Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Hurricane Melissa / ଜାମାଇକାରେ ଲ୍ୟାଣ୍ଡଫଲ୍ କରି ତାଣ୍ଡବ ରଚିଲା ମେଲିସା

Rashmita Mishra
Browse all articles by Rashmita Mishra
·8 months ago·2 min read
ଜାମାଇକାରେ ଲ୍ୟାଣ୍ଡଫଲ୍ କରି ତାଣ୍ଡବ ରଚିଲା ମେଲିସା

Key Points

ସ୍ଥଳଭାଗ ଛୁଇଁଲା ଶକ୍ତିଶାଳୀ ମହାବାତ୍ୟା ମେଲିସା
ଜାମାଇକାରେ ଲ୍ୟାଣ୍ଡଫଲ୍ କରି ତାଣ୍ଡବ ରଚିଲା
୧୯୯୯ ମହାବାତ୍ୟାଠୁ ଆହୁରି ଭୟଙ୍କର ମେଲିସା
ଲ୍ୟାଣ୍ଡଫଲ୍ ବେଳେ ୩୦୦ କିମି ବେଗରେ ପବନ ବହିଲା
ଝଟକା ପବନର ବେଗ ୩୫୦ କିମି ଛୁଇଁଲା

୧୯୯୯ ମହାବାତ୍ୟାଠୁ ଆହୁରି ଭୟଙ୍କର । ନର୍ଥ ଆମେରିକା ଜାମାଇକା ଦେଶରେ ଇତିହାସର ସବୁଠୁ ଶକ୍ତିଶାଳୀ ମହାବାତ୍ୟା `ମେଲିସା'ର ତାଣ୍ଡବ । ସ୍ଥଳଭାଗ ଛୁଇଁଛି ଆଣ୍ଟଲାଟିକ ଇତିହାସର ସବୁଠୁ ଶକ୍ତିଶାଳୀ ମହାବାତ୍ୟା ମେଲିସା । ଗତକାଲି ଜାମାଇକାରେ କରିଛି ଲ୍ୟାଣ୍ଡଫଲ୍ । ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ବହିଲା ପବନ । ୩୫୦ କିଲୋମିଟର୍ ଛୁଇଁଲା ଝଟକା ପବନର ବେଗ । ଭୟଙ୍କର ଭାବେ ତାଣ୍ଡବ ରଚିଛି ମେଲିସା ।

କାରିବିଆନ୍ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ବ୍ୟାପକ କ୍ଷୟକ୍ଷତି କରିଛି । ମେଲିସା କ୍ୟାଟେଗୋରୀ-୫ ହରିକେନ୍ ବା ସବୁଠୁ ବିପଜ୍ଜନକ ବାତ୍ୟା । ଏହା ଜାମାଇକା ସହ ହାଇତି, କ୍ୟୁବା ଆଦି ଅନେକ ଦେଶକୁ ପ୍ରଭାବିତ କରିଛି । ୨୦୨୫ ୨୮ ଅକ୍ଟୋବର ଆଣ୍ଟଲାଟିକ ଇତିହାସର ଶକ୍ତିଶାଳୀ ହରିକେନ `ମେଲିସା' ।ସ୍ଥଳଭାଗ ଅତିକ୍ରମ କରିବାରେ ଇତିହାସର ସବୁଠୁ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ପାଲଟିଛି । ୧୭୪ ବର୍ଷର ପରେ ସ୍ଥଳଭାଗ ଛୁଇଁଥିବା ଶକ୍ତିଶାଳୀ ହରିକେନ `ମେଲିସା' ଲ୍ୟାଣ୍ଡଫଲ୍ ବେଳେ `ମେଲିସା'ର ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ୩୦୦କିମି ରହିଥିଲା ।

ସର୍ବନିମ୍ନ ବାୟୁଚାପ ୮୯୨ ମିଲିବାର ରହିଥିଲା । ଏହା ଏତେ ଶକ୍ତିଶାଳୀ ଯେ, ଲ୍ୟାଣ୍ଡଫଲ୍ ପରେ ଜାମାଇକାରେ ପ୍ରବଳ ବର୍ଷା ପବନ ସହ ବହୁତ ସଂଖ୍ୟାରେ ଘରଦ୍ୱାର ଭାଙ୍ଗିବା ସହ ଭାଙ୍ଗିଯାଇଛି ବିରାଟ ଗଛ, ଉଡ଼ାଇ ନେଇଛି ବଡ଼ ବଡ଼ କୋଠା। ଚାରିଆଡ଼େ ହୋଇଛି ବ୍ୟାପକ କ୍ଷୟକ୍ଷତି। ଗାଁ ଗଣ୍ଡାଠୁ ଆରମ୍ଭ କରି ଗୋଟିଏ ଗୋଟିଏ ସହର ଧ୍ବଂସସ୍ତୂପରେ ପରିଣତ ହୋଇଯାଇଛି । କେଉଁଠି ସମଗ୍ର ଅଞ୍ଚଳ ପାଣିରେ ବୁଡ଼ିରହିଛି ତ ଆଉ କେଉଁଠି ପାହାଡ଼ ଭୟଙ୍କର ଭାବେ ଧସିଛି। ଲ୍ୟାଣ୍ଡଫଲ୍ ବେଳେ ସମୁଦ୍ରରୁ ପ୍ରାୟ ୧୦ଫୁଟ ଉଚ୍ଚ ପର୍ଯ୍ୟନ୍ତ ଜୁଆର ଉଠିଥିଲା। ଅନେକ ଅଞ୍ଚଳରେ ଭୟଙ୍କର ବନ୍ୟା ବି ହୋଇଛି ।

କୁହାଯାଉଛି ଆଣ୍ଟଲାଟିକ ଇତିହାସରେ ୧୮୫୧ରୁ ଏଭଳି ଶକ୍ତିଶାଳୀ ବାତ୍ୟା କେବେ ସୃଷ୍ଟି ହୋଇନଥିଲା । ଏହାକୁ କ୍ୟାଟେଗୋରୀ-୫ର ବାତ୍ୟା ବୋଲି କୁହାଯାଉଛି । ୧୯୯୯ରେ ଓଡ଼ିଶାରେ ହୋଇଥିବା ମହାବାତ୍ୟାଠାରୁ ଆହୁରି ଶକ୍ତିଶାଳୀ ମେଲିସା । ଆମେରିକା ବାୟୁସେନାର ହରିକେନ ହଣ୍ଟର ଟିମ୍ ଏକ ସି-୧୩୦ ହର୍କୁଲେସ ବିମାନକୁ ନେଇ ଏହି ମହାବାତ୍ୟାର ଆଖି ଭିତରକୁ ପଶି ତାହାର ଫଟୋ ଓ ଭିଡିଓ ରେକର୍ଡ କରିଛନ୍ତି।

ମହାବାତ୍ୟାର ଆଖି ଭିତରର ଫଟୋ ସୋସିଆଲ ମିଡିଆରେ ଆସିବା ପରେ ତାହା ଭାଇରାଲ ହୋଇଯାଇଛି । ଆଖି ଭିତରଟି ଏକ ବରଫ ଉପତ୍ୟାକା ପରି ଦେଖାଯାଉଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଜାମାଇକାରେ ଆଲର୍ଟ ଜାରି କରାଯାଇଛି । ପବନ ସାଙ୍ଗକୁ ପ୍ରବଳ ବର୍ଷା ମଧ୍ୟ ହେଉଛି । ମୃତାହତଙ୍କ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଲେ ସବୁଠି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hurricane Melissa | Hurricane Melissa Hits Jamaica, Causes Devastation | Argus News