Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Gold

Gold Price / ଆଜି ଏତିକି ବଢ଼ିଛି ସୁନା ଓ ରୁପା ଦର, ଆଗକୁ ପୁଣି ବଢ଼ିବ ନା କମିବ ଜାଣନ୍ତୁ ?

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଆଜି ଏତିକି ବଢ଼ିଛି ସୁନା ଓ ରୁପା ଦର, ଆଗକୁ ପୁଣି ବଢ଼ିବ ନା କମିବ ଜାଣନ୍ତୁ ?
Gold Price

Key Points

ପୁଣି ବଢ଼ିଲା ସୁନା ଦର
ଗତ ୪ ଦିନ ପରେ ଏତିକି ବଢ଼ିଲା ସୁନା ଓ ରୁପା ଦର
ଲଗାତାର ୪ ଦିନ ହେବ କମିବାରେ ଲାଗିଥିଲା ସୁନା ଓ ରୁପା ଦର। କିନ୍ତୁ ଆଜି ହଠାତ୍‌ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା। କାହିଁକିନା ଏବେ ଏହା ପୁଣି ଥରେ ଦୃଢ଼ ଭାବରେ ଫେରି ଆସିଛି। ୪ ଦିନର ପ୍ରବଳ ହ୍ରାସ ପରେ, ସୁନା ମୂଲ୍ୟରେ ଏକ ତୀବ୍ର ବୃଦ୍ଧି ଘଟିଛି। ଆଜି ୧୦ ଗ୍ରାମ୍‌ ପିଛା ୨୪ କ୍ୟାରେଟ୍‌ ସୁନା ଦର ୬ ହଜାର ୬୬୦ଟଙ୍କା ବୃଦ୍ଧି ପାଇଛି। ଯାହା ବର୍ତ୍ତମାନ ୧୦ ଗ୍ରାମ୍‌ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧ଲକ୍ଷ ୬୦ ହଜାର ୫୩୦ ଟଙ୍କାରେ ପହଁଞ୍ଚିଛି। ଏହାସହ ୧୦ ଗ୍ରାମ୍‌ ପିଛା ୨୨ କ୍ୟାରେଟ୍‌ ସୁନା ଦର ୬ ହଜାର ୫୦ ଟଙ୍କା ବୃଦ୍ଧି ହୋଇଛି। ଯାହା ବର୍ତ୍ତମାନ ୧୦ ଗ୍ରାମ୍‌ ପିଛା ୨୨ କ୍ୟାରେଟ୍‌ ସୁନା ଦର ୧ଲକ୍ଷ ୪୭ ହଜାର ୧୫୦ ଟଙ୍କାରେ ପହଁଞ୍ଚିଛି।

ଠିକ ସେହିପରି ରୁପା କେଜି ପିଛା ୨୦ ହଜାର ବଢ଼ି ହୋଇଛି ୩ ଲକ୍ଷ ୨୦ ହଜାର ଟଙ୍କା। ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦାମ ୧୫୩୯୪୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦାମ ୧୪୧୧୧୦ ଟଙ୍କା ରହିଛି । ଦିଲ୍ଲୀରେ ୨୪ କ୍ୟାରେଟ ସୁନା କିଣିବାକୁ ଆପଣଙ୍କୁ ୧୫୪୦୯୦ ଟଙ୍କା ଦେବାକୁ ପଡିବ । ୨୨ କ୍ୟାରେଟ ୧୪୧୨୬୦ରେ କାରବାର କରୁଛି ।

ସୁନାର ଶୁଦ୍ଧତା କିପରି ଜାଣିବେ?

ସୁନାର ଶୁଦ୍ଧତା ଜାଣିବା ପାଇଁ ISO (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍) ଦ୍ୱାରା ହଲ୍ ମାର୍କ ଦିଆଯାଏ । ୨୪ କ୍ୟାରେଟ୍ ସୁନା ଅଳଙ୍କାର ଉପରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୮୫, ୨୨ କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖାଯାଇଛି । ପ୍ରାୟତଃ ସୁନା ୨୨ କ୍ୟାରେଟରେ ବିକ୍ରି ହେଉଥିବାବେଳେ କିଛି ଲୋକ ୧୮ କ୍ୟାରେଟ୍ ମଧ୍ୟ ବ୍ୟବହାର କରନ୍ତି । କ୍ୟାରେଟ୍ ୨୪ ରୁ ଅଧିକ ନୁହେଁ । କ୍ୟାରେଟ୍ ଯେତେ ଅଧିକ, ସୁନା ସେତେ ଶୁଦ୍ଧ ହୋଇଥାଏ । ଅନ୍ୟପଟେ କୁହାଯାଉଛି ଯେ, ଆଗକୁ ପୁଣି କମିପାରେ ସୁନା ଓ ରୁପା ଦର। ତେବେ ଗତ ୪ ଦିନ ହେବ ଗ୍ରାହକ ସାମାନ୍ୟ ଖୁସି ହୋଇଯାଇଥିବାବେଳେ ଆଜି ପୁଣି ଗ୍ରାହକଙ୍କୁ ଚିନ୍ତା ମାଡିବସିଛି। 

କାହିଁକି ଖସୁଛି ଦର ?

ବିଶେଷଜ୍ଞଙ୍କ ଅନୁସାରେ, ସୁନା ଓ ରୁପା ଦର ସର୍ବକାଳୀନ ରେକର୍ଡରେ ପହଞ୍ଚିଥିଲା । ନିବେଶକ ଅଧିକ ଲାଭ ଆଶାରେ ବିପୁଳ ନିବେଶ କରିବାରୁ ଦର ଖସିଛି । ଏଥିସହ ଭୂ-ରାଜନୈତିକ ଅସ୍ଥିରତା, ଟ୍ରମ୍ପଙ୍କ ଟାରିଫ୍‌ର ପ୍ରଭାବ ବଜାରରେ ଦେଖିବାକୁ ମିଳିଛି । ଫେଡେରାଲ ରିଜର୍ଭରେ କେଭିନ ୱାର୍ସଙ୍କ ନିଯୁକ୍ତି ଘୋଷଣା ପରେ ବଢ଼ିଛି ଡଲାର ମୂଲ୍ୟ । ଅନ୍ତର୍ଜାତୀୟ ବଜାରରେ ଡଲାର ମଜଭୁତ ହେଲେ କମେ ସୁନା ଓ ରୁପାର ଚାହିଦା ।

ପ୍ରଫିଟ ବୁକିଂ ବା ଅଧିକ ଲାଭ ଆଶାରେ ସୁନା, ରୁପା ବିକ୍ରି କରୁଛନ୍ତି ବଡ଼ ନିବେଶକ । ଅନ୍ତର୍ଜାତୀୟ ଏକ୍ସଚେଞ୍ଜ ଟ୍ରେଡିଂ ପାଇଁ ମାର୍ଜିନ ବଢାଇବାରୁ ନଗଦ ଆବଶ୍ୟକ କରୁଛନ୍ତି ନିବେଶକ । ବଜେଟରେ ସୁନା, ରୁପାରେ ଆମଦାନୀ ଶୁଳ୍କ କମିଲା ନାହିଁ ତେଣୁ ବିକ୍ରି ବଢ଼ିଯାଇଛି । ଘରୋଇ ବଜାରରେ ଗହଣା କିଣାକିଣି କମିଗଲା ଓ ଚାହିଦା କମିବାରୁ ଦର ଖସିଲା ।

ଅଧିକ ପଢ଼ନ୍ତୁ ସୁନା ଦର ଖବର: 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gold Price | Gold prices have increased again today | Argus News | Argus News