Rajpal Yadav / ଫସିଛନ୍ତି ରାଜପାଲ: ଜେଲରୁ ମୁକୁଳି ପାରନ୍ତି ରାଜପାଲ, ସାହାଯ୍ୟର ହାତ ବଢ଼ାଇଲେ ସଲମାନ ଓ ଅଜୟ
·7 months ago·2 min read

Key Points
ଜେଲରୁ ମୁକୁଳି ପାରନ୍ତି ରାଜପାଲ ଯାଦବ
ସହାୟତାର ହାତ ବଢାଇଲେ ସେଲିବ୍ରିଟି
ସହାୟତାର ହାତ ବଢାଇଲେ ସେଲିବ୍ରିଟି
ଋଣ ପାଇଁ ଜେଲରେ ବନ୍ଦୀ ବଲିଉଡ ଅଭିନେତା ରାଜାପାଲ ଯାଦବଙ୍କୁ ଖୁବ୍ ଶୀଘ୍ର ଜାମିନ ମିଳିଯାଇ ପାରେ। ବଲିଉଡ ଇଣ୍ଡଷ୍ଟ୍ରୀରେ ରାଜପାଲ ଯାଦବଙ୍କୁ କିଏ ନ ଜାଣିଛି କହିଲେ। କିନ୍ତୁ ଏବେ ସିଏ କାନ୍ଦୁଛନ୍ତି। ରାଜପାଲ ଯାଦବ ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିରେ ଅଛନ୍ତି। ତାଙ୍କର ଏକ ଚେକ୍ ବାଉନ୍ସ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶରେ ତିହାର ଜେଲରେ ସେ ଆତ୍ମସମର୍ପଣ କରିଥିଲେ। ରିପୋର୍ଟ ଅନୁଯାୟୀ, ଆତ୍ମସମର୍ପଣ ସମୟରେ ସେ ଭାବପ୍ରବଣ ଦେଖାଯାଇଥିଲେ ଆଉ କାନ୍ଦୁଥିଲେ। ବାରମ୍ବାର କହିଛନ୍ତି ମୋ ପାଖରେ ପଇସା ନାହିଁ। ମୁଁ ଦେଇପାରିବି ନାହିଁ।
ସଲମାନ ଖାନ, ଅଜୟ ଦେବଗନ ଓ ବରୁଣ ଧାବନଙ୍କ ସମେତ କେତେକ ସେଲିବ୍ରିଟି ତାଙ୍କୁ ଆର୍ଥିକ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଏହି ସୂଚନା ଦେଇଛନ୍ତି ରାଜପାଲଙ୍କ ମ୍ୟାନେଜର ଗୋଲ୍ଡି। ରାଜପାଲଙ୍କୁ ସହାୟତା କରିବା ପାଇଁ ସେ ଡାଇରେକ୍ଟର ଡେଭିଡ ଧାୱନଙ୍କ ସହିତ କଥା ହୋଇଥିବା କହିଛନ୍ତି। ସେ ମଧ୍ୟ ସହାୟତାର ହାତ ବଢେଇଛନ୍ତି। ଏଥିରେ ବରୁଣ ଧାବନ ଓ ରତନ ନୈନ ମଧ୍ୟ ସମର୍ଥନରେ ଆଗକୁ ଆସିଛନ୍ତି।ତେବେ ୯ କୋଟି ଟଙ୍କା ଋଣ ମାମଲାରେ ଜେଲକୁ ଯିବା ପୂର୍ବରୁ ରାଜପାଲ ସାଥି କଳାକାରଙ୍କୁ ସହାୟତା ନିବେଦନ କରିଥିଲେ କି ବୋଲି ପଚରା ଯିବାରେ ଗୋଲ୍ଡି କୌଣସି ମନ୍ତବ୍ୟ ଦେଇ ନାହାନ୍ତି।
ହେଲେ ରାଜପାଲ ଏହିପରି ଜେଲ ଚାଲିଯିବା ପରେ ଇଣ୍ଡଷ୍ଟ୍ରିରୁ ତାଙ୍କୁ ମଜଭୁତ ସମର୍ଥନ ମିଳୁଥିବା ସେ କହିଛନ୍ତି। ଯଦିଓ ଲୋକେ ସହାୟତା କରିବାକୁ ରାଜି ହୋଇଛନ୍ତି, ତେବେ ନେଣ ଦେଣ କରିବାରେ ସମୟ ଲାଗୁଛି। ଏହା ରାତାରାତ ହୋଇଯିବ ନାହିଁ ବୋଲି ଗୋଲ୍ଡି କହିଛନ୍ତି। ସଲମାନ ଓ ଅଜୟ ଦେବଗନଙ୍କ ବ୍ୟତୀତ ଗୁରୁ ରନ୍ଧାୱା, ଗୁରମିତ ଚୌଧୁରୀ, କେଆରକେ ଓ ମ୍ୟୁଜିକ୍ ଡାଇରେକ୍ଟର ରାଓ ଇନ୍ଦ୍ରଜିତ ଯାଦବ ମଧ୍ୟ ସହାୟତାର ହାତ ବଢେଇତିବା ସେ କହିଛନ୍ତି। ରାଜପାଲ ଯାଦବଙ୍କୁ ଜାମିନ ମିଳିଯିବାର ପୁରା ସମ୍ଭାବନା ରହିଛି। କାରଣ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର ତାଙ୍କୁ ସହଯୋଗର ହାତ ବଢାଇଛନ୍ତି। ୯ କୋଟି ଟଙ୍କା ଋଣ ମାମଲାରେ ସରେଣ୍ଡର କରିବା ପରେ ରାଜପାଲ ଯାଦବ ଏବେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛନ୍ତି।
ଏଥିସହ ପଢ଼ନ୍ତୁ: କିଏ ଏହି ରାଓ ଇନ୍ଦ୍ରଜିତ ସିଂହ ? କିଛି ବି ଚିନ୍ତା ନକରି ରାଜପାଲଙ୍କୁ ଦେଲେ ୧.୧୧ କୋଟି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମ୍ୟାନେଜରଙ୍କ ଦ୍ୱାରା ସେୟାର କରାଯାଇଥିବା ତାଜା ସୂଚନାରେ ରାଜପାଲଙ୍କ ଜାମିନ ଉପରେ ୧୨ ଫେବୃଆରୀ ଗୁରୁବାର ଶୁଣାଣି ହୋଇପାରେ। ଯଦି ପୁରା ରାଶି ଜମା କରିଦିଆଯାଏ ତେବେ ସେ ଜେଲରୁ ମୁକୁଳି ଯାଇ ପାରନ୍ତି। ରାଜପାଲ ଯାଦବ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଏକା ହୋଇଯାଇଛନ୍ତି। ତାଙ୍କ ପାଖରେ ଟଙ୍କା ନାହିଁ ଏବଂ କୌଣସି ସମାଧାନ ମଧ୍ୟ ତାଙ୍କ ହାତରେ ନାହିଁ। ଜେଲଦଣ୍ଡ ପରେ, ବଲିଉଡର ବହୁ ସେଲିବ୍ରିଟି ଏବଂ ଲୋକ ସୋସିଆଲ ମିଡିଆରେ ସେମାନଙ୍କର ସମର୍ଥନ ପ୍ରକାଶ କରିଛନ୍ତି। ଏହି ସମୟରେ ତାଙ୍କୁ ସାହାଯ୍ୟ କରିବାକୁ ବଲିଉଡର ସୋନୁ ସୁଦ ଏକ ବାର୍ତ୍ତା ଦେଇଛନ୍ତି ଯାହା ସମସ୍ତଙ୍କ ହୃଦୟ ଜିତିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories