Bollywood News / ଧର୍ମେନ୍ଦ୍ରଙ୍କ ଘର ବାହାରେ ଫଟୋଗ୍ରାଫରଙ୍କୁ ଦେଖି ବର୍ଷିଲେ ସନ୍ନି, କହିଲେ: `ତୁମକୁ ଟିକେ ଲାଜ ଲାଗୁନି'
·10 months ago·2 min read

Key Points
ଅଭିନେତା ପାପାରାଜିମାନଙ୍କ ଉପରେ ଚିତ୍କାର କରି କହିଥିଲେ, "ତୁମମାନଙ୍କୁ ଲାଜ ଲାଗିବା କଥା...ତୁମ ଘରେ ବାପା-ମାଆ ଏବଂ ପିଲାମାନେ ଅଛନ୍ତି । ଆଉ ତୁମେ ଏବେ ବି ଭିଡିଓ କରୁଛ।
ଗତ କିଛି ଦିନ ହେଲେ ଦେଓଲ ପରିବାରଙ୍କ ଉପରେ ବଡ଼ ବିପଦ ଆସିଛି। ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଖବର ମଧ୍ୟ ଭାଇରାଲ ହୋଇଥିଲା। ଏହାପରେ ଧର୍ମେନ୍ଦ୍ରଙ୍କ ଝିଅ ଇଷା ଦିଓଲ ମିଡିଆ ଉପରେ ପୁରା ରାଗିଯାଇଥିଲେ।
ଏହାସହ ପଢ଼ନ୍ତୁ: ସୁସ୍ଥ ହୋଇ ଘରକୁ ଫେରିଲେ ହି-ମ୍ୟାନ୍
ଏହାପରେ ବଲିଉଡର ଡ୍ରିମଗର୍ଲ ହେମା ମାଳିନୀ ମଧ୍ୟ ମିଡିଆ ଉପରେ ବିରକ୍ତ ହୋଇ ଏକ୍ସରେ ପୋଷ୍ଟ କରିଥିଲେ। ଆଉ କହିଥିଲେ, ଶସ୍ତା ଟିଆରପି ପାଇଁ କିଛି ବି ଛାପନି। ଧର୍ମେନ୍ଦ୍ର ଜୀ ଏବେ ଭଲ ଅଛନ୍ତି। ଆଉ ସେ ରିକଭର ହେଉଛନ୍ତି। ଏହାର ଗୋଟିଏଦିନ ପରେ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ତାଙ୍କର ଘରେ ଚିକିତ୍ସା ଜାରି ରହିବ । ଏହି ସମୟରେ, ଧର୍ମେନ୍ଦ୍ରଙ୍କ ବଡ଼ ପୁଅ ସନ୍ନି ଦେଓଲଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସନ୍ନି ରାଗିକି ଚିତ୍କାର କରୁଥିବାର ଦେଖିବାକୁ ମିଳିଛି। ତାଙ୍କ ମୁହଁରେ ରାଗ ଏବଂ ବାପାଙ୍କ ଚିନ୍ତା ମଧ୍ୟ ସ୍ପଷ୍ଟ ଦେଖାଯାଉଛି।
ଏହାସହ ପଢ଼ନ୍ତୁ: ଗାୟିକା ପଲକ ମୁଛଲ ୩,୮୦୦ ହୃଦଘାତ ଅସ୍ତ୍ରୋପଚାର ପାଇଁ ପାଣ୍ଠି ଯୋଗାଇ ଗିନିଜ୍ ରେକର୍ଡରେ ପ୍ରବେଶ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆସନ୍ତୁ ଜାଣିବା ସନ୍ନି ଦେଓଲ କାହିଁକି ଓ କାହା ଉପରେ ଚିତ୍କାର କରିଥିଲେ?
ଭିଡିଓରେ ଅଭିନେତା ତାଙ୍କ ଘରୁ ବାହାରକୁ ଆସୁଥିବା ନଜର ଆସିଛନ୍ତି। ଏହି ସମୟରେ ସେ ପାପାରାଜିମାନଙ୍କୁ ସେଠାରେ ଦେଖିଥିଲେ। ଯେଉଁମାନେ ତାଙ୍କର ଫଟୋ ଓ ଭିଡିଓ କ୍ୟାପଚର କରୁଥିଲେ। ଏସବୁ ଦେଖି ସନ୍ନି ଖୁବ୍ ରାଗିଯାଇଥିଲେ । ଅଭିନେତା ପାପାରାଜିମାନଙ୍କ ଉପରେ ଚିତ୍କାର କରି କହିଥିଲେ, "ତୁମମାନଙ୍କୁ ଲାଜ ଲାଗିବା କଥା...ତୁମ ଘରେ ବାପା-ମାଆ ଏବଂ ପିଲାମାନେ ଅଛନ୍ତି । ଆଉ ତୁମେ ଏବେ ବି ଭିଡିଓ କରୁଛ। ଲାଜ ଟିକେ ଲାଗୁନି ତୁମକୁ ?" ଏତିକି ହିଁ ନୁହେଁ ସନ୍ନିଙ୍କୁ ହାତ ଯୋଡୁଥିବାର ମଧ୍ୟ ଦେଖିବାକୁ ମିଳିଛି।
ଉଲ୍ଲେଖନୀୟ ଯେ ଧର୍ମେନ୍ଦ୍ରଙ୍କୁ ଶ୍ୱାସକ୍ରିୟା ସମସ୍ୟା ଯୋଗୁଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ସହ ଅଭିନେତାଙ୍କୁ ଭେଣ୍ଟିଲେଟର ସହାୟତା ମଧ୍ୟ ଦିଆଯାଇଥିଲା। କିନ୍ତୁ ପରେ ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଭାଇରାଲ ହୋଇଥିଲା।

Related Topics
Explore more stories