Galwan Movie Controversy / ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ
·8 months ago·2 min read

Key Points
ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ ମାନେ ଚାଇନା। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି।
ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ ମାନେ ଚାଇନା। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ ଏହି ଚଳଚ୍ଚିତ୍ର “ତଥ୍ୟକୁ ବିକୃତ କରୁଛି” ବୋଲି ଅଭିଯୋଗ କରି ଏକ ନୂଆ ବିବାଦ ସୃଷ୍ଟି କରିଛି। ୨୦୨୦ ମସିହାରେ ପୂର୍ବ ଲଦାଖର ଗାଲୱାନ ଘାଟିରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଉପରେ ଏହି ସିନେମା ପର୍ଯ୍ୟବେସିତ।
ଏହାସହ ପଢ଼ନ୍ତୁ: ହ୍ରିତିକ୍-ସବାଙ୍କ ବ୍ୟତୀତ, ବିଜୟ-ରଶ୍ମିକା ଆସନ୍ତା ବର୍ଷ ବିବାହ କରିବେ...ଲିଷ୍ଟରେ ଅଛନ୍ତି ଏହି ଷ୍ଟାର ଯୋଡ଼ି
ଚାଇନା ସରକାରଙ୍କ ମୁଖପତ୍ର ‘ଗ୍ଲୋବାଲ ଟାଇମ୍ସ’ ଏକ ଆର୍ଟିକିଲରେ ଦାବି କରିଛି ଯେ ସିନେମାରେ ଦର୍ଶାଯାଇଥିବା ଘଟଣାଗୁଡ଼ିକ ବାସ୍ତବତା ସହ ମେଳ ଖାଉନାହିଁ। ଚାଇନା ପକ୍ଷରୁ କୁହାଯାଇଛି ଯେ, ବଲିଉଡ୍ ନିଜର ଜାତୀୟତାବାଦୀ ଭାବନାକୁ ବଢ଼ାଇବା ପାଇଁ ଏଭଳି ଅତିରଞ୍ଜିତ ଚଳଚ୍ଚିତ୍ର ନିର୍ମାଣ କରୁଛି। ଏପରିକି ଗାଲୱାନ ଉପତ୍ୟକା ଚାଇନାର ଅଞ୍ଚଳ ବୋଲି ମିଥ୍ୟା ଦାବି କରିବା ସହ ୨୦୨୦ ସଂଘର୍ଷ ପାଇଁ ଭାରତକୁ ଦାୟୀ କରିଛି। ଏପରିକି ଶହୀଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ବୀରତ୍ୱକୁ ମଧ୍ୟ ଚାଇନା ଗଣମାଧ୍ୟମ ପରିହାସ କରିବାକୁ ପଛାଇ ନାହିଁ।
ଏହାସହ ପଢ଼ନ୍ତୁ: ଜନ୍ମଦିନରେ ରୋଷେଇ କଲେ ସଲମାନ, ଭିଡିଓ ହେଉଛି ଭାଇରାଲ
ଅପୂର୍ବ ଲାଖିଆଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସଲମାନ ଖାନ କର୍ଣ୍ଣେଲ ବିକ୍କୁମଲ୍ଲା ସନ୍ତୋଷ ବାବୁଙ୍କ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ ଗାଲୱାନରେ ଚାଇନା ସେନା ସହ ଲଢ଼ି ଶହୀଦ ହୋଇଥିଲେ। ଏଥିରେ ଚିତ୍ରାଙ୍ଗଦା ସିଂ ମୁଖ୍ୟ ମହିଳା ଚରିତ୍ରରେ ଥିବାବେଳେ ଜେନ୍ ଶ’, ଅଙ୍କୁର ଭାଟିଆ ଏବଂ ବିପିନ ଭରଦ୍ୱାଜ ପ୍ରମୁଖ ଅଭିନୟ କରୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ସରକାରୀ ସୂତ୍ର ଅନୁଯାୟୀ, ଭାରତ ସରକାର କହିଛନ୍ତି ଯେ, ଏହି ଚଳଚ୍ଚିତ୍ରରେ ସରକାରଙ୍କର କୌଣସି ଭୂମିକା ନାହିଁ। ଭାରତରେ ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି ଏବଂ ନିର୍ମାତାମାନେ ନିଜ କଳାତ୍ମକ ସ୍ୱାଧୀନତା ଅନୁଯାୟୀ ସିନେମା ନିର୍ମାଣ କରିପାରିବେ। ଯଦି କାହାର କିଛି ସନ୍ଦେହ ଅଛି, ତେବେ ସେମାନେ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଯୋଗାଯୋଗ କରିପାରିବେ। "ଭାରତ ଏକ ଅଭିବ୍ୟକ୍ତିର ସ୍ୱାଧୀନତା ଥିବା ଦେଶ, ଏବଂ ସିନେମାଟିକ୍ ଅଭିବ୍ୟକ୍ତି ଏହାର ଏକ ଅବିଚ୍ଛେଦ୍ୟ ଅଂଶ। ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନେ ଏହି କଳାତ୍ମକ ସ୍ୱାଧୀନତା ଅନୁଯାୟୀ ଚଳଚ୍ଚିତ୍ର ନିର୍ମାଣ କରିବାକୁ ମୁକ୍ତ। ଯେଉଁମାନଙ୍କର ଏହି ନିର୍ଦ୍ଦିଷ୍ଟ ଚଳଚ୍ଚିତ୍ର ଉପରେ ଚିନ୍ତା ଥାଇପାରେ ସେମାନେ ଯେକୌଣସି ସ୍ପଷ୍ଟୀକରଣ ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିବାକୁ ମୁକ୍ତ। ଏହି ଚଳଚ୍ଚିତ୍ରରେ ସରକାରଙ୍କର କୌଣସି ଭୂମିକା ନାହିଁ।"
Related Topics
Explore more stories