Hot Water / ଗରମ ପାଣିରେ ଗାଧୋଇଲେ ଚର୍ମ ଏବଂ କେଶ ହୋଇଯିବ ଖରାପ...
·7 months ago·2 min read

Key Points
ଶୀତ ଋତୁରେ ଗରମ ପାଣିରେ ଗାଧୋଉଥିଲେ ସାବଧାନ
ହୋଇପାରେ ଏହି ସବୁ ସମସ୍ୟା
ଏବେଠୁ ହୋଇଯାଆନ୍ତୁ ସତର୍କ, ନଚେତ୍
ହୋଇପାରେ ଏହି ସବୁ ସମସ୍ୟା
ଏବେଠୁ ହୋଇଯାଆନ୍ତୁ ସତର୍କ, ନଚେତ୍
ଶୀତରେ ଅନେକ ଗାଧୋଇବା ନାଁ ଧରନ୍ତିନି । ଆଉ ଯଦି ଗାଧୋଇଲେ ଗରମ ପାଣି ଦରକାର ପଡ଼ିଥାଏ । ଖରାରେ ଦେହରେ ଥଣ୍ଡା ପାଣିଟିକେ ପଡ଼ିଗଲେ ଯେମିତି ଶାନ୍ତି ଲାଗିଥାଏ ଠିକ ସେମିତି ଶୀତରେ ଗରମ ପାଣି ଦେହରେ ପଡିଲେ ଭାରି ଆରାମ ଲାଗିଥାଏ । ତା ସହ ୱାକ୍ ଆଉଟ୍ କରି ଫେରିବା ପରେ ଗରମ ପାଣିରେ ଗାଧୋଇ ପଡ଼ିଲେ ଦେହର ସବୁ ଥକ୍କାପଣ ଚାଲିଗଲା ପରି ଲାଗେ । ସମସ୍ତେ କୁହନ୍ତି ଶୀତରେ ଗରମ ପାଣି ଉପକାରୀ । ହେଲେ ଗରମ ପାଣିରେ ଗାଧୋଇବାବେଳେ ସାବଧାନ ନହେଲେ ଭାରି ଖରାପ । ଶୀତ ଋତୁରେ ଗରମ ପାଣିରେ ଗାଧୋଉଥିଲେ ସାବଧାନ, ହୋଇପାରେ ଏହି ସବୁ ସମସ୍ୟା।
ଅଧିକାଂଶ ଲୋକ ଥଣ୍ଡା ବଢିବା ମାତ୍ରେ ଗରମ ପାଣିରେ ଗାଧୋଇବା ଆରମ୍ଭ କରିଦେଇଥାନ୍ତି। ଥଣ୍ଡାରେ ଗରମ ପାଣିରେ ସ୍ନାନ କରିବାର ଅନେକ ଫାଇଦା କୁହାଯାଏ। ଗରମ ପାଣି ଶରୀରର ଥକ୍କାପଣ ଦୂର କରିଥାଏ। ଫିଟନେସ୍ ଫ୍ରିକ୍ ଅଧିକାଶ ଲୋକ ଅନେକ ସମୟରେ ୱାର୍କଆଉଟ୍ କିମ୍ୱା ଥକା ଲାଗିବା ପରେ ଗରମ ପାଣିରେ ସ୍ନାନକରି ରିଲାକ୍ସ ହେବାକୁ ପସନ୍ଦ କରିଥାନ୍ତି।
କେଶର କ୍ଷତି:
ବିଶେଷଜ୍ଞଙ୍କ ଅନୁସାରେ , ଗରମା ପାଣିରେ ସ୍ନାର ଅଭ୍ୟାସ କେବଳ ଚର୍ମକୁ ହିଁ ନୁହେଁ ବରଂ କେଶର ମଧ୍ୟ କ୍ଷତି ହୋଇଥାଏ। ଅଧିକ ଗରମ ପାଣି ଆପଣଙ୍କ କେଶକୁ ଡ୍ୟାମେଜ୍ କରି ଏହାର କୋମଳତାକୁ ହ୍ରାସ କରିଦିଏ, ଯେଉଁଥିରେ କେଶ ଶୁଖିଲା ଓ ନିର୍ଜୀବ ଦେଖାଯାଏ। ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଡ୍ୟାଣ୍ଡ୍ରଫ ସମସ୍ୟା ବଢିପାରେ।
ଚର୍ମ ଶୁଷ୍କତା:
ବିଶେଷଜ୍ଞଙ୍କ ଅନୁସାରେ , ଅଧିକ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଚର୍ମର ପ୍ରାକୃତିକ ଆର୍ଦ୍ରତା ହ୍ରାସ ପାଏ, ଯେଉଁଥିରେ ଚର୍ମ ଶୁଷ୍କତା , କୁଣ୍ଡେଇ ହୋଇପାରେ। ଗରମ ପାଣି କିରାଟିନ ସ୍କିନ୍ ସେଲ୍ସକୁ ଡ୍ୟାମେଜ୍ କରିଥାଏ, ଯାହା କାରଣରୁ ତ୍ୱଚାରେ କୁଞ୍ଚନ, ଶୁଖିଲା ପଣ ଓ ଦାଗର ସମସ୍ୟା ସୃଷ୍ଟି ହୋଇପାରେ। ଏହି କାରଣ ଯେ, ସର୍ଦ୍ଦିରେ କେବେ ବି ଖୁବ୍ ଗରମ ପାଣିରେ ସ୍ନାନର ପରାମର୍ଶ ଦିଆଯାଇ ନଥାଏ।
ଚର୍ମରେ ଜ୍ୱଳନ:
ଅତ୍ୟଧିକ ଗରମ ପାଣିରେ ସ୍ନାନରେ ଚର୍ମର ଉପର ପରସ୍ତ ପ୍ରଭାବିତ ହୋଇଥାଏ, ଯେଉଁଥିରେ ଜ୍ୱଳନ , ଲାଲ୍ ପଡ଼ିବା କିମ୍ୱା ଏକଜିମା ଭଳି ସମସ୍ୟା ହୋଇପାରେ।ଏକ୍ସପର୍ଟସଙ୍କ କହିବା ଅନୁସାରେ, ବହୁତ ଗରମ ପାଣିରେ ଗାଧୋଇଲେ ତ୍ବଚାର ନମନୀୟତା ନଷ୍ଟ ହୁଏ । ଫଳରେ ତ୍ବଚା ଡ୍ରାଏ ହେବା ସହ ଫାଟିବା , କୁଣ୍ଡାଇ ହେବା ସମସ୍ୟା ଦେଖାଯାଏ । ଅତ୍ୟଧିକ ଗରମ ପାଣି ଚର୍ମର କାରେଟିନ୍ ସେଲ୍ସକୁ ନଷ୍ଟ କରିଦିଏ ଫଳରେ ତ୍ବଚା କୁଣ୍ଡାଇହୁଏ । ଗରମ ପାଣିରେ ଗାଧୋଇଲେ କେବଳ ତ୍ବଚା ଯେ ଶୁଷ୍କ ହୋଇଯାଏ ତା ନୁହେଁ ବରଂ ଚର୍ମରେ ନାଲି ରଙ୍ଗର ପ୍ୟାଚ୍ ହୋଇ ଏକଜିମା ଭଳି ସମସ୍ୟା ହୁଏ । ବେଳେ ବେଳେ ଚର୍ମ ପୋଡ଼ାଜଳା ପରି ଅନୁଭବ ହୁଏ । ଏହାସହ ଚର୍ମରେ କୁଞ୍ଚନ ବା ରିଙ୍କଲ୍ସ ଦେଖାଯାଏ ।
( ଏହି ସମସ୍ତ ତଥ୍ୟ ଆପଣଙ୍କ ସୂଚନା ପାଇଁ, ଯଦି ଆପଣ କୌଣସି ପଦକ୍ଷେପ ଗ୍ରହଣ କରୁଛନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ କରିନିଅନ୍ତୁ।)
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: