|
logo
Live
Argus News App
GET APP

Argus News - ଅମାନିଆ ପାକିସ୍ତାନ ! ଅସ୍ତ୍ରବିରତି କହି ଆଫଗାନିସ୍ତାନ ଉପରେ କଲା ବଡ଼ ଏୟାର ଷ୍ଟ୍ରାଇକ୍‌

International

Pakistan Air Strike to Afghanistan / ଅମାନିଆ ପାକିସ୍ତାନ ! ଅସ୍ତ୍ରବିରତି କହି ଆଫଗାନିସ୍ତାନ ଉପରେ କଲା ବଡ଼ ଏୟାର ଷ୍ଟ୍ରାଇକ୍‌

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ଅମାନିଆ ପାକିସ୍ତାନ ! ଅସ୍ତ୍ରବିରତି କହି ଆଫଗାନିସ୍ତାନ ଉପରେ କଲା ବଡ଼ ଏୟାର ଷ୍ଟ୍ରାଇକ୍‌

Key Points

ଆଫଗାନିସ୍ତାନର ପକ୍‌ଟିକା ଉପରେ ପାକିସ୍ତାନର ସିରିଜ୍ ଏୟାରଷ୍ଟାଇକ୍ କରିଛି ପାକିସ୍ତାନ ।
ଅସ୍ତ୍ରବିରତି ଘୋଷଣା ବେଳେ ହିଁ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଛି ।

ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍ । ଏୟାରଷ୍ଟ୍ରାଇକରେ ତିନି ଆଫଗାନ୍ କ୍ରିକେଟରଙ୍କ ମୃତ୍ୟୁ । ତିନି କ୍ରିକେଟରଙ୍କ ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ କଲା ଆଫଗାନ୍ କ୍ରିକେଟ ବୋର୍ଡ । କ୍ରିକେଟର କବୀର, ଶିବତୁଲ୍ଲା ଓ ହାରୁନଙ୍କ ମୃତ୍ୟୁ । ତିନି କ୍ରିକେଟରଙ୍କ ସହ ଆଉ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଆଫଗାନିସ୍ତାନର ପକ୍‌ଟିକା ଉପରେ ପାକିସ୍ତାନର ସିରିଜ୍ ଏୟାରଷ୍ଟାଇକ୍ କରିଛି ପାକିସ୍ତାନ । ଅସ୍ତ୍ରବିରତି ଘୋଷଣା ବେଳେ ହିଁ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଛି ।

ତେବେ ସାମ୍ନାକୁ ଆସିଲା ପାକିସ୍ତାନର ଦୋମୁହାଁ ଚରିତ୍ର । ଗୋଟିଏ ପଟେ ଅସ୍ତ୍ରବିରତି, ଅନ୍ୟପଟେ ଆଫଗାନିସ୍ତାନ ଉପରେ କଲା ଏୟାରଷ୍ଟ୍ରାଇକ୍ । ଶାନ୍ତି ଆଲୋଚନା ପାଇଁ କତାର ରାଜଧାନୀରେ ପହଞ୍ଚି ସାରିଛି ପାକିସ୍ତାନୀ ପ୍ରତିନିଧିମଣ୍ଡଳୀ । ଆଜି ଦୋହାରେ ପହଞ୍ଚିବେ ଆଫଗାନ୍ ଟିମ୍ । ଦୁଇ ଦେଶ ୪୮ ଘଣ୍ଟାର ଅସ୍ତ୍ରବିରତି ବୃଦ୍ଧି କରିବାକୁ ରାଜି ହୋଇଥିଲେ।

ପୂର୍ବରୁ ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ଅନେକ ନିରୀହ ଜୀବନ । ଗୋଟିଏ ପଟେ ପାକିସ୍ତାନ ପକ୍ଷରୁ ଗୁଇନ୍ଦା ବିଭାଗକୁ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ଅନ୍ୟପଟେ ଆଫଗାନିସ୍ତାନ ବିଜୟ ଉତ୍ସବ ପାଳନ କରିଥିଲା । ଆଫଗାନିସ୍ତାନ ଦାବି କରିଥିଲା ଯେ, ପାକିସ୍ତାନ ବିପକ୍ଷରେ ସେ ବିଜୟ ହାସଲ କରିଛି । ପ୍ରାୟ ୫୮ ଜଣ ସୈନିକଙ୍କୁ ନିହତ କରିଛି ତାଲିବାନ ସେନା । ହେଲେ ପାକିସ୍ତାନ ଅଭିଯୋଗ କରିଥିଲା ଅନେକ ସାଧାରଣ ଜନତା ମଧ୍ୟ ପ୍ରାଣ ହରାଇଛନ୍ତି ।

ଅନ୍ୟପଟେ ପାକିସ୍ତାନ ମଧ୍ୟ ତାଲିବାନ ଆକ୍ରମଣର ଜବାବରେ ଆଫଗାନିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଆଉ ସେଥିରେ ଅନେକ ନୀରିହ ଜୀବନ ମଧ୍ୟ ଯାଇଛି । ହେଲେ ପାକିସ୍ତାନ ସୀମା ଉପରେ ଆଫଗାନ ତାଲିବାନର ଅତର୍କିତ ଆକ୍ରମଣ ଓ ଅନେକ ପାକ ସୈନ୍ୟଙ୍କ ମୃତ୍ୟୁ ପରେ ଭୀଷଣ ଅସନ୍ତୁଷ୍ଟ ଥିଲେ ପାକିସ୍ତାନ ସେନାମୁଖ୍ୟ ଫିଲଡ୍ ମାର୍ସାଲ ଅସିମ ମୁନୀର । ସେ ନିଜ ସେନା ଅଧିକାରୀମାନଙ୍କ ଏକ ଜରୁରୀ ବୈଠକ ଡକାଇ ସେମାନଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistan Air Strike to Afghanistan : ଅମାନିଆ ପାକିସ୍ତାନ ! ଅସ୍ତ୍ରବିରତି କହି ଆଫଗାନିସ୍ତାନ ଉପରେ କଲା ବଡ଼ ଏୟାର ଷ୍ଟ୍ରାଇକ୍‌ | Argus News