Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

'Block Everything'କୁ ନେଇ ଅସ୍ଥିର ଫ୍ରାନ୍ସ, ଆଗକୁ ହେବ କ'ଣ ?

Sushanta Sahoo
Browse all articles by Sushanta Sahoo
·10 months ago·2 min read
'Block Everything'କୁ ନେଇ ଅସ୍ଥିର ଫ୍ରାନ୍ସ, ଆଗକୁ ହେବ କ'ଣ ?

Key Points

ନେପାଳରେ ରାଜନୈତିକ ସଂକଟ ପରେ ଏବେ ୟୁରୋପୀୟ ଦେଶ ଫ୍ରାନ୍ସରେ ଅସ୍ଥିରତା ଦେଖା ଦେଇଛି । 'Block Everything' ନାରା ଦେଇ ରାଜଧାନୀ ପାରିସ ସହ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ଆରମ୍ଭ ହୋଇଛି ।

ପାରିସ: ନେପାଳ ପରେ ଫ୍ରାନ୍ସ ଜଳୁଛି । ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ଯୁବପିଢ଼ି । ନେପାଳରେ ରାଜନୈତିକ ସଂକଟ ପରେ ଏବେ ୟୁରୋପୀୟ ଦେଶ ଫ୍ରାନ୍ସରେ ଅସ୍ଥିରତା ଦେଖା ଦେଇଛି । 'Block Everything' ନାରା ଦେଇ ରାଜଧାନୀ ପାରିସ ସହ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରନଙ୍କ ଉପରେ ଏହି ବିକ୍ଷୋଭ ଚାପ ସୃଷ୍ଟି କରିଛି ।


ରାଜଧାନୀ ପାରିସ ସହ ଫ୍ରାନ୍ସର ଅନେକ ସ୍ଥାନରେ ବିକ୍ଷୋଭକାରୀ ରାସ୍ତାରୋକ କରିବା ସହ ଏକାଧିକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିବା ବେଳେ ପଛକୁ ହଟୁ ନାହାନ୍ତି ବିକ୍ଷୋଭକାରୀ । ଫ୍ରାନ୍ସ ଗୃହମନ୍ତ୍ରୀ ବ୍ରୁନୋ ରିଟେଲିଙ୍କ ଅନୁସାରେ, ଦେଶବ୍ୟାପୀ ବିରୋଧ ପ୍ରଦର୍ଶନର ମାତ୍ର କିଛି ଘଣ୍ଟାରେ ୨୦୦ ଜଣ ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରିଛି ।


ବିରୋଧ ପ୍ରଦର୍ଶନ ବେଳେ ଦକ୍ଷିଣ-ପଶ୍ଚିମ ଫ୍ରାନ୍ସରେ ବିଦ୍ୟୁତ୍ ଲାଇନ୍‌ କ୍ଷତିଗ୍ରସ୍ତ ହେବାରୁ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି । ଫ୍ରାନ୍ସରେ ପ୍ରବଳ ଗରମ ଭିତରେ ଅନଲାଇନ୍‌ ଆନ୍ଦୋଳନ ଏବେ ସଡ଼କରେ ବଡ଼ ଜନ ଅସନ୍ତୋଷର ରୂପ ନେଇଛି । ତେବେ ଆନ୍ଦୋଳନ ପଛରେ ନିର୍ଦ୍ଦିଷ୍ଟ କୌଣସି ଏକ କାରଣ ନାହିଁ । ତେବେ ପ୍ରମୁଖ କାରଣ ହେଉଛି- ବଜେଟ୍ ହ୍ରାସ, ସାମାଜିକ ଅସମାନତା ଓ ସରକାରଙ୍କ ନୀତି ବିରୋଧରେ ଲୋକଙ୍କ ଅସନ୍ତୋଷ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସରକାରଙ୍କ ପାଇଁ ସଂକଟର ଘଡ଼ି


ନେପାଳରେ Gen Z ଆନ୍ଦୋଳନ ସରକାରକୁ ଭାଙ୍ଗି ଦେଇଥିବା ବେଳେ ଫ୍ରାନ୍ସରେ ଏବେ ଆନ୍ଦୋଳନର ରୂପ ତୀବ୍ର ହେଉଛି । ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇବା ସହ ଟ୍ରାଫିକ୍ ଜାମ କରୁଛନ୍ତି । ରାଷ୍ଟ୍ରପତି ଇମ୍ମାନୁଏଲ ମାକ୍ରନ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରି ଆନ୍ଦୋଳନ ନିଆଁକୁ ପ୍ରଶମିତ କରିବାକୁ ପ୍ରୟାସ କରିଛନ୍ତି । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ୮୦ ହଜାର ପୋଲିସ ମୁତୟନ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ଯାରିକେଡ୍ କରାଯାଇଛି ।

Sponsored
Protests Erupt in France Amid Economic Crisis and Social Unrest | Argus News | Argus News