Bollywood News / ଶ୍ରଦ୍ଧା କପୁରଙ୍କର ପୁରା ହେଲା ପିଲା ଦିନର ସ୍ଵପ୍ନ, ହଲିଉଡ୍ରେ କରିବେ ଡେବ୍ୟୁ
·8 months ago·2 min read

Key Points
ବଲିଉଡ୍ରେ ବର୍ତ୍ତମାନ ପିଢ଼ିର ସବୁଠୁ ଧନୀ କଳାକାର ଭାବେ ଶୀର୍ଷରେ ଅଛନ୍ତି ଶ୍ରଦ୍ଧା କପୁର । ୨୦୨୪ରେ ସେ‘ସ୍ତ୍ରୀ-୨’ ଜରିଆରେ କ୍ୟାରିଅର୍ର ସବୁଠୁ ହିଟ୍ ଫିଲ୍ମବକ୍ସ ଅଫିସ୍କୁ ଦେଇଥିଲେ ।
ବଲିଉଡ୍ରେ ବର୍ତ୍ତମାନ ପିଢ଼ିର ସବୁଠୁ ଧନୀ କଳାକାର ଭାବେ ଶୀର୍ଷରେ ଅଛନ୍ତି ଶ୍ରଦ୍ଧା କପୁର । ୨୦୨୪ରେ ସେ‘ସ୍ତ୍ରୀ-୨’ ଜରିଆରେ କ୍ୟାରିଅର୍ର ସବୁଠୁ ହିଟ୍ ଫିଲ୍ମବକ୍ସ ଅଫିସ୍କୁ ଦେଇଥିଲେ । ଆଉ ବର୍ତ୍ତମାନ ଖୁବ୍ଶୀଘ୍ର ଏକ ହଲିଉଡ୍ ପ୍ରୋଜେକ୍ଟରେ କାମ କରିବେ ଶ୍ରଦ୍ଧା । ହଲିଉଡ୍ର ନ୍ୟୁମରୋ ଉନୋ ପ୍ରଡକ୍ସନ୍ ହାଉସ୍ ସହ ଆନିମେସନ୍-ଡିଜ୍ନୀରେ ସେ ଯୋଡ଼ି ହୋଇଛନ୍ତି ।
ଡିଜ୍ନୀର ଆନିମେଟେଡ୍ ଫିଲ୍ମ ‘ଜୁଟୋପିୟା-୨’ରେ ଶ୍ରଦ୍ଧାଙ୍କ ସ୍ୱର ଶୁଣିବାକୁ ପାଇବେ ଦର୍ଶକ । ଫିଲ୍ମର ହିନ୍ଦୀ ସଂସ୍କରଣରେ ଆନିମେଟେଡ୍ ଚରିତ୍ର ଜୁଡି ହୋପ୍ସର ସେ ସ୍ୱର ହେବେ। ଫିଲ୍ମଟି ଆସନ୍ତା ୨୮ତାରିଖରେ ହିନ୍ଦୀ, ତାମିଲ,ତେଲୁଗୁ ଓ ଇଂରାଜୀ ଭାଷାରେ ଭାରତରେ ମୁକ୍ତିଲାଭ କରିବ। ଏହାର ହିନ୍ଦୀ ସଂସ୍କରଣର ଘୋଷଣା ସମୟରେ ଶ୍ରଦ୍ଧା କହିଥିଲେ, ତାଙ୍କ ବ୍ୟକ୍ତିତ୍ୱ ସହ ଜୁଡି ହୋପ୍ସ ଚରିତ୍ରର ଭୂମିକାର ସାମଞ୍ଜସ୍ୟ ରହିଛି । ସେ ବୁଦ୍ଧିମତୀ, ସର୍ବଦା ସକାରାତ୍ମକ ବିଚାର ସମ୍ପନ୍ନ ଏବଂ ଉତ୍ସାହୀ ପ୍ରକୃତିର। ଆବଶ୍ୟକ ହେଲେ, ସେ କଠୋର ଏବଂ ସମୟ ଆସିଲେ ଖୁବ୍ ନରମ ମଧ୍ୟ ପଡ଼ିଯାଏ । ଜୁଡି ଭାବେ କାମ କରିବା ଅତ୍ୟନ୍ତ ମଜାଦାର ବୋଲି ଶ୍ରଦ୍ଧା କହିଛନ୍ତି।
ଆନିମେଟେଡ୍ ଚରିତ୍ରର ସ୍ୱର ହେବା ତାଙ୍କ ପାଇଁ ଏକ ଭିନ୍ନ ଅନୁଭବ । କାର୍ଯ୍ୟକ୍ରମରେ ଗଣମାଧ୍ୟମ ସମ୍ମୁଖରେ ଫିଲ୍ମର ଏକ ଝଲକ୍ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏଥିରେ ଶ୍ରଦ୍ଧାଙ୍କ ସ୍ୱରରେ ଜୁଡି ହୋପ୍ସଙ୍କ ଭାବଭଙ୍ଗୀ ଓ ଏନର୍ଜି ଦେଖିବାକୁ ମିଳିଥିଲା । ‘ଜୁଟୋପିୟା-୨’୨୦୧୬ର ହିଟ୍ ଆନିମେଟେଡ୍ ଫିଲ୍ମ ‘ଜୁଟୋପିୟା’ର ସିକ୍ୱେଲ। ଆସନ୍ତା ୨୬ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଜାରେଡ୍ ବୁଶ୍ ଓ ବାଇରନ୍ ହାୱାର୍ଡ।
ଏହାସହ ପଢ଼ନ୍ତୁ: ଏହାସହ ପଢ଼ନ୍ତୁ: ଫିଲ୍ମ ବଦଳାଇଦେଲା ହର୍ଷବର୍ଦ୍ଧନ ରାଣେଙ୍କ ଜୀବନ, ଆଗାମୀ ଫିଲ୍ମରେ ନେବେ ଏତିକି ଟଙ୍କା...
ପୁଣି ଚର୍ଚ୍ଚାରେ ଅଭିନେତା ହର୍ଷବର୍ଦ୍ଧନ ରାଣେ । ହିଟ୍ ହେବା ପରେ ଗୋଟିଏ ଗୋଟିଏ ଫିଲ୍ମ ତାଙ୍କ ପାଖକୁ ଆସୁଛି ଅଫର। ଆଗକୁ ବଡ଼ ବଡ଼ ଫିଲ୍ମରେ ନଜର ଆସିବେ ହର୍ଷବର୍ଦ୍ଧନ । ଏହାସହ ଏଥର ତାଙ୍କ ଫିସ୍ ବଢ଼ାଇ ଦେଇଛନ୍ତି ବୋଲି ଖବର ଆସୁଛି। ହର୍ଷବର୍ଦ୍ଧନ ରାଣେ ବର୍ତ୍ତମାନ ତାଙ୍କର ନୂଆ ଚଳଚ୍ଚିତ୍ର “ଏକ୍ ଦିୱାନେ କି ଦିୱାନିୟତ” ପାଇଁ ଚର୍ଚ୍ଚାରେ ଅଛନ୍ତି। ଚଳଚ୍ଚିତ୍ରର ସଫଳତା ପରେ, ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ର ଅଭିନେତାଙ୍କ କ୍ୟାରିଅରରେ ଏକ ରେକର୍ଡ ଭାଙ୍ଗି ବଡ଼ ସଫଳତା ଆଣି ଦେଇଛି। କୋଇମୋଇ ରିପୋର୍ଟ କରିଛନ୍ତି ଯେ ଏହି ଫିଲ୍ମଟି ୨୫ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିଲା, ଏବଂ ସାଇନିକଙ୍କ ଅନୁଯାୟୀ, “ଏକ୍ ଦିୱାନେ କି ଦିୱାନିୟତ” ଭାରତୀୟ ବକ୍ସ ଅଫିସରେ ୭୩.୪୫ କୋଟି ଟଙ୍କା ରୋଜଗାର କରିଛି।
କୁହାଯାଉଛି କି ହର୍ଷବର୍ଦ୍ଧନ ଦାବି କରିଛନ୍ତି ଯେ “ଏକ୍ ଦିୱାନେ କି ଦିୱାନିୟତ”ର ସଫଳତା ପରେ, ହର୍ଷବର୍ଦ୍ଧନ ରାଣେ ଏବେ ତାଙ୍କ ଫିସ୍ ଭାବରେ ୧୦ କୋଟି ଟଙ୍କା ଦାବି କରୁଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ହର୍ଷବର୍ଦ୍ଧନ ରାଣେ ସାଧାରଣତଃ ୧.୫ କୋଟି ଟଙ୍କା ଚାର୍ଜ କରନ୍ତି। କିନ୍ତୁ, ସନମ୍ ତେରୀ କସମ୍ ପୁନଃପ୍ରକାଶନ ପରେ, ତାଙ୍କର ଲୋକପ୍ରିୟତା ଆକାଶଛୁଆଁ ହୋଇଗଲା ଏବଂ ଏକ ବିଗ୍ ଟିଭି ରିପୋର୍ଟ ଅନୁଯାୟୀ, ସେ ଏକ୍ ଦିୱାନେ କି ଦିୱାନିୟତ୍ ପାଇଁ ୨ ରୁ ୩ କୋଟି ଟଙ୍କା ଚାର୍ଜ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories