Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Gold

Gold Price / ସୁନା ଦର କାହିଁକି ହେଉଛି ଆକାଶଛୁଆଁ ଜଣାପଡ଼ିଲା ସତ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·4 months ago·2 min read
ସୁନା ଦର କାହିଁକି ହେଉଛି ଆକାଶଛୁଆଁ ଜଣାପଡ଼ିଲା ସତ ଜାଣନ୍ତୁ...
Gold Price

Key Points

ସୁନା ଦର କାହିଁକି ଆକାଶଛୁଆଁ ? ସୀତାରମଣଙ୍କ ବଡ଼ ଖୁଲାସା!
ଟ୍ରମ୍ପ ଟାରିଫ୍ ଧମକର ପ୍ରଭାବ ! ସୁନା ଦର ରେକର୍ଡ୍ ସ୍ତର
ଏବେ ସୁନା କିଣିବେ କି ଅପେକ୍ଷା କରିବେ ? ଜାଣନ୍ତୁ ସତ୍ୟ

କାହିଁକି ବଢୁଛି ସୁନା ଦର ? ବହୁ ମାତ୍ରାରେ କିଣୁଛନ୍ତି ବିଶ୍ଵର ସେଣ୍ଟ୍ରାଲ ବ୍ୟାଙ୍କ୍ । ଆମେରିକା ଟାରିଫ୍ ଧମକର ପଡୁଛି କି ପ୍ରଭାବ ? ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିବ କି ଚାପ ? ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ପଷ୍ଟ କରିଛନ୍ତି ସୁନା ଦର ବୃଦ୍ଧିର ମୂଳ କାରଣ ଉପରେ । ୨୩ ଫେବ୍ରୁଆରୀ ୨୦୨୬ରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସେଣ୍ଟ୍ରାଲ୍ ବୋର୍ଡ ମିଟିଂ ପରେ ପ୍ରେସ୍ ବ୍ରିଫିଂରେ ଅର୍ଥମନ୍ତ୍ରୀ କହିଲେ, “ଗୋଲ୍ଡ ପ୍ରାଇସ୍ ସ୍ପାଇକ୍ ବିକଜ୍ ସେଣ୍ଟ୍ରାଲ୍ ବ୍ୟାଙ୍କ ଗ୍ଲୋବାଲି ବାଇଂ ଅଲ ଅଫ୍ ଇଟ୍।”

ସୀତାରମଣଙ୍କ କହିବା ଅନୁସାରେ, ବିଶ୍ୱର ବଡ଼ ବଡ଼ ସେଣ୍ଟ୍ରାଲ୍ ବ୍ୟାଙ୍କ ବହୁ ପରିମାଣରେ ସୁନା କିଣୁଛନ୍ତି । ସେମାନେ ଡଲାର୍ ରିଜର୍ଭକୁ କମ କରି ସୁରକ୍ଷିତ ସଂପତ୍ତି ଭାବେ ସୁନାକୁ ବାଛୁଛନ୍ତି । ଏହି ବୃହତ କିଣା ହେଉଛି ଦର ବୃଦ୍ଧିର ମୁଖ୍ୟ କାରଣ ।

ବିଶ୍ୱସ୍ତରରେ ଜିଓ-ପଲିଟିକାଲ୍ ଟେନ୍ସନ୍ ବଢ଼ିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଟାରିଫ୍ ଧମକ ମଧ୍ୟ ମାର୍କେଟ୍‌କୁ ଅସ୍ଥିର କରିଛି । ଏମିତି ପରିସ୍ଥିତିରେ ନିବେଶକମାନେ ଷ୍ଟକ୍ ମାର୍କେଟ୍ ଛାଡ଼ି ସୁରକ୍ଷିତ ବିକଳ୍ପ ଭାବେ ସୁନା ଦିଗରେ ଆଗଉଛନ୍ତି । ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । 

୨୩ ଫେବ୍ରୁଆରୀରେ ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପାଇଁ ୧,୬୦,୦୪୯ ଟଙ୍କା ଥିଲା, ଯାହା ପୂର୍ବ ଦିନ ଠାରୁ ୨.୦୨ ପ୍ରତିଶତ ଅଧିକ ଥିଲା । ଭାରତର ଅଧିକୃତ ସୁନା ଦର ଘୋଷଣା କରୁଥିବା ସଂଘ IBJA(India Bullion and Jewellers Association) ଅନୁସାରେ ୯୯୯ ପ୍ୟୁରିଟି ସୁନା ଦର ୧୦ ଗ୍ରାମ ପ୍ରତି ଥିଲା ୧,୫୫,୦୬୬ ଟଙ୍କା ଗ୍ଲୋବାଲ୍ ମାର୍କେଟ୍ COMEX(Commodity Exchange–USA) ହେଉଛି ଆମେରିକାର ବଜାର, ଯାହା ସାରା ପୃଥିବୀର ସୁନା ଦରକୁ ପ୍ରଭାବିତ କରେ ।

ତେବେ COMEXରେ ସୁନା ପ୍ରତି ଆଉନ୍ସ ହିସାବରେ ଟ୍ରେଡ କରାଯାଏ ଯାହାର ଦର ଥିଲା ୫,୧୮୨ ଡଲାର ଯାହା ୨୪ ଘଣ୍ଟାରେ ୨ ପ୍ରତିଶତ ବୃଦ୍ଧି ହୋଇଛି । ଅର୍ଥମନ୍ତ୍ରୀଙ୍କ କହିବା କଥା ଯେ, ସରକାର ଓ RBI ସୁନା ଆମଦାନିକୁ ନଜରରେ ରଖିଛନ୍ତି ।

ବର୍ତ୍ତମାନ ପରିସ୍ଥିତି ଚିନ୍ତାଜନକ ନୁହେଁ । ବିବାହ ଓ ପର୍ବପର୍ବାଣୀ ସମୟରେ ଅଧିକ ଚାହିଦା ବଢ଼ିଥାଏ, କିନ୍ତୁ ଏହି ବୃଦ୍ଧି ମୂଖ୍ୟତଃ ଗ୍ଲୋବାଲ୍ କାରଣରୁ ହୋଇଛି । ସୁନା ଦରର ଏହି ଦୌଡ଼ ଆଗକୁ ମଧ୍ୟ ଚାଲିପାରେ । ଯଦି ବୃଦ୍ଧି ଏଭଳି ଚାଲେ, ସାଧାରଣ ଲୋକଙ୍କ ପକେଟ୍ ଉପରେ ଚାପ ପଡ଼ିପାରେ । ତଥାପି ସରକାର କହୁଛନ୍ତି, ପରିସ୍ଥିତି ନିୟନ୍ତ୍ରଣରେ ଅଛି । ତେବେ ବଡ଼ ପ୍ରଶ୍ନ ହେଉଛି ଏହି ସମୟ, ସୁନା କିଣିବାର ଠିକ୍ ସମୟ କି? ନା ଅପେକ୍ଷା କରିବା ଭଲ ?

ଏଥିସହ ପଢ଼ନ୍ତୁ: ପୁଣି ବଢ଼ିଲା ସୁନା-ରୂପା ଦର, ଜାଣନ୍ତୁ ବୁଧବାର କେତେ ରହିଛି ଦର…

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold Price | Why Are Gold Prices Soaring? Truth Revealed | Argus News