Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

America vs China / ମୁହାଁମୁହିଁ ଆମେରିକା-ଚୀନ୍ ! 'ଟ୍ରମ୍ପଙ୍କ ଅଭିଯୋଗ ମିଛ'

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ମୁହାଁମୁହିଁ ଆମେରିକା-ଚୀନ୍ ! 'ଟ୍ରମ୍ପଙ୍କ ଅଭିଯୋଗ ମିଛ'

Key Points

ପାକିସ୍ତାନ ମଧ୍ୟ ଟ୍ରମ୍ପଙ୍କ କଥାକୁ ପ୍ରତ୍ୟାକ୍ଷାନ କରିଛି ।
ଟ୍ରମ୍ପ କହିଥିଲେ ଚୀନ୍‌ ଏବଂ ପାକିସ୍ତାନ ଭଳି ଦେଶ, ଲୁଚି ଲୁଚି ପରମାଣୁ ପରୀକ୍ଷଣ କରୁଛନ୍ତି ।

ଟ୍ରମ୍ପଙ୍କ ପରମାଣୁ ପରୀକ୍ଷଣ ଅଭିଯୋଗକୁ ନେଇ ଚିହିଁକିଲା ଚୀନ୍ । ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏହି ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରିଛି । ଟ୍ରମ୍ପଙ୍କ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହି ପ୍ରତ୍ୟାଖ୍ୟାନ କରିଛି ଚୀନ୍ । ଚୀନ୍ No First Use ଏବଂ Self-Defensive Nuclear Strategy ଅର୍ଥାତ୍ ଆତ୍ମରକ୍ଷା ପାଇଁ ପରମାଣୁ ରଣନୀତି ଉପରେ କାମ କରେ ବୋଲି ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିକ୍ରିୟା ଦିଆଯିବା ସହିତ ଆମେରିକାକୁ ବିଶ୍ୱ ଶାନ୍ତି ପାଇଁ କାମ କରିବାକୁ ପରାମର୍ଶ ଦେଇଛି ଚୀନ୍ ।

ସେହିପରି ପାକିସ୍ତାନ ମଧ୍ୟ ଟ୍ରମ୍ପଙ୍କ କଥାକୁ ପ୍ରତ୍ୟାକ୍ଷାନ କରିଛି । ଟ୍ରମ୍ପ କହିଥିଲେ ଚୀନ୍‌ ଏବଂ ପାକିସ୍ତାନ ଭଳି ଦେଶ, ଲୁଚି ଲୁଚି ପରମାଣୁ ପରୀକ୍ଷଣ କରୁଛନ୍ତି । ଏହି ଅଭିଯୋଗକୁ ଆଧାରହୀନ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ତେବେ ରୁଷ୍ ଉପରେ ମଧ୍ୟ ଟ୍ରମ୍ପ ସମାନ ଅଭିଯୋଗ ଆଣିଥିବା ବେଳେ, ପୁଟିନ୍ କିନ୍ତୁ ଏନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ଓଲଟଶ ଦେଶର ପରମାଣୁ ଅସ୍ତ୍ର ନିର୍ମାତା ଏବଂ ଗବେଷକ ମାନଙ୍କୁ ପୁରସ୍କୃତ କରିଛନ୍ତି ପୁଟିନ୍ । ଯାହା ପୁନର୍ବାର ପୁଟିନ୍‌ଙ୍କ ପରମାଣୁ ଶକ୍ତି ପ୍ରଦର୍ଶନର ଜିଦ୍‌କୁ ସ୍ପଷ୍ଟ କରୁଛି ।

ତେବେ CBS ନ୍ୟୁଜ ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ପାକିସ୍ତାନୀ ସୁରକ୍ଷା ଅଧିକାରୀ କହିଛନ୍ତି, ‘ପାକିସ୍ତାନ ପରମାଣୁ ପରୀକ୍ଷଣ ପୁନଃ ଆରମ୍ଭ କରିବାରେ ପ୍ରଥମ ଦେଶ ନୁହେଁ। ପାକିସ୍ତାନ ପୂର୍ବରୁ ଅନ୍ୟ ଦେଶମାନେ ପରମାଣୁ ପରୀକ୍ଷଣ କରିଛନ୍ତି।’ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାକିସ୍ତାନର ପରମାଣୁ ପରୀକ୍ଷଣ ଭାରତ ପାଇଁ ନିଜର ଶକ୍ତି ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରେ । ରବିବାର, ଟ୍ରମ୍ପ ରୁଷିଆ, ଚାଇନା, ଉତ୍ତର କୋରିଆ ଏବଂ ପାକିସ୍ତାନକୁ ପରମାଣୁ ଅସ୍ତ୍ର ପରୀକ୍ଷଣ କରୁଥିବା ଦେଶ ଭାବରେ ଚିହ୍ନଟ କରିଥିଲେ। ସେ କହିଥିଲେ, ‘ରୁଷିଆ ଏବଂ ଚାଇନା ପରୀକ୍ଷଣ କରୁଛନ୍ତି, କିନ୍ତୁ ସେମାନେ ଏହା ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ। ଉତ୍ତର କୋରିଆ ନିଶ୍ଚିତ ଭାବରେ ପରୀକ୍ଷଣ କରୁଛି।’ ପାକିସ୍ତାନ ମଧ୍ୟ ପରୀକ୍ଷଣ କରୁଛି ।

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ସପ୍ତାହରେ କହିଥିଲେ ଯେ ରୁଷିଆ ପୋସାଇଡନ ପରମାଣୁ-ସକ୍ଷମ ‘ସୁପର ଟର୍ପେଡୋ’ ପରୀକ୍ଷଣ କରିଛି। ଏହା ପରେ, ଆମେରିକା ରାଷ୍ଟ୍ରପତି କହିଥିଲେ, ‘ଅନ୍ୟ ଦେଶ ପରୀକ୍ଷଣ କରନ୍ତି, କିନ୍ତୁ ଆମେ କରୁନାହୁଁ। ଆମକୁ ପରୀକ୍ଷଣ କରିବାକୁ ପଡ଼ିବ। ରୁଷିଆ ମଧ୍ୟ କିଛି ଦିନ ପୂର୍ବରୁ ଧମକ ଦେଇଥିଲା ଯେତେବେଳେ ଏହା କହିଥିଲା ଯେ ଏହା ଏକ ଭିନ୍ନ ସ୍ତରର ପରୀକ୍ଷଣ କରିବାକୁ ଯାଉଛି।’

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ସମ୍ପର୍କରେ ଏକ ସାଂଘାତିକ ବିବୃତ୍ତି ଦେଇଥିଲେ । ସେ କହିଥିଲେ ଯେ ଯେପରି ଚାଇନା ଆମେରିକା ପାଇଁ ବିପଦ ସୃଷ୍ଟି କରେ, ସେହିପରି ଆମେରିକା ମଧ୍ୟ ଚାଇନା ପାଇଁ ବିପଦ ସୃଷ୍ଟି କରେ। ଟ୍ରମ୍ପ କହିଛନ୍ତି ଯେ ‘ଆମେ ସେମାନଙ୍କୁ ଦେଖୁ, ସେମାନେ ଆମକୁ ଦେଖନ୍ତି। ବିଶ୍ୱ ବହୁତ ପ୍ରତିଯୋଗିତାମୂଳକ, ବିଶେଷକରି ଯେତେବେଳେ ଆମେରିକା ଏବଂ ଚାଇନା କଥା ଆସେ।’

ଟ୍ରମ୍ପ କହିଛନ୍ତି ଯେ ଉଭୟ ଦେଶ ମୁକାବିଲାରେ ଲିପ୍ତ ହେବା ପରିବର୍ତ୍ତେ ଉତ୍ତମ ଫଳାଫଳ ହାସଲ କରିବା ପାଇଁ ଏକାଠି କାମ କରିବା ଉଚିତ। ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକୀୟ ଏଜେନ୍ସିଗୁଡ଼ିକ ଚାଇନା ଉପରେ ଆମେରିକାର ଶକ୍ତି ଏବଂ ଜଳ ଯୋଗାଣ ବ୍ୟବସ୍ଥାକୁ ବାଧା ଦେଉଥିବା ଅଭିଯୋଗ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଚାଇନାର ବର୍ଦ୍ଧିତ ପରମାଣୁ ଅସ୍ତ୍ରାଗାର ବିଷୟରେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
America vs China | China denies nuclear testing, calls on US to maintain moratorium | Argus News