|
logo
Live
Argus News App
GET APP

Argus News - ମହାଯୁଦ୍ଧର ଅୟଂ ଆରମ୍ଭ: ଲକ୍ଷ ଲକ୍ଷ ଲୋକ ମରିଯିବେ, ଶହେ ବର୍ଷ ତଳକୁ ଚାଲିଯିବ ପୃଥିବୀ !

International

US and Russia / ମହାଯୁଦ୍ଧର ଅୟଂ ଆରମ୍ଭ: ଲକ୍ଷ ଲକ୍ଷ ଲୋକ ମରିଯିବେ, ଶହେ ବର୍ଷ ତଳକୁ ଚାଲିଯିବ ପୃଥିବୀ !

Banajyotshna Ray
Browse all articles by Banajyotshna Ray
·2 months ago·3 min read
ମହାଯୁଦ୍ଧର ଅୟଂ ଆରମ୍ଭ: ଲକ୍ଷ ଲକ୍ଷ ଲୋକ ମରିଯିବେ, ଶହେ ବର୍ଷ ତଳକୁ ଚାଲିଯିବ ପୃଥିବୀ !
US and Russia

Key Points

ଆମେରିକା-ରୁଷ ଯୁଦ୍ଧ ହୁଏ
କିଏ ଜିତିବ କିଏ ହାରିବ ?
ସବୁଠି ଚର୍ଚ୍ଚା ଖୁବଶୀଘ୍ର ହେବ ଯୁଦ୍ଧ। ପଡ଼ିବ ପରମାଣୁ ଆଉ ଧ୍ୱଂସ ହେବ ଦେଶ। କିଏ ଅଧିକ ଶକ୍ତିଶାଳୀ ? କେଉଁ ଦେଶରେ ପଡ଼ିବ ପରମାଣୁ ଆଉ କିଏ ପକେଇବ ବୋଲି ସବୁଠି ଚର୍ଚ୍ଚା। ଯେତେବେଳେ ପାଓ୍ୱାର କଥା ଆସେ, ପ୍ରଥମେ ମନକୁ ଚାଲିଆସେ ନ୍ୟୁକ୍ଲିଅର ପାଓ୍ୱାର ବା ପରମାଣୁ ଶକ୍ତି। ପରମାଣୁ କ୍ଷମତାର ସମ୍ପନ୍ନ ଦୁଇ ଶକ୍ତିଶାଳୀ ରାଷ୍ଟ୍ର ହେଲେ ରୁଷ ଏବଂ ଆମେରିକା। ଜାଣିଛନ୍ତି କାହା ପାଖରେ ରହିଛି କେତେ ଶକ୍ତି? ଏବେ ନଜର ପକାଇବା ଦୁଇ ଦେଶର ସାମରିକ ଶକ୍ତି ଉପରେ।ରୁଷ ପାଖରେ ପ୍ରାୟ ୫,୫୮୦ ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ଏଥିମଧ୍ୟରୁ ୧,୭୧୦ ନିୟୋଜିତ ହୋଇଛି। ଯୁଦ୍ଧ ମୁହାଁ ପୃଥିବୀର ଦୁଇ ମହାମେରୁ।

ଆମେରିକା-ରୁଷ।ଦୁଇ ଦେଶ ପ୍ରାୟ ସମାନ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ରଖିଛନ୍ତି, କିନ୍ତୁ ବ୍ୟବହାର ପାଇଁ ପ୍ରସ୍ତୁତ ଅସ୍ତ୍ରଶସ୍ତ୍ର ସଂଖ୍ୟାରେ ସାମାନ୍ୟ ପାର୍ଥକ୍ୟ ଅଛି। ରୁଷ ପାଖରେ ଟିକେ ବଡ଼ ଭଣ୍ଡାର ଅଛି, କିନ୍ତୁ ଆମେରିକା ଏହାର ଅସ୍ତ୍ରଶସ୍ତ୍ର ଆଧୁନିକୀକରଣ ଉପରେ ଅଧିକ ଧ୍ୟାନ ଦେଉଛି। ଭେନେଜୁଏଲା ତୈଳ ଭଣ୍ଡାରକୁ ନେଇ ଦୁଇ ସୁପରପାଓ୍ୱାର ମୁହାଁମୁହିଁ। ରୁଷ ତେଲ ଟ୍ୟାଙ୍କରକୁ ଆମେରିକୀୟ ସେନା ଜବତ କରିବା କ୍ରୋଧରେ ଜର୍ଜରିତ ପୁଟିନ। ଏବେ କେବଳ ଆକ୍ସନକୁ ଅପେକ୍ଷା। ବିଶେଷଜ୍ଞଙ୍କ ଚେତାବନୀ ଆମେରିକାର ଏକପାଖିଆ ପଦକ୍ଷେପ ଓ ରୁଷିଆକୁ ଟାର୍ଗେଟ କରିବା ବିଶ୍ୱ ପାଇଁ ବିପଦ। ଏହା ମହାଯୁଦ୍ଧର ଅୟଂ ଆରମ୍ଭ। ଯଦି ଆମେରିକା-ରୁଷ ଯୁଦ୍ଧ ହୁଏ ତେବେ କେଉଁ ଦେଶ ବିଜୟୀ ହେବ ? କିଏ ଅଧିକ ଶକ୍ତିଶାଳୀ? ଆମେରିକା ନା ରୁଷ ?ସେହିପରି ଆମେରିକା ପାଖରେ ପ୍ରାୟ ୫,୪୨୮ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ଏଥିମଧ୍ୟରୁ ୧୬୪୪ ନିୟୋଜିତ ହୋଇଛି।

ରୁଷର ଜାର ବମ୍। ପାଓ୍ୱାର 50-ମେଗାଟନ୍। ଏହି ବମ୍ ହିରୋସିମା ବୋମା ଅପେକ୍ଷା ୩୩୦୦ ଗୁଣ ଅଧିକ ଶକ୍ତିଶାଳୀ। ସେହିପରି ଆମେରିକାର B2 ବମ୍ବର ସବୁଠୁ ଘାତକ ଓ ଶକ୍ତିଶାଳୀ। ୨୫-ମେଗାଟନ୍ ବିଶିଷ୍ଟ B-41 ହାଇଡ୍ରୋଜେନ୍ ବୋମାକୁ ଏବେ କ୍ଷୁଦ୍ରକରଣ କରାଯାଇ ମିଶାଇଲରେ ବ୍ୟବହାର କରୁଛି ଆମେରିକା। ରୁଷିଆର ଜାର ବୋମା ବୈଷୟିକ ଭାବରେ ସବୁଠାରୁ ଶକ୍ତିଶାଳୀ ହେଲେବି ଆମେରିକା ପାଖରେ ଅଧିକ ସଂଖ୍ୟକ ଛୋଟ ଘାତକ ବୋମା ଅଛି। ରୁଷ ସେନାରେ ରକେଟ୍ ଲଞ୍ଚର ସଂଖ୍ୟା ୩୦୬୫। ଆମେରିକାରେ ମୋଟ ବିମାନ ସଂଖ୍ୟା ୧୩ ହଜାର ୨୦୯ ଥିବା ବେଳେ ରୁଷରେ ମୋଟ ବିମାନ ସଂଖ୍ୟା ୪ ହଜାର ୨୫୫। ଆମେରିକା ବାୟୁସେନାରେ ଫାଇଟର ଜେଟ ସଂଖ୍ୟା ୧୮୫୪। ରୁଷ ବାୟୁସେନାରେ ଫାଇଟର ଜେଟ୍ ସଂଖ୍ୟା ୮୦୯।

ଆମେରିକା ବାୟୁସେନାରେ ଆଟାକ୍ ଜେଟ୍ ସଂଖ୍ୟା ୮୯୬। ରୁଷ ବାୟୁସେନାରେ ଆଟାକ ଜେଟ୍ ସଂଖ୍ୟା ୭୩୦। ଆମେରିକା ବାୟୁସେନାରେ ଟ୍ରାନ୍ସପୋର୍ଟ ବିମାନ ସଂଖ୍ୟା ୯୫୭। ରୁଷ ବାୟୁସେନାରେ ଟ୍ରାନ୍ସପୋର୍ଟ ବିମାନ ସଂଖ୍ୟା ୪୫୩। ଆମେରିକା ବାୟୁସେନାରେ ମୋଟ ହେଲିକପ୍ଟର ସଂଖ୍ୟା ୫ ହଜାର ୭୩୭। ସେହିପରି ରୁଷ ବାୟୁସେନାରେ ମୋଟ ହେଲିକପ୍ଟର ସଂଖ୍ୟା ୧ ହଜାର ୫୪୭।ଆମେରିକାର ବାୟୁସେନାର ନୌସେନା ଶକ୍ତି ୪୭୨ ଥିବା ବେଳେ ରୁଷିଆର ବାୟୁସେନାର ନୌସେନା ଶକ୍ତି ୭୮୧। ରୁଷିଆରେ ୬୩ଟି ମୋବାଇଲ୍ ଏବଂ ୧୦ଟି ସାଇଲୋ ଲଞ୍ଚର୍ ଅଛି। ରୁଷିଆନ୍ କ୍ଷେପଣାସ୍ତ୍ର ଦ୍ରୁତ ଏବଂ ସଠିକ୍, କିନ୍ତୁ ସେମାନଙ୍କର ପ୍ରଯୁକ୍ତିବିଦ୍ୟା ପୁରୁଣା ହେବାରେ ଲାଗିଛି।

ଏଥିସହ ପଢ଼ନ୍ତୁ: ବ୍ଲି-କିଟ୍ ଆପ୍‌ରେ ଖାଦ୍ୟ ଅର୍ଡର କରନ୍ତୁ, ଘରେ ପହଞ୍ଚିବେ ରାଘବ ଚଡ୍ଡା

ଆମେରିକୀୟ ମିନିଟ୍ମ୍ୟାନ୍-3 ପରି ଶକ୍ତିଶାଳୀ ମିଶାଇଲ ରହିଛି। ଯାହାର ରେଞ୍ଜ ୧୦ ହଜାର କିଲୋମିଟର। ଘଣ୍ଟା ପ୍ରତି ବେଗ 28,200 କିଲୋମିଟର। ଏହା ୪୭୫ କିଲୋଟନ୍ ଯୁଦ୍ଧାସ୍ତ୍ର ବହନ କରିପାରିବ। ସେହିପରି ସେଣ୍ଟିନେଲ୍ Iଗ୍ଲୋବାଲ୍ ଫାୟାରପାୱାର ଇଣ୍ଡେକ୍ସ ୨୦୨୪ ଅନୁଯାୟୀ, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ତାଲିକାରେ ଆମେରିକା ଥିଲେ ବି ସାମରିକ କ୍ଷେତ୍ରରେ ରୁଷର ବି ପାଓ୍ୱାର ରହିଛି। ଆମେରିକାର ସୈନ୍ୟବାହିନୀରେ ମୋଟ ସୈନ୍ୟ ସଂଖ୍ୟା ୧୩ ଲକ୍ଷ ୨୮ ହଜାର। ଯେତେବେଳେ ରୁଷୀୟ ସୈନ୍ୟବାହିନୀରେ ମୋଟ ସୈନ୍ୟ ସଂଖ୍ୟା ୧୩ ଲକ୍ଷ ୨୦ ହଜାର।ରିଜର୍ଭ ଫୋର୍ସରେ ଆମେରିକାର ସୈନ୍ୟ ସଂଖ୍ୟା ୭ ଲକ୍ଷ ୯୯,୫୦୦ ଥିବାବେଳେ ଯେତେବେଳେ ରୁଷୀୟ ସୈନ୍ୟ ସଂଖ୍ୟା ୨୦ ଲକ୍ଷ ।ଆମେରିକାର ନୌସେନାର ୧୧ଟି ଏୟାରକ୍ରାଫ୍ଟ କ୍ୟାରିୟର ଅଛି।

ରୁଷିଆର ମାତ୍ର ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟର ରହିଛି। ଆମେରିକାର ନୌସେନାର ନଅଟି ହେଲିକପ୍ଟର କ୍ୟାରିୟର ଅଛି, କିନ୍ତୁ ରୁଷିଆ ପାଖରେ କୌଣସି ହେଲିକପ୍ଟର କ୍ୟାରିୟର ନାହିଁ।ଆମେରିକାର ନୌସେନାର ୬୪ଟି ବୁଡ଼ାଜାହାଜ ଅଛି।ଉଭୟ ଦେଶ ପରସ୍ପରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ରଖିଛନ୍ତି। ଯଦି ସେମାନଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଏ, ତେବେ ଲକ୍ଷ ଲକ୍ଷ ଲୋକ ମରିଯିବେ। ଶହେ ବର୍ଷ ତଳକୁ ଚାଲିଯିବ ପୃଥିବୀ। ତେବେ ଆଗକୁ କଣ ହେବ ପରିସ୍ଥିତି ତାହା ତ ସମୟ କହିବ।

ଅଧିକ ପଢ଼ନ୍ତୁ ବିଦେଶ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
US and Russia: ମହାଯୁଦ୍ଧର ଅୟଂ ଆରମ୍ଭ: ଲକ୍ଷ ଲକ୍ଷ ଲୋକ ମରିଯିବେ, ଶହେ ବର୍ଷ ତଳକୁ ଚାଲିଯିବ ପୃଥିବୀ ! | Argus News