Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

kim jong un / ଚର୍ଚ୍ଚାରେ କିମ୍ ଜୋଙ୍ଗ୍ , ପୁଣି ଉତ୍ତର କୋରିଆରେ ଲାଗୁହେଲା ଅଜବ ନିୟମ

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ଚର୍ଚ୍ଚାରେ କିମ୍ ଜୋଙ୍ଗ୍ , ପୁଣି ଉତ୍ତର କୋରିଆରେ ଲାଗୁହେଲା ଅଜବ ନିୟମ

Key Points

'ଆଇସକ୍ରିମ୍' କହିଲେ ମିଳିବ ଦଣ୍ଡ
'ହମବର୍ଗର' 'କାରାଓକେ' ଭଳି ଶବ୍ଦ ମଧ୍ୟ କରାଯାଇଛି ବ୍ୟାନ
ଏହି ଦେଶରେ ଲାଗୁ ହେଲା କଡା ନିୟମ

ଆଇସକ୍ରିମ, 'ହମବର୍ଗର' 'କାରାଓକେ' ଭଳି ଶବ୍ଦ ଯଦି ଆପଣ ବ୍ୟବହାର କରୁଛନ୍ତି ତେବେ ମିଳିବ କଡାରୁ କଡା ଦଣ୍ଡ । ଏହି ସବୁ ଶବ୍ଦ ଏବେ ଏହି ଦେଶରେ ବ୍ୟାନ କରାଯାଇଛି । ଯାହାକୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।


ସବୁବେଳେ ନିଜର ଅଜବ ନିୟମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମଜୋଙ୍ଗ୍‌ଉନ୍ । ନିଜ ଦେଶରେ ପୂର୍ବରୁ ଅନେକ ପ୍ରକାରର ଇଂରାଜୀ ଶବ୍ଦ ବ୍ୟାନ କରିସାରିଛନ୍ତି । ଆଉ ବର୍ତ୍ତମାନ ଆଇସକ୍ରିମ, 'ହମବର୍ଗର' 'କାରାଓକେ' ଭଳି ସାମାନ୍ୟ ଶବ୍ଦକୁ ମଧ୍ୟ ବ୍ୟାନ କରି ଦେଇଛନ୍ତି । ସେ କହିଛନ୍ତି, ଏହି ସବୁ ଶବ୍ଦ ବିଦେଶୀ ଭାଷା ଅଟେ । ଏବଂ ଦେଶରେ ଏହି ସବୁ ବିଦେଶୀ ଭାଷାର ବ୍ୟବହାର ଦେଶର ସଂସ୍କୃତି ଉପରେ ପ୍ରଭାବ ପକାଉଛି । ଏହି ବିଦେଶୀ ଶବ୍ଦ ଯାଗାରେ ଉତ୍ତର କୋରିଆର ଭାଷାକୁ ବ୍ୟବହାର କରିବାରୁ ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ସମ୍ପୁର୍ଣ୍ଣ ବିଦେଶୀ ଭାଷାକୁ ବ୍ୟାନ କରିବା ପାଇଁ ଗୋଟିଏ ପରେ ଗୋଟିଏ ନିୟମ ବାହାର କରୁଛନ୍ତି କିମ ଜୋଙ୍ଗ୍ ।

ଉତ୍ତର କୋରିଆର ନୂତନ ବିଚ୍-ରିସର୍ଟ ୱାନସାନରେ କାମ କରୁଥିବା ଟୁର୍ ଗାଇଡମାନଙ୍କୁ ବିଦେଶୀ କିମ୍ବା ଦକ୍ଷିଣ କୋରିଆ ଶବ୍ଦ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି, ଯେଉଁଠି ସେମାନଙ୍କୁ ସରକାରୀ ସ୍ଲୋଗାନ ଏବଂ ବାକ୍ୟଗୁଡିକୁ ମନେ ରଖିବାକୁ ପଡିବ ।

ହମବର୍ଗର ସ୍ଥାନରେ ତାଙ୍କୁ 'ଦାଜିନ ଗୋଇ ଜ୍ୟୋପ୍ପାଙ୍ଗ' ଯାହାର ଅର୍ଥ ଦୁଇଟି ବ୍ରେଡ ସହ ଗ୍ରାଇଣ୍ଡ ହୋଇଥିବା ମାଂସ । ସେହିପରି ଆଇସକ୍ରିମ ସ୍ଥାନରେ 'ଏସୁକିମୋ' ଏବଂ କାରାଓକେ ମେସିନକୁ ଅନ୍ ସ୍କ୍ରିନ ଆକମ୍ପାନିମେଣ୍ଟ ମେସିନ ବୋଲି ନାଁ ଦିଆଯାଇଛି । ସରକାର କହିଛନ୍ତି, ଏହି ସବୁ ପରିବର୍ତ୍ତନ ଉତ୍ତର କୋରିଆର ଶବ୍ଦାବଳୀ , ସଂସ୍କୃତିକୁ ପ୍ରୋତ୍ସାହନ ଦେଉଛି ।

ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ଉତ୍ତରକୋରିଆରେ କିଛି ଏପରି ଅଦ୍ଭୁତ ନିୟମ ଲାଗୁ କରାଯାଇଥିଲା । ବିଦେଶୀ ଫିଲ୍ମ କିମ୍ବା ସାଉଥ କୋରିଆ ଟିଭି ଡ୍ରାମା ଦେଖିଲେ ତାଙ୍କୁ ଫାଶୀ ଦିଆଯିବା ଭଳି ନିୟମ ଲାଗୁ କରାଯାଇଥିଲା । ଜଣେ ମହିଳା ଉତ୍ତର କୋରିଆ ଛାଡି ପଳାଇଥିବା ବେଳେ ଗଣମାଧ୍ୟମରେ କହିଥିଲେ , କେବଳ ତାଙ୍କ ସାଙ୍ଗଙ୍କ ପାଖରେ ସାଉଥ କୋରିଆର ଡ୍ରାମା ଥିବାରୁ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଥିଲା ।

ସଂଯୁକ୍ତ ରାଷ୍ଟ୍ରର ରିପୋର୍ଟ ମୁତାବକ , ୨୦୧୪ ପରଠାରୁ ଉତ୍ତର କୋରିଆର ଏହି ସବୁ ନିୟମ ଲାଗୁ କରାଯାଉଛି । ବିଦେଶୀ ମିଡିଆ ଦେଖୁଥିବା ପ୍ରତ୍ୟେକ ଘରେ ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉଛି । ଅନେକ ମାମଲାରେ ସାର୍ବଜନୀନ ଫାଶୀ ମଧ୍ୟ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
kim jong un | Ice cream Ban in North korea | Argus News