Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Gold

Silver Price / ସୁନା ପରେ ରୁପା ଚିନ୍ତା: ୨ ଲକ୍ଷ ୭୧ ହଜାରକୁ ଛୁଇଁଲା ରୁପା

Rashmita Mishra
Browse all articles by Rashmita Mishra
·6 months ago·2 min read
ସୁନା ପରେ ରୁପା ଚିନ୍ତା: ୨ ଲକ୍ଷ ୭୧ ହଜାରକୁ ଛୁଇଁଲା ରୁପା
Silver Price

Key Points

ରୁପା କାହିଁକି ମହଙ୍ଗା ?
ସୁନା ପରେ ଏବେ ରୁପାକୁ ନେଇ ବଡ଼ ଚିନ୍ତା ।
ସୋମବାର କମୋଡିଟି ବଜାରରେ ରୁପା କିଲୋପିଛା ଦର ୨ ଲକ୍ଷ ୫୨ ହଜାର ଥିବାବେଳେ ଆଜି ଏହା ପୁଣି ନୂଆ ରେକର୍ଡ ସ୍ତରକୁ ଛୁଇଁଛି ।

ସୁନା ପରେ ଏବେ ରୁପାକୁ ନେଇ ବଡ଼ ଚିନ୍ତା । ନିଇତି ନୂଆ ନୂଆ ରେକର୍ଡ କରୁଛି ରୁପା ଦର । ବୁଲିୟନ ମାର୍କେଟ ଓ ଖୁଚୁରା ବଜାରରେ ଉଭୟରେ ସୁନା ରୁପା ମହଙ୍ଗା ହେଉଛି । କିନ୍ତୁ ସୁନା ଅପେକ୍ଷା ରୁପା ଦରରେ ବୃଦ୍ଧି ଅଧିକ ଦେଖିବାକୁ ମିଳୁଛି ।

ସୋମବାର ୧୨ ହଜାର ଟଙ୍କା ମହଙ୍ଗା ହୋଇଥିବା ରୁପା ଦରରେ ଆଜି ପୁଣି ବୃଦ୍ଧି ଦେଖିବାକୁ ମିଳିଛି । ସୋମବାର କମୋଡିଟି ବଜାରରେ ରୁପା କିଲୋପିଛା ଦର ୨ ଲକ୍ଷ ୫୨ ହଜାର ଥିବାବେଳେ ଆଜି ଏହା ପୁଣି ନୂଆ ରେକର୍ଡ ସ୍ତରକୁ ଛୁଇଁଛି । ଆଜି କମୋଡିଟି ବଜାରରେ ରୁପାର କିଲୋପିଛା ଦର ୨ ଲକ୍ଷ ୭୧ ହଜାରକୁ ଛୁଇଁଛି । ସାଧାରଣତଃ ମନରେ ପ୍ରଶ୍ନ ଆସେ ଯେ, ସୁନା ପ୍ରତି ଅହେତୁକ ଆକର୍ଷଣ କାରଣରୁ ସୁନା ମହଙ୍ଗା ହେଉଛି । କିନ୍ତୁ ରୁପା କାହିଁକି ମହଙ୍ଗା ହେବାରେ ଲାଗିଛି ।

ରୁପା କାହିଁକି ମହଙ୍ଗା ?
ବିଶ୍ଵ ବାଜରରେ ରୁପାର ଚାହିଦା ଢେର ଅଧିକ ରହିଛି । ନିବେଶକଙ୍କ ପସନ୍ଦ ଯୋଗୁଁ ରୁପା ଦରରେ ଚଳିତବର୍ଷ ୧୮୦% ବୃଦ୍ଧି ହୋଇଛି । ନିବେଶକଙ୍କ ପସନ୍ଦ ସହ ଶିଳ୍ପ କ୍ଷେତ୍ରର ଚାହିଦା ଓ ଯୋଗାଣରେ ବାଧା ଯୋଗୁଁ ରୁପାର ଦର ବଢ଼ଛି । ଗୋଟିଏ ପଟେ ଏହା ମୂଲ୍ୟବାନ ଧାତୁ ଅନ୍ୟପଟେ ବିଭିନ୍ନ ଶିଳ୍ପରେ ବ୍ୟବହାର ହେଉଛି । ସୋଲାର ପ୍ୟାନେଲ, ଇଲେକଟ୍ରୋନିକ୍ସ ଓ ଇଭି ସହ ବ୍ୟାଟେରୀ ଶିଳ୍ପରେ ମଧ୍ୟ ବ୍ୟବହାର ହେଉଛି ରୁପା । ଚାହିଦା ବଢ଼ିଲେ ମଧ୍ୟ ଯୋଗାଣ ସୀମିତ ରହୁଥିବାରୁ ଦର ବୃଦ୍ଧି ପାଉଛି ।

ବିଶ୍ଵ ବଜାରରେ ଡଲାର ଦୁର୍ବଳ ହେଉଥିବାରୁ ମଧ୍ୟ ରୁପାରେ ନିବେଶ ବଢିବାରେ ଲାଗିଛି । ରୁପା ଅପରିହାର୍ଯ୍ୟ ହୋଇଥିବାରୁ ଏହାର ଶିଳ୍ପଭିତ୍ତିକ ଚାହିଦା ୧୮୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସୁନା ଭଳି ରୁପାର ଖନନ ସହଜରେ ବଢ଼ାଯାଇ ପାରିବ ନାହିଁ । ଜିଙ୍କ୍, ତମ୍ବା କିମ୍ବା ସୀସା ଖଣିରୁ ବାଇ-ପ୍ରୋଡକ୍ଟ ଭାବେ ମିଳିଥାଏ ବଜାରରେ ଉପଲବ୍ଧ ରୁପା । ବିବାହ ଋତୁରେ ରୁପା ଗହଣା ଓ ବାସନ କୁସନର ବହୁଳ ବ୍ୟବହାର ହୋଇଥାଏ କିନ୍ତୁ ମୂଲ୍ୟ ଅହେତୁକ ବୃଦ୍ଧି ଯୋଗୁଁ ଗ୍ରାହକମାନେ ରୁପା ଗହଣା କିଣିବାରୁ ମଧ୍ୟ ଦୂରେଇ ରହୁଛନ୍ତି ।

ବିଶେଷଜ୍ଞଙ୍କ ଅନୁଯାୟୀ, ବୈଦ୍ୟୁତିକ ଯାନ (EV) ଏବଂ ସୌର ପ୍ୟାନେଲ୍ ଶିଳ୍ପରେ ରୁପାର ବ୍ୟାପକ ବ୍ୟବହାର ଯୋଗୁଁ ଏହି ଦରବୃଦ୍ଧି ଘଟିଛି। ଏକ ସାଧାରଣ ପେଟ୍ରୋଲ ଗାଡ଼ି ତୁଳନାରେ ଗୋଟିଏ ବୈଦ୍ୟୁତିକ ଯାନରେ ପ୍ରାୟ ୨୫ ରୁ ୫୦ ଗ୍ରାମ ରୁପା ବ୍ୟବହୃତ ହୁଏ, ଯାହା ପାରମ୍ପାରିକ ଗାଡ଼ି ଅପେକ୍ଷା ୭୦% ରୁ ଅଧିକ।

ସେହିଭଳି ସୌର ପ୍ୟାନେଲର ଫୋଟୋଭୋଲ୍ଟାଇକ୍ ସେଲରେ ବିଦ୍ୟୁତ ପରିବାହୀ ଭାବେ ରୁପା ଅପରିହାର୍ଯ୍ୟ ହୋଇଥିବାରୁ ଏହାର ଶିଳ୍ପଭିତ୍ତିକ ଚାହିଦା ୧୮୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । କିନ୍ତୁ ମୂଲ୍ୟ ଅହେତୁକ ବୃଦ୍ଧି ଯୋଗୁଁ ଗ୍ରାହକମାନେ ଏବେ ଗହଣା କିଣିବାରୁ ଦୂରେଇ ରହୁଛନ୍ତି। ବଜାର ବିଶ୍ଲେଷକଙ୍କ ଅନୁଯାୟୀ, ରୁପା ଏବେ କେବଳ ଏକ ‘ଶୋଭାବର୍ଦ୍ଧକ ଧାତୁ’ ନୁହେଁ, ବରଂ ଏକ ଗୁରୁତ୍ୱପୂର୍ଣ୍ଣ ‘ଔଦ୍ୟୋଗିକ ଧାତୁ’ ଭାବେ ଉଭା ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Silver Price | After Gold, Silver Prices Soar: Silver Touches ₹2.71 Lakh | Argus News