South Celebrity Wedding / ଆସନ୍ତାକାଲି ବିବାହ କରିବେ ରଶ୍ମିକା-ବିଜୟ, ଆରମ୍ଭ ହେଲାଣି ପ୍ରସ୍ତୁତି!
·7 months ago·1 min read

Key Points
ଆସନ୍ତାକାଲି ବିବାହ କରିବେ ବିଜୟ-ରଶ୍ମୀକା!
ଉଦୟପୁରରେ ହାତଗଣ୍ଠି ପଡ଼ିବ ବୋଲି ଚର୍ଚ୍ଚା ହେଉଛି
ଭାଇରାଲ ହେଉଛି ଭିଡିଓ
ଉଦୟପୁରରେ ହାତଗଣ୍ଠି ପଡ଼ିବ ବୋଲି ଚର୍ଚ୍ଚା ହେଉଛି
ଭାଇରାଲ ହେଉଛି ଭିଡିଓ
କିଛିଦିନ ପୂର୍ବରୁ ରଶ୍ମିକା ମଧ୍ୟ ନିଜ ବିବାହକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ଦେଇଥିଲେ। କୁହାଯାଉଥିଲା କି ଏବେ ଫ୍ୟାନ୍ମାନେ ଦୁହେଁ କେବେ ବଡ଼ ଘୋଷଣା କରିବେ, ସେଥିପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହାରିଭିତରେ ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଦାବି କରାଯାଇଛି ଯେ ରାଜସ୍ଥାନର ଉଦୟପୁରର ଏକ ପ୍ରସିଦ୍ଧ ପ୍ୟାଲେସରେ ବିଜୟ ଓ ରଶ୍ମିକାଙ୍କ ବିବାହ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି।
ନିର୍ବନ୍ଧ ନେଇ ବଢ଼ିଥିଲା ଚର୍ଚ୍ଚା
ଗତବର୍ଷ ଅକ୍ଟୋବରରେ ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଚୁପଚାପ୍ ନିର୍ବନ୍ଧ କରିଥିବା ଖବର ସାମ୍ନାକୁ ଆସିଥିଲା। ସେହିଠାରୁ ଦୁହେଁଙ୍କ ବିବାହକୁ ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଥିଲା ।
୨ ଫେବୃଆରୀରେ ହେବ ବିବାହ!
ଭାଇରାଲ୍ ଭିଡିଓଟି ଏକ ଇନଷ୍ଟାଗ୍ରାମ ୟୁଜର ପୋଷ୍ଟ କରିଥିବା ବେଳେ, ସେଠାରେ ଦାବି କରାଯାଇଛି ଯେ ୨ ଫେବୃଆରୀରେ ବିଜୟ ଓ ରଶ୍ମିକା ହିନ୍ଦୁ ଧର୍ମ ଅନୁସାରେ ବିବାହ କରିବେ। ଭିଡିଓରେ ବିବାହ ଭେନ୍ୟୁରେ ଚାଲିଥିବା ଡେକୋରେସନ୍ର ଝଲକ ମଧ୍ୟ ଦେଖାଯାଉଛି। ଫେବୃୟାରୀ ୨୬ରେ ଉଦୟପୁରରେ ବିବାହ କରିବେ ବୋଲି କୁହାଯାଉଥିଲା।
ଭାଇରାଲ୍ ଭିଡିଓରେ କ’ଣ କୁହାଯାଇଛି?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭିଡିଓ କ୍ଲିପ୍ରେ ୟୁଜର କହୁଛନ୍ତି, “ଆମେ ଉଦୟପୁରର ସିଟି ପ୍ୟାଲେସରେ ଅଛୁ। ଏଠାରେ ପ୍ୟାଲେସକୁ ସଜାଯାଉଛି। ଆମକୁ ଜଣାପଡ଼ିଛି ଯେ ଏଠାରେ କାହାର ବିବାହ ହେଉଛି। ଅନୁମାନ କରନ୍ତୁ କିଏ? ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା। ୨ ଫେବୃଆରୀରେ ହେବ ବିବାହ।”
ଆନୁଷ୍ଠାନିକ ଭାବେ ଘୋଷଣା ହୋଇନି
ତେବେ କହିରଖୁଛୁ ଯେ, ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଏପର୍ଯ୍ୟନ୍ତ ନିଜ ବିବାହକୁ ନେଇ କୌଣସି ଆଧିକାରିକ ପୁଷ୍ଟି କରିନାହାନ୍ତି। ଏହି କାରଣରୁ ଭାଇରାଲ୍ ଭିଡିଓରେ କରାଯାଇଥିବା ଦାବିରେ କେତେ ସତ୍ୟତା ଅଛି, ତାହା କେତେ ସତ୍ୟ ସେ ବିଷୟରେ ଜଣାପଡିନି।
ଆନୁଷ୍ଠାନିକ ଭାବେ ଘୋଷଣା ହୋଇନି
ତେବେ କହିରଖୁଛୁ ଯେ, ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଏପର୍ଯ୍ୟନ୍ତ ନିଜ ବିବାହକୁ ନେଇ କୌଣସି ଆଧିକାରିକ ପୁଷ୍ଟି କରିନାହାନ୍ତି। ଏହି କାରଣରୁ ଭାଇରାଲ୍ ଭିଡିଓରେ କରାଯାଇଥିବା ଦାବିରେ କେତେ ସତ୍ୟତା ଅଛି, ତାହା କେତେ ସତ୍ୟ ସେ ବିଷୟରେ ଜଣାପଡିନି।
Related Topics
Explore more stories