Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Ranveer Singh Threat / ରୋହିତ ଶେଟ୍ଟୀଙ୍କ ପରେ ଏବେ ରଣବୀର ସିଂହଙ୍କୁ ହ୍ୱାଟ୍ସଆପ୍ ଭଏସ୍ ନୋଟ୍ ମାଧ୍ୟମରେ ଧମକ

Ritu Das
Browse all articles by Ritu Das
·5 months ago·2 min read
ରୋହିତ ଶେଟ୍ଟୀଙ୍କ ପରେ ଏବେ ରଣବୀର ସିଂହଙ୍କୁ ହ୍ୱାଟ୍ସଆପ୍ ଭଏସ୍ ନୋଟ୍ ମାଧ୍ୟମରେ ଧମକ
India

Key Points

ରଣବୀରଙ୍କୁ ଭଏସ ନୋଟ ମାଧ୍ୟମରେ ମିଳିଲା ଧମକ
ଅଭିଯୁକ୍ତ କଲେ କୋଟି କୋଟି ଟଙ୍କା ଦାବି
ଟେନସନରେ ମୁମ୍ବାଇ ପୋଲିସ


ବାରମ୍ବାର ବଲିଉଡରେ ଅଭିନେତାଙ୍କୁ ଧମକ ଦିଆଯାଉଛି। କେତେବେଳେ କାଫେକୁ ଗୁଳିଚାଳନା ତ କେତେବେଳେ କାହା ଘରକୁ ଗୁଳିଚାଳନା କରାଯାଉଛି। ବଲିଉଡ ଏବେ ଜମା ସୁରକ୍ଷିତ ନୁହେଁ। ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ଏକ ଧମକପୂର୍ଣ୍ଣ ମେସେଜ୍ ମିଳିଛି ଯେଉଁଥିରେ ଅଭିନେତାଙ୍କଠାରୁ କୋଟି କୋଟି ଟଙ୍କା ଦାବି କରାଯାଇଛି। ପୋଲିସ ଏହି ଧମକକୁ ନିଶ୍ଚିତ କରିଛି। ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କୁ ମଧ୍ୟ ନିକଟରେ ଏକ ଧମକ ମିଳିଛି। ରୋହିତଙ୍କ ପରେ, ରଣବୀର ସିଂହଙ୍କୁ ଏବେ ଏହି ଧମକ ମିଳିଛି। ଏହି ଧମକ ଏବେ ବଲିଉଡରେ ସୁରକ୍ଷା ଚିନ୍ତାକୁ ବୃଦ୍ଧି କରିଛି।



ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି
ମୁମ୍ବାଇ ପୋଲିସ ଅନୁଯାୟୀ, ଅଭିନେତା ରଣବୀର ସିଂହଙ୍କୁ ଏକ ଅଜଣା ନମ୍ବରରୁ ଏକ ଭଏସ୍ ମେସେଜ୍ ମିଳିଥିଲା। ମେସେଜରେ ସ୍ପଷ୍ଟ ଭାବରେ କୋଟି କୋଟି ଟଙ୍କା ଦାବି କରାଯାଇଥିଲା। ଅଡିଓ ମେସେଜ୍ ପାଇବା ପରେ, ରଣବୀରଙ୍କ ଦଳ ତୁରନ୍ତ ମୁମ୍ବାଇ ପୋଲିସକୁ ସୂଚନା ଦେଇଥିଲେ। ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

ରୋହିତ ଶେଟ୍ଟୀଙ୍କ ଘରେ ଗୁଳିଚାଳନା
ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ବର୍ତ୍ତମାନ ଏହି ମେସେଜ କିଏ ପଠାଇଛି ତାକୁ ନେଇ ଅଧିକ ତଦନ୍ତ ଜାରି ରହିଛି। ସେମାନେ ଏହା ମଧ୍ୟ ତଦନ୍ତ କରୁଛନ୍ତି ଯେ ଏହି ଧମକ ରୋହିତ ଶେଟ୍ଟୀଙ୍କ ଘରେ ଗୁଳିକାଣ୍ଡ ସହିତ ଜଡିତ କି ଏହା ଏକ ପୃଥକ ଘଟଣା। ପୋଲିସ ତଦନ୍ତ ପରେ ହିଁ ସବୁ କଥା ସ୍ପଷ୍ଟ କରିବ।

ରିପୋର୍ଟ ଅନୂସାରେ ରଣବୀର ସିଂହଙ୍କୁ ଯେଉଁ ମେସେଜ ଆସିଛି ସେଥିରେ ସ୍ପଷ୍ଟ ଭାବେ କୁହାଯାଇଛି କି, ତୁମ ଆଟିଟ୍ୟୁଡ ବନ୍ଦ କର ନଚେତ ରୋହିତ ଶେଟ୍ଟୀଙ୍କ ଭଳି ଅବସ୍ଥା ହେବ। ଏହି ଭଏସ ନୋଟର କଣ୍ଠ ସ୍ବର ଜାଣି ହେଉନି। ତେବେ ଏହି ଭଏସ ନୋଟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ହିନ୍ଦୀ, ମରାଠୀ ଭାଷା କହୁଥିବା ପୋଲିସ କହିଛି।

ଧମକ ମିଳିବା ପରେ ରଣବୀର ନିଜ ସୁରକ୍ଷାକୁ ବଢ଼ାଇ ଦେଇଛନ୍ତି। କିଛି ଦିନ ରୋହିତ ସେଟ୍ଟୀଙ୍କ ଘରେ ଫାୟାରିଂ କରାଯାଇଥିଲା। ଏଭଳି ଗୁଳିଚାଳନା ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏହି ଗୁଳିଚାଳନା ମାମଲାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସମ୍ପୃକ୍ତି ଥିବା କୁହାଯାଉଛି। ରୋହିତଙ୍କ ପରେ ରଣବୀରଙ୍କୁ ଏଭଳି ଧମକ ମିଳିଥିବାରୁ ପୋଲିସ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ତଦନ୍ତ ଜାରି ରଖିଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored