Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood Update / ଆଉ ନାହାନ୍ତି ପଙ୍କଜ ତ୍ରିପାଠୀଙ୍କ ମାଆ, କାନ୍ଦି କାନ୍ଦି ପୁଅ କହିଲେ...

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଆଉ ନାହାନ୍ତି ପଙ୍କଜ ତ୍ରିପାଠୀଙ୍କ ମାଆ, କାନ୍ଦି କାନ୍ଦି ପୁଅ କହିଲେ...

Key Points

ପରଲୋକରେ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ମାଆ
୮୯ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ

ପରଲୋକରେ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ମାଆ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଅକ୍ଟୋବର ୩୧ ତାରିଖରେ ପଙ୍କଜ ତ୍ରିପାଠୀଙ୍କ ମାଆ ହେମଓ୍ବନ୍ତି ଦେବୀ ବିହାର ଗୋପାଳଗଞ୍ଜ ଜିଲ୍ଲାର ବେଲସଣ୍ଡ ଗାଁରେ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହେମୱନ୍ତି ଦେବୀ କିଛି ଦିନ ଧରି ଅସୁସ୍ଥ ଥିଲେ । ହେମଓ୍ବନ୍ତି ଦେବୀଙ୍କ ଅମର ଆତ୍ମାର ସଦଗତି କମନା ଲାଗି ତାଙ୍କ ପରିବାର ନିବେଦନ କରାଯାଇଛି। ପଙ୍କଜ ପ୍ରାୟତଃ କହୁଥିଲେ ଯେ, ତାଙ୍କ ମାଆ ତାଙ୍କୁ ଶୃଙ୍ଖଳା, ନମ୍ରତା ଏବଂ ଦୟା ଶିଖାଇଥିଲେ। ସେହିଭଳି ଦୁଃଖର ସମୟରେ ପରିବାରକୁ ହଇରାଣ ନକରିବାକୁ ପଙ୍କଜ ତ୍ରୀପାଠୀଙ୍କ ପକ୍ଷରୁ ଅପିଲ କରାଯାଇଛି ।

ପ୍ରଶଂସକ ଏବଂ କଳାକାର ଜଗତ ସୋସିଆଲ ମିଡିଆରେ ପଙ୍କଜ ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ତାଙ୍କ ମାଆଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ଗୋପାଳଗଞ୍ଜର ଏକ ଚାଷୀ ପରିବାରରୁ ଆସିଥିବା ପଙ୍କଜ ସର୍ବଦା ତାଙ୍କର ସରଳତା ଏବଂ ମୂଳକୁ ମୂଲ୍ୟ ଦେଇଥିଲେ। ବଲିଉଡରେ ସଫଳତା ସତ୍ତ୍ୱେ, ସେ ତାଙ୍କ ଗାଁ ଏବଂ ପିତାମାତାଙ୍କ ସହିତ ଗଭୀର ଭାବରେ ଜଡ଼ିତ ଥିଲେ ।ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ 'ଗ୍ୟାଙ୍ଗସ୍ ଅଫ୍ ବାସେପୁର' ଜରିଆରେ ଚର୍ଚ୍ଚାକୁ ଆସିଥିଲେ। ଏହି ସିନେମା ଜରିଆରେ ଦର୍ଶକ ତାଙ୍କୁ ହୃଦୟରୁ ଗ୍ରହଣ କରିଥିଲେ ଏବଂ ବହୁତ ପ୍ରଶଂସା କରିଥିଲେ। ପଙ୍କଜ ତ୍ରିପାଠୀଙ୍କ ଅଭିନୟ ସହିତ ତାଙ୍କ ପ୍ରେମ କାହାଣୀ ପାଇଁ ବି ଚର୍ଚ୍ଚାରେ ରହିଛି। ପଙ୍କଜଙ୍କ ଧର୍ମପତ୍ନୀ ମୃଦୁଲା ବି ସ୍ବାମୀଙ୍କୁ ସବୁକ୍ଷେତ୍ରରେ ସମର୍ଥନ କରି ଆସିଛନ୍ତି। କିନ୍ତୁ ଏକଥା ଖୁବ କମ ଲୋକ ଜାଣିଥିବେ କି ଏମିତି ଏକ ସମୟ ଥିଲା ମୃଦୁଲାଙ୍କ ପାଇଁ ପ୍ରସ୍ତାବ ଖୋଜିବା ପାଇଁ ପଙ୍କଜ ପରିବାରଲୋକଙ୍କୁ ସାହାଯ୍ୟ କରୁଥିଲେ।

ପାଟନାରେ ପାଠପଢା ଶେଷ କରିବା ପରେ ପଙ୍କଜ ଥିଏଟରରେ ଅଭିନୟ କରୁଥିଲେ। ଏହା ପରେ ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଅଭିନୟ ଶିଖିଥିଲେ। ସିନେମା ଶିଳ୍ପରେ ନିଜର କ୍ୟାରିୟର ଗଢ଼ିବା ପାଇଁ ପଙ୍କଜ ଖୁବ ସଂଘର୍ଷ କରିଛନ୍ତି। ଏହି ସମୟରେ ପଙ୍କଜଙ୍କ ସ୍ତ୍ରୀ ଘର ସମ୍ଭାଳିବା ସହିତ ଖର୍ଚ୍ଚ ନିଜ ମୁଣ୍ଡକୁ ନେଇଥିଲେ।ପଙ୍କଜଙ୍କ ସ୍ତ୍ରୀ ମୃଦୁଲା ଏକ ସାକ୍ଷାତକାରେ କହିଥିଲେ, ‘ପଙ୍କଜଙ୍କ ପ୍ରେମ ପାଇଁ ମୁଁ ସବୁକିଛି ଛାଡ଼ି ଚାଲି ଆସିଥିଲି। ପଙ୍କଜଙ୍କ ମୋର ଏକ ଫ୍ୟାମିଲ ପଙ୍କସନରେ ଭେଟ ହୋଇଥିଲା। ପଙ୍କଜ ଆମ ପରିବାର ସହିତ ମିଶି ବି ଯାଇଥିଲେ। ଏମିତି କି ଘରେ ଯେତେବେଳେ ମୋ ପାଇଁ ବିବାହ ପ୍ରସ୍ତାବ ଖୋଜା ଯାଉଥିଲା ପଙ୍କଜ ବି ଏଥିରେ ସାମିଲ ଥିଲେ। ସେ ମୋ ପାଇଁ ପୁଅ ଦେଖିବା ପାଇଁ ଅନେକ ଥର ଯାଇଛନ୍ତି।

ଆଉ ତାଙ୍କ ପସନ୍ଦ ମୁତାବକ ଏକ ପୁଅ ଠିକ ବି କରି ଆସିଥି‌ଲେ।ଯେତେବେ‌ଳେ ମୋ ବିବାହ ସ୍ଥିର ହୋଇଯାଇଥିଲା ମୁଁ ପଙ୍କଜଙ୍କ ପ୍ରେମରେ ପଡ଼ି ଯାଇଥିବା ଅନୁଭବ କଲି। ପଙ୍କଜଙ୍କୁ ଛାଡ଼ି ଅନ୍ୟ ପୁଅକୁ ବିବାହ କରି ପାରିବି ନାହିଁ ବୋଲି ସ୍ଥିର କରିଥିଲି। କଳେବଳେ କୌଶଳେ ବିବାହ ଭାଙ୍ଗି ସବୁକିଛି ଛାଡ଼ି ଦେଇ ପଙ୍କଜଙ୍କ ସହ ଆସି ବଏଜ ହଷ୍ଟେଲରେ ରହିଥିଲି।’

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bollywood Update | Actor Pankaj Tripathi’s Mother Passes Away | Argus News | Argus News