Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood Update / ଜଣେ କୋଟିପତି ଅଭିନେତାଙ୍କୁ ଡେଟ୍‌ କରୁଛନ୍ତି ଶେହନାଜ

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଜଣେ କୋଟିପତି ଅଭିନେତାଙ୍କୁ ଡେଟ୍‌ କରୁଛନ୍ତି ଶେହନାଜ

Key Points

ଖୁବଶୀଘ୍ର ବିବାହ କରିବେ ଶେହନାଜ
କୋଟିପତି ଅଭିନେତାଙ୍କୁ କରୁଛନ୍ତି ଡେଟ୍‌
ନିଜେ କହିଲେ କେବେ ହେବ ବିବାହ
ନିଜର ଚୁଲବୁଲି ଅନ୍ଦାଜ ପାଇଁ ସମସ୍ତଙ୍କ ହୃଦୟରେ ରାଜ କରନ୍ତି ଅଭିନେତ୍ରୀ ଶେହନାଜ ଗିଲ୍। ପଞ୍ଜାବର କ୍ୟାଟ୍ରିନା କୈଫ ନାମରେ ପରିଚିତ ଶେହନାଜ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଦିନକୁ ଦିନ ବଢ଼ିବାରେ ଲାଗିଛି ଶେହନାଜଙ୍କ ଲୋକପ୍ରିୟତା। ଶେହନାଜଙ୍କ ସୁନ୍ଦରତା ଏବଂ ତାଙ୍କ ଚୁଲବୁଲି ଅନ୍ଦାଜରେ ଲକ୍ଷ ଲକ୍ଷ ପ୍ରଶଂସକ ଫିଦା। କେବଳ ସେତିକି ନୁହେଁ, ତାଙ୍କ କଥା କହିବା ଶୈଳୀ ସମସ୍ତଙ୍କୁ କରେ ଆକର୍ଷଣ।କୋଟିପତି ଅଭିନେତାଙ୍କୁ ଡେଟ୍‌ କରୁଛନ୍ତି ଅଭିନେତ୍ରୀ ଶେହନାଜ ଗିଲ। ଖୁବଶୀଘ୍ର ହେବେ ବୋହୂ ବୋଲି ଚର୍ଚ୍ଚା ଜୋର ଧରିଛି । ଶେହନାଜ ଅଭିନେତ୍ରୀ, ସିଙ୍ଗର ଏବଂ ପ୍ରଡ୍ୟୁସର ମଧ୍ୟ ହୋଇସାରିଲେଣି।

ତାଙ୍କ ଫିଲ୍ମ 'ଏକ କୁଡି' ହଲରେ ଧୁମ ମଚାଉଛି । ଫିଲ୍ମ ପ୍ରମୋସନ ସମୟରେ ସେ ନିଜ ପର୍ସିନାଲ ଏବଂ ପ୍ରଫେସନାଲ ଲାଇଫ ବିଷୟରେ ଆଲୋଚନା କରିଛନ୍ତି। ଏକ କଥାବାର୍ତ୍ତା ସମୟରେ ସେ ନିଜ ବିବାହକୁ ନେଇ କହିଛନ୍ତି ଯେ, ମୁଁ ପ୍ରେମ ବିବାହ କରିବି। କାହିଁକି ନା ମତେ ମୋ ପରି ପୁଅ ଦରକାର। ମୋ ମା ମୋ ପରି ପୁଅ ଖୋଜି ପାରିବେ ନାହିଁ। ଏହାସହ ଅଭିନେତ୍ରୀ ଜଣଙ୍କ ଏହା ମଧ୍ୟ କହିଛନ୍ତି କି, ମୁଁ ବିବାହ ପରେ ମୋ ସ୍ୱାମୀଙ୍କୁ ଲୁଚେଇ କି ରଖିବି। କାହିଁକି ନା ମୁଁ ଚାହୁଁନାହିଁ କି ଦୁନିଆ ମୋ ସ୍ୱାମୀଙ୍କୁ ଦେଖୁ। ଶେହନାଜଙ୍କୁ ଯେତେବେଳେ ପଚରା ଗଲା କି କଣ କେବେ ତୁମର ହୃଦୟ ଭାଙ୍ଗିଛି। ଏ ପ୍ରଶ୍ନର ଉତ୍ତରରେ ସେ କହିଥିଲେ କି ନାଇଁ, ମତେ ପ୍ରେମ ହୁଏ ନାହିଁ। ଏଥିପାଇଁ ମୋ ହୃଦୟ କେବେବି ଭାଙ୍ଗିନଥାଏ।

ମୁଁ ଖୁବ ସହଜରେ ସବୁକିଛି ଭୁଲିଯାଇଥାଏ। ଶେହନାଜ ଏହା ମଧ୍ୟ କହିଛନ୍ତି କି ମୁମ୍ୱାଇରେ ସାଙ୍ଗ ହେବା ବି ଗୋଟେ ପ୍ରକାରର ପ୍ରେମ। ଏଠାରେ ଲୋକମାନେ ଦେଖେଇବା ପାଇଁ ସାଙ୍ଗ କରିଥାନ୍ତି। ଏଠାରେ କେହିବି ରିୟଲ ହେଇନଥାନ୍ତି। କିନ୍ତୁ ପଞ୍ଜାବରେ ଲୋକମାନେ ହୃଦୟରୁ ସମ୍ପର୍କ ତିଆରି କରିଥାନ୍ତି। ଚର୍ଚ୍ଚା ହେଉଛି କି ଶେହନାଜ, ରାଘବ ଜୁଓଏଙ୍କୁ ଡେଟ୍‌ କରୁଛନ୍ତି। କିନ୍ତୁ ସେ ରାଘବଙ୍କ ସହ ଡେଟିଙ୍ଗ ଚର୍ଚ୍ଚାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ହେଲେ ଏତିକି କହିଛନ୍ତି କି ସେ ପ୍ରେମ ବିବାହ କରିବେ।

୬ ମାସରେ ୧୨ କିଲୋ ଓଜନ ହ୍ରାସ:

ଫିଟନେସ୍‌ ପରିବର୍ତ୍ତନ ମଧ୍ୟ ଲୋକଙ୍କ ପାଇଁ ଏକ ପ୍ରେରଣାଠାରୁ କମ୍‌ ନୁହେଁ। ଶେହନାଜଙ୍କ ଫିଟନେସ ବିଷୟରେ କହିବାକୁ ଗଲେ ୬ ମାସରେ ୧୨ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ ଶେହନାଜ। ଏଥିସହ ନିଜକୁ ସେ ସମ୍ପୂର୍ଣ୍ଣ ଫିଟ୍‌ ରଖିଛନ୍ତି।

ଜାଣନ୍ତୁ ଅଭିନେତ୍ରୀଙ୍କ ଡାଏଟ୍‌ ପ୍ଲାନ:

ବିଗ୍‌ ବସରେ ମୋଟା ଦେଖାଯାଉଥିବା ଶେହନାଜ ଏବେ ସ୍ଲିମ ଟ୍ରିମ୍‌। ସେ ବ୍ରେକଫାଷ୍ଟରେ ମୁଗ, ଦୋସା କିମ୍ୱା ମେଥି ପରଟା ଖାଆନ୍ତି ଏହାବ୍ୟତୀତ ଲଞ୍ଚରେ ପୁଷ୍ଟିକର ଖାଦ୍ୟ ଡାଲି ଏବଂ ଘିଅ ରୁଟି, ଗଜା ସାଲାଡ ଖାଆନ୍ତି। ସନ୍ଧ୍ୟାରେ ଘିଅରେ ଭଜା ମଖାନା ଖାଇବାକୁ ପସନ୍ଦ କରନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bollywood Update | Shehnaaz Gill Reportedly Dating a Billionaire Actor | Argus News | Argus News