଛନ୍ତି ।

"ସ୍ମୃତି ଓ ମୁଁ ଏହି ରବିବାର, ଅର୍ଥାତ୍ ଡିସେମ୍ବର ୭ ତାରିଖରେ ବିବାହ କରିବାକୁ ଯାଉଛୁ । ବିବାହ ପୂର୍ବରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ଏହି କଥା ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ, ଏହା ସତ କି ମିଛ ଜଣାନାହିଁ କାରଣ ପଲାଶ ଏବଂ ସ୍ମୃତି ବିବାହ ବିଷୟରେ କୌଣସି ଅଫିସିଆଲି ସୂଚନା ଦେଇନାହାଁନ୍ତି ।

ସୂଚନାନୁଯାୟୀ ନଭେମ୍ବର ୨୩ରେ, କ୍ରିକେଟର ସ୍ମୃତି ମନ୍ଧାନା ଏବଂ ପଲାଶଙ୍କ ବିବାହ ଉତ୍ସବ ଜୋରସୋରରେ ଚାଲିଥିଲା । କିନ୍ତୁ ବିବାହର କିଛି ଘଣ୍ଟା ପୂର୍ବରୁ ହଠାତ୍‌ ସବୁକିଛି ବଦଳିଗଲା। ସ୍ମୃତିଙ୍କ ବାପା ପଳାଶ ମଧ୍ୟ ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଲା। ଏହି ସମୟ ମଧ୍ୟରେ ସ୍ମୃତି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ବିବାହ ସମ୍ବନ୍ଧୀୟ ସମସ୍ତ ଫଟୋ ଏବଂ ଭିଡିଓ ଡିଲିଟ କରିଦେଇଥିଲେ ।

ବିବାହ ସ୍ଥଗିତ ହେବା ପରେ, ପଲାଶଙ୍କ ଉପରେ ସ୍ମୃତିଙ୍କ ଉପରେ ପ୍ରତାରଣାର ଅଭିଯୋଗ ଆସିଥିଲା। ଏନେଇ ସେମାନଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନ ଥିଲା। ବିବାହ ସ୍ଥଗିତ ହେବା ପରେ, ପଲାଶ ଏବଂ ସ୍ମୃତି ସେମାନଙ୍କ ଇନଷ୍ଟାଗ୍ରାମ ବାୟୋରେ ଏକ ‘ନଜର’ ଇମୋଜି ଯୋଡିଥିଲେ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Palash Smriti | Palash–Smriti Share Good News with Fans | Latest Celebrity Update | Argus News