Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଇସ୍ରାଏଲ ଏବଂ ଆମେରିକାକୁ କାଙ୍ଗାଳ କରି ସାରିଲାଣି ଏହି ଶସ୍ତା ଡ୍ରୋନ୍‌

International

Military Technology / ଇସ୍ରାଏଲ ଏବଂ ଆମେରିକାକୁ କାଙ୍ଗାଳ କରି ସାରିଲାଣି ଏହି ଶସ୍ତା ଡ୍ରୋନ୍‌

Rashmita Mishra
Browse all articles by Rashmita Mishra
·2 months ago·2 min read
ଇସ୍ରାଏଲ ଏବଂ ଆମେରିକାକୁ କାଙ୍ଗାଳ କରି ସାରିଲାଣି ଏହି ଶସ୍ତା ଡ୍ରୋନ୍‌
Military Technology

Key Points

ଇସ୍ରାଏଲ୍‌ ଆମେରିକାକୁ କାଙ୍ଗାଳ କରିସାରିଲାଣି ଏହି ଡ୍ରୋନ୍‌ ।
ଇସ୍ରାଏଲ ଏବଂ ଆମେରିକାକୁ କାଙ୍ଗାଳ କରି ସାରିଲାଣି ଏହି ଶସ୍ତା ଡ୍ରୋନ୍‌ ।
ଇରାନ୍‌ର ଡ୍ରୋନ୍‌ ପାଇଁ ଖାଲି ହୋଇ ଗଲାଣି ଇସ୍ରାଏଲର ସବୁ ଅର୍ଥ ।
ଇସ୍ରାଏଲ ଯୁଦ୍ଧ ପାଇଁ ଭିକାରି ହେବା ଉପରେ
ଭୟରେ ଇସ୍ରାଏଲର ହାତ ଛାଡ଼ିବା ଉପରେ ଆମେରିକା ।

ଶହ ଶହ ଶସ୍ତା ଡ୍ରୋନ୍‌ ଆସୁଛନ୍ତି ଇସ୍ରାଏଲ ଉପରେ କରୁଛନ୍ତି ଆକ୍ରମଣ । ଡ୍ରୋନ ମାନଙ୍କର ସାମ୍ନା କରିପାରୁ ନାହିଁ ଇସ୍ରାଏଲ ଘାତକ ମିଶାଇଲ । କୁଆଡ଼ୁ କେମିତି ଆସୁଛନ୍ତି ଆଉ ଆକ୍ରମଣ କରୁଛନ୍ତି ଇସ୍ରାଏଲ ଜାଣି ପାରୁ ନାହିଁ । ଇସ୍ରାଏଲର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଲାଣି ଇରାନ୍‌ ଏହି ଶସ୍ତା ଡ୍ରୋନ୍‌ । ସାହିଦ ୧୩୬ ଡ୍ରୋନ୍‌ । ଯିଏ ଏବେ ଇସ୍ରାଏଲ ଏବଂ ଆମେରିକା ପାଇଁ କାଳ ପାଲଟିଛି ।

ଇରାନ ଏତେ ଶକ୍ତିଶାଳି ଥିବ ଏବଂ ଆମେରିକା ଇସ୍ରାଏଲ ଉପରେ ଭାରି ପଡ଼ିବ ବୋଲି କେହି ଭାବି ନଥିଲେ । ଇରାନ୍‌ର ଏହି ଡ୍ରୋନ୍‌ ଆକ୍ରମଣରେ କାଙ୍ଗାଳ ହେବାରେ ଲାଗିଛି ଇସ୍ରାଏଲ । ଇରାନ୍‌ର ଡ୍ରୋନ୍‌ ଇସ୍ରାଏଲକୁ ଭିକାରି କରି ଦେଲାଣି। ଇରାନ୍‌ର ସାହିଦ ଡ୍ରୋନ୍‌ ଇସ୍ରାଏଲରେ ଚରିଛି ତାଣ୍ଡବ । ଶହ ଶହ ଡ୍ରୋନ୍‌ ଇସ୍ରାଏଲ ଉପରେ କରୁଛି ଆକ୍ରମଣ ।

ଇରାନ୍‌ର ଏହି ଡ୍ରୋନ ଏତେ ଶସ୍ତା କି ଯାହାକୁ ଇରାନ୍‌ ଶହ ଶହ ପରିମାଣରେ ଇସ୍ରାଏଲ ବିରୁଦ୍ଧରେ ବ୍ୟବହାର କରୁଛି । ଏହି ଡ୍ରୋନ୍‌ର ମୁଲ୍ୟ ହେଉଛି ୨୦ ହଜାର ଡଲାର ମାନେ ଭାରତୀୟ ମୁଦ୍ରାରେ ୧୮ ଲକ୍ଷ ଟଙ୍କା । ସାହିଦ ଡ୍ରୋନ୍‌ ଏବେ ଇସ୍ରାଏଲ, ଆମେରିକା ସହ ଗଲ୍ଫ ଦେଶ ଗୁଡ଼ିକ ଉପୋରେ ଅଧିକ ପରିମାଣରେ ବ୍ୟବହାର କରୁଛି ଇରାନ୍‌ । ଏହାକୁ ତିଆରି କରିବା ବହୁତ ଶସ୍ତା ହୋଇଥିବାରୁ ଇରାନ୍‌ ଏହାକୁ ଲକ୍ଷ ଲକ୍ଷ ପରିମାଣରେ ତିଆରି କରୁଛି ।

କିନ୍ତୁ ଏହାକୁ ରୋକିବା ପାଇଁ ଆମେରିକା ଏବଂ ଇସ୍ରାଏଲ ଭଳି ଦେଶ ଅଧିକ ମୂଲ୍ୟର ଇଣ୍ଟରସେପ୍ଟର ମିଶାଇଲ ବ୍ୟବହାର କରୁଛନ୍ତି। ଯାହାର ମୂଲ୍ୟ ହେଉଛି ୧୫ ମିଲିୟନ ଡଲାର ମାନେ ଭାରତୀୟ ମୂଦ୍ରାରେ ୧୩୭କୋଟି ଟଙ୍କା ଗୋଟିଏ ସଟ୍‌ ପାଇଁ ଖର୍ଚ୍ଚ ହେଉଛି।

ଯଦି ଦେଖିବା ଏହି ଯୁଦ୍ଧରେ ୟୁଏଇ ୧ ହଜାର ଡ୍ରୋନ୍‌ ଇଣ୍ଟରସେପ୍ଟ କରିଛି। ଯେଉଁଥିପାଇଁ ଖର୍ଚ୍ଚ ହୋଇଛି ପାଖା ପାଖି ୨୦ ହଜାର ୯୬୨ କୋଟିରୁ ଅଧିକ ଟଙ୍କା। ହେଲେ ଇରାନ୍‌ ଏହି ଡ୍ରୋନ୍‌କୁ ବ୍ୟବହାର କରିବାରେ ଖର୍ଚ୍ଚ କରିଛି ମାତ୍ର ୩ହଜାର ୩ଶହ ୧୦ କୋଟି ପାଖା ପାଖି। ଯାହାକି ୟୁଏଇ ଠାରୁ ୧୭ ଗୁଣ କମ୍‌।

ରିପୋର୍ଟ ମୁତାବକ ଯୁଦ୍ଧ ଆରମ୍ଭ ହେବା ପରେ ଇରାନ ୨୦୦୦ରୁ ଅଧିକ ସାହିଦ ୧୩୬ ଡ୍ରୋନ୍‌ର ବ୍ୟବହାର କରିଛି । ଅନେକ ଡ୍ରୋନ୍‌କୁ ଇସ୍ରାଏଲ ଏବଂ ଇରାନ୍‌ ରୋକିବାରେ ସକ୍ଷମ ହୋଇଛନ୍ତି । କିନ୍ତୁ ଏହି ଡ୍ରୋନ୍‌ ବ୍ୟବହାର ଦ୍ବାରା ଖାଲି ହେବାରେ ଲାଗିଛି ଇସ୍ରାଏଲ ଏବଂ ଆମେରିାକର ସଞ୍ଚିତ ଅର୍ଥ ।

ଶସ୍ତା ଡ୍ରୋନ୍‌ ଦାମି ସିଷ୍ଟମ ଉପରେ ଭାରି ପଡ଼ି ଗଲାଣି। ଏହାପରେ ଆମେରିକା ବି ଏବେ ଇରାନକୁ ଦେଖି ଲୁକସ୍‌ ଡ୍ରୋନ୍‌ ତିଆରି କରିଛି। ଏହି ଯୁଦ୍ଧ ଦେଖାଇ ଦେଇଛି କି ଆଗକୁ ଏହି ଯୁଦ୍ଧ ମହଙ୍ଗା ଅସ୍ତ୍ରରେ ନୁହେଁ। କେବଳ ଶସ୍ତା ଏବଂ ବହୁତ ସଂଖ୍ୟା ଥିବା କୌଶଳ ରେ ଜିତାଯାଇ ପାରିବ । ଯଦି ଦେଖିବା ଇରାନର ସର୍ବୋଚ ନେତା ଖାମେନେଇଙ୍କୁ ମାରିବା ପରେ ଆରମ୍ଭ ହୋଇଥିବା ଯୁଦ୍ଧ ୯ ଦିନରେ ପହଞ୍ଚିଛି । ଏହି ଯୁଦ୍ଧ ଆଗକୁ ଆହୁରି ବଢ଼ିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Military Technology | Cheap Drones Draining Israel and US Defense Systems | Argus News