Imran Khan / ପାକିସ୍ତାନରେ ଅସନ୍ତୋଷ, ବିପଦରେ ଇମ୍ରାନ ଖାନଙ୍କ ପରିବାର...
·9 months ago·2 min read

Key Points
ପାକିସ୍ତାନରେ ଅସନ୍ତୋଷ
ଇମ୍ରାନ ଖାନଙ୍କ ଭଉଣୀଙ୍କ ସମେତ ୪୦୦ ଜଣଙ୍କ ଉପରେ ମୋକଦ୍ଦମା ରୁଜୁ

ପୁଣି ଚର୍ଚ୍ଚାରେ ଇମ୍ରାନ ଖାନଙ୍କ ଭଉଣୀ । ତାଙ୍କ ଉପରେ ମୋକଦ୍ଦମା ରୁଜୁ ହୋଇଛି। ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିର ସିଡିଏଫ ନିଯୁକ୍ତ ହେବା ପରେ ଇମ୍ରାନ ଖାନ ଓ ତାଙ୍କ ପରିବାର ପାଇଁ ବିପଦ ବଢିବାରେ ଲାଗିଛି। ଏବେ ମୁନିର ଇମ୍ରାନ ଖାନଙ୍କ ଭଉଣୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ କରିଛନ୍ତି ଯାହା ପାକିସ୍ତାନ ରାଜନୀତିକୁ ହଲଚଲ କରୁଛି। ଇମ୍ରାନ ଖାନଙ୍କ ଭଉଣୀମାନେ ମଙ୍ଗଳବାର ଜେଲରେ ଇମ୍ରାନଙ୍କୁ ଭେଟିବାକୁ ଚାହିଁଥିଲେ। ହେଲେ ଏଥିପାଇଁ ସେମାନଙ୍କୁ ଅନୁମତି ମିଳିନଥିଲା। ଏଣୁ ସେମାନେ ରାତିରେ ପିଟିଆଇର ଶହ ଶହ ସମର୍ଥକଙ୍କ ସହ ଆଦିଆଲ ଜେଲ ବାହାରେ ଧାରଣା ଆରମ୍ଭ କରିଥିଲେ।
ଏଣୁ ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାରେ ପାକିସ୍ତାନ ପେନାଲ କୋଡ ଧାରା ୧୨୦ରେ ମାମଲା ରୁଜୁ ହୋଇଛି। ଏଥିରେ ସେମାନଙ୍କ ବିରୋଧରେ ରାଜ୍ୟ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର କରିବା, ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଓ ଧାରା ୧୪୪ ଉଲ୍ଲଂଘନର ଅଭିଯୋଗ ହୋଇଛି। ମାମଲାରେ ପୋଲିସ ଘଟଣାସ୍ଥଳରୁ ୧୪ ଜଣଙ୍କୁ ଗିରଫ କରିଥିବା ବେଳେ ବୁଧବାର ରାଓଲପିଣ୍ଡି ଆତଙ୍କବାଦ ନିରୋଧୀ କୋର୍ଟରେ ହାଜର କରାଯାଇଛି। କୁହାଯାଉଛି ମୁନିରଙ୍କ ଆଦେଶରେ ଇମ୍ରାନ ଖାନଙ୍କ ଭଉଣୀ ଅଲିମାଙ୍କ ସମେତ ପିଟିଆଇର ୪୦୦ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଆତଙ୍କବାଦ ଧାରାରେ ମୋକଦ୍ଦମା ରୁଜୁ ହୋଇଛି।
ଏଥିରେ ଇମ୍ରାନଙ୍କ ସମର୍ଥକ ଅସନ୍ତୁଷ୍ଟ ହୋଇଥିବା ବେଳେ ପାକିସ୍ତାନ ପୋଲିସ ଉପରକୁ କାଚ ବୋତଲ ମାଡ଼ କରିଛନ୍ତି।ଇମ୍ରାନ ଖାନଙ୍କ ଭଉଣୀ ଓ ପିଟିଆଇ କାର୍ଯ୍ୟକର୍ତ୍ତା ମଙ୍ଗଳବାର ରାତିରେ ଆଦିଆଲ ଜେଲ ବାହାରେ ପୁଣି ଆନ୍ଦୋଳନ ଆରମ୍ଭ କରିଥିଲେ। ଏହା ପରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଛି। ଏଥିରେ ପାକିସ୍ତାନ ସଦର ବେରୋନୀ ପୋଲିସ ଷ୍ଟେସନରେ ଅଲିମା ଖାନ, ନୁରିନ ନିଆଜୀ, କାସିମ ଖାନ, ଅଲିୟା ହମଜା, ସଲମାନ ଅକ୍ରମ ରଜା, ନଇମ ପଞ୍ଜୋଥା, ଅଲ୍ଲାମା ରାଜା ନାସିର ଅବାସ ଓ ଅନ୍ୟମାନଙ୍କ ବିରୋଧରେ ଏତଲା ରୁଜୁ ହୋଇଛି।
ଏଥିସହ ପଢ଼ନ୍ତୁ: ଗ୍ରାହକଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ଶସ୍ତା ହେବ CNG ଏବଂ PNG ଦର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ କିଛି ଦିନ ପୂର୍ବରୁ ମିଳିଥିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତେହେରିକ- ଏ-ଇନସାଫ୍ (ପିଟିଆଇ)ର ସଂସ୍ଥାପକ ଇମରାନ ଖାନଙ୍କୁ ଦେଖା କରିବାର ଅନୁମତି। ମଙ୍ଗଳବାର ପାକିସ୍ତାନ ସରକାର ଇମରାନଙ୍କ ଭଉଣୀ ଉଜମା ଖାନମଙ୍କୁ ତାଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି। ଉଜମା ନିଜ ଭାଇଙ୍କୁ ଦେଖାକରିବାକୁ ଜେଲ ଭିତରକୁ ଯାଇଛନ୍ତି, ଯେତେବେଳେକି ପିଟିଆଇ ସମର୍ଥକ ବାହାର ଏକାଠି ହୋଇଥିଲେ।
ସୂଚନାଥାଉକି, ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମରାନ ଖାନ ରାଓ୍ବଲପିଣ୍ଡିର ଆଦିୟାଲା ଜେଲରେ ବନ୍ଦୀ ଅଛନ୍ତି। ହେଲେ ଅନେକ ଦିନରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ଏବଂ ପିଟିଆଇ ସଦସ୍ୟଙ୍କୁ ଅନେକ ଦିନରୁ ଇମରାନଙ୍କୁ ଭେଟିବାକୁ ଦିଆଯାଉନଥିଲା। ଏମିତିକି ଗଣମାଧ୍ୟମରେ ଇମ୍ରାନଙ୍କୁ ହତ୍ୟା କରିଦିଆଯାଇଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା।
ଅଧିକ ପଢ଼ନ୍ତୁ ଖବର:

Related Topics
Explore more stories