Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Horoscope / ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ...

Rashmita Mishra
Browse all articles by Rashmita Mishra
·5 months ago·4 min read
ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ...
astrology forecast today

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ?
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...

ମେଷ-
ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବେ । ଚାକିରିରେ କିଛି ପରିବର୍ତନ ଆସିପାରେ । ସହପାଠୀ ଓ ଶିକ୍ଷକଙ୍କର ପୂର୍ଣ୍ଣରୂପେ ସହଯୋଗ ପାଇବେ । ଧାର ଦେଇଥିବା ପଇସା ଫେରସ୍ତ ପାଇବେ । ଆପଣଙ୍କର ପିତୃପୁରୁଷଙ୍କ ଘର ପାଇପାରିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବୃଷ-
ରାଜନୈତିକ କ୍ଷେତ୍ରରେ ଦୃଢ ସଂକଳ୍ପ ଓ ଆତ୍ମବିଶ୍ୱାସ ଫଳରେ ସମ୍ମାନ ବୃଦ୍ଧି ପାଇବ । କଳା, ଚଳଚିତ୍ର କ୍ଷେତ୍ରରେ ଆଗେଇବେ । ପୁରୁଣା ଗାଡି ବିକିବାରେ ମନ ବଳାଇବେ । ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଢୋଶୀଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ । ଧନ୍ୟଧାନ୍ୟ, ବାହାନାଦି ପ୍ରାପ୍ତି ହେବାର ଯୋଗ ଅଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ-
ପ୍ରେମିକା , ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ବେପାରରେ ପ୍ରଚୁର ଲାଭ ମିଳିବାର ସମ୍ଭାବନା ରହିଛି । ଧନର ଠିକ୍ ଉପଯୋଗ କରିବା ପାଇଁ ଚେଷ୍ଟା କରିବେ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କର୍କଟ-
କର୍ମ କ୍ଷେତ୍ରରେ ଉତରତର ଉନ୍ନତି କରିବେ । ସାଂସାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ଫେରିଆସିବ ଓ ସମ୍ପର୍କରେ ଉନ୍ନତି ଆସିବ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ । ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ । ଜରୁରୀ କାମରେ ବିଦେଶ ଯାତ୍ରାରେ ସଫଳ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ସିଂହ-
ଖୁସି ଖବର ଶୁଣି ମନ ପ୍ରଫୁଲିତ ରହିବ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ । ବନ୍ଧୁ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ । କଚେରି ମାମଲାରେ ସାମୟିକ ଦୁଶ୍ଚିନ୍ତା ଦୂରେଇ ଯିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

କନ୍ୟା-
ବ୍ୟବସାୟରେ ଅଂଶୀଦାର ମାନଙ୍କ ସହ କିଛି ଚୁକ୍ତିନାମା କରିପାରନ୍ତି । ଜୀବନସାଥୀଙ୍କ ପ୍ରତି ପ୍ରେମ ଓ ସମ୍ମାନ ବୃଦ୍ଧି ପାଇବା ସହ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଅନ୍ୟର ଉପକାର କରି ନିଜେ କ୍ଷତିରେ ପଡିବେ । ଧାର୍ମିକ କାର‌୍ୟ୍ୟରେ ଅଂଶଗ୍ରହଣ କରିବା ଫଳରେ ଏକାଗ୍ରତା ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟକୁ ପୂଜା କରନ୍ତୁ

ତୁଳା-
ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖିବା ଜରୁରୀ ଅଟେ । ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି । ଶିକ୍ଷାର୍ଥୀ ମାନେ ଶିକ୍ଷାପ୍ରତି ଅଧିକ ଯତ୍ନଶୀଳ ରହିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

ବିଛା-
ଶରିରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ । ଆପଣ ନିଜ କଥାରେ ଅନ୍ୟ ମାନଙ୍କ ମନ ମୋହିବେ । ଜମିଜମାକୁ ନେଇ ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି । ଯାନବାହନ କିଣିବା ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଧନୁ-
ଯାତ୍ରା ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ଦେଖାଦେଇ ପାରେ । ବ୍ୟୟ ବୃଦ୍ଧି ଦେଖାଦେଲେ ମଧ୍ୟ , ଆୟ ବଜାୟ ରହିବ । ବିଦ୍ୟାର୍ଥୀ ମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ । ଯାନବାହନ ଓ ସାମୟିକ ସମସ୍ୟା ଦେଖା ଦେଇପାରେ । ପରୋକ୍ଷ ଷଡଯନ୍ତ୍ର ମନରେ ହତାଶ ଭାବ ଦେଖା ଦେଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଭୋଗ ଲଗାନ୍ତୁ

ମକର-
ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । ଯେଉଁ କ୍ଷେତ୍ରରେ କର୍ମ କରୁଛନ୍ତି ଅଚାନକ ଭାବରେ ବାହାରକୁ ଯିବାର ସମ୍ଭାବନା ଅଛି । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦପଦବୀ ମିଳିବା ସହ ନୂଆ ସମ୍ପର୍କ ସୃଷ୍ଟି ହେବ । ଶିକ୍ଷା କ୍ଷେତ୍ରରେ ମାନସିକ ଏକାଗ୍ରତା ବଜାୟ ରହିବା ଯୋଗେ ଆନନ୍ଦିତ ହେବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ

କୁମ୍ଭ-
ପାରିବାରିକ ମାଙ୍ଗଳିକ କାର୍ଯ୍ୟର ସୂଚନା ମିଳିବ । ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ସମ୍ପତି ବଢାଇବାର ଯୋଜନା ସଫଳ ହେବ । ରାଜନିତିରେ ସହଯୋଗ ମିଳିବ । ପାଠ ପଢାରେ ପରିଶ୍ରମ କରିବାକୁ ପଡିବ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ

ମୀନ-
ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମ କ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ସମ୍ପତି କୁ ନେଇ ଦୀର୍ଘ ଦିନର ଚିନ୍ତା ଦୂର ହୋଇଯିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଦେଖନ୍ତୁ ଏହି ଖବର: ପ୍ରେମୀଯୁଗଳମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Horoscope | Big Change Today for This Zodiac Sign | Horoscope Prediction | Argus News