Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମେରିକାକୁ ଅସ୍ଥାୟୀ ଭାବେ ଡାକସେବା ବନ୍ଦ...

International

ଆମେରିକାକୁ ଅସ୍ଥାୟୀ ଭାବେ ଡାକସେବା ବନ୍ଦ...

Banajyotshna Ray
Browse all articles by Banajyotshna Ray
·9 months ago·1 min read
ଆମେରିକାକୁ ଅସ୍ଥାୟୀ ଭାବେ ଡାକସେବା ବନ୍ଦ...

Key Points

ଆଜିଠୁ ଆମେରିକାକୁ ଡାକସେବା ବନ୍ଦ !
ଆମେରିକାକୁ ଅସ୍ଥାୟୀ ଭାବେ ଡାକସେବା ବନ୍ଦ
ଟ୍ରମ୍ପଙ୍କ ଟାରିଫ ୱାର ମଧ୍ୟରେ ମୋଦି ସରକାରଙ୍କ ବଡ଼ ପଦକ୍ଷେପ

ଆଜିଠୁ ଆମେରିକାକୁ ଅସ୍ଥାୟୀ ଭାବେ ଡାକସେବା ବନ୍ଦ। ଟ୍ରମ୍ପଙ୍କ ଟାରିଫ ୱାର ମଧ୍ୟରେ ଭାରତ ସରକାରଙ୍କ ବଡ଼ ପଦକ୍ଷେପ । ଆମେରିକା ସରକାରଙ୍କ ଦ୍ୱାରା ଟାରିଫ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି । ଆମେରିକା ଟାରିଫ ନିର୍ଦ୍ଦେଶ ଅନୁସାରେ ୨୯ ଅଗଷ୍ଟରୁ ୮୦୦ ଡଲାର ପର୍ଯ୍ୟନ୍ତ ସାମଗ୍ରୀ ଉପରେ ଶୁଳ୍କମୁକ୍ତ ଛାଡ଼କୁ ଉଚ୍ଛେଦ କରାଯାଇଛି। ନୂଆ ନିୟମ ଅନୁସାରେ ଏଣିକି ଆମେରିକାକୁ ପଠାଯାଉଥିବା ସମସ୍ତ ଜିନିଷ ଉପରେ କଷ୍ଟମ୍ ଶୁଳ୍କ ଲାଗୁ ହେବ। କିନ୍ତୁ ପୂର୍ବପରି ଶହେ ଡଲାର ପର୍ଯ୍ୟନ୍ତ ଉପହାର ସାମଗ୍ରୀ ଏବଂ ଚିଠି ଶୁଳ୍କମୁକ୍ତ ରହିବ ।


ଆମେରିକା କଷ୍ଟମ୍ସ ଏବଂ ସୀମା ସୁରକ୍ଷା ବା CBP ଶୁଳ୍କ ସଂଗ୍ରହକୁ ନେଇ ଏଯାଏ ଚୁଡ଼ାନ୍ତ ନିର୍ଦ୍ଦେଶ ଜାରି କରିନାହିଁ । ଭାରତୀୟ ବିମାନ କମ୍ପାନୀଗୁଡ଼ିକ ଅଗଷ୍ଟ ୨୫ରୁ ଆମେରିକାକୁ ପାର୍ସଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଇବାକୁ ମନା କରିଦେଇଥିଲେ । ଗତ କିଛି ଦିନ ଧରି ଆମେରିକା ଭାରତକୁ ହଇରାଣ କରିବା ଉଦ୍ଦେଶ୍ୟରେ ଅନ୍ୟ ଦେଶମାନଙ୍କ ସହ ହାତ ମିଶାଉଛି। ଯାହା ଫଳରେ ଭାରତ ମଧ୍ୟ ଏହାର ଜବାବ ଦେଇଛି। ଭାରତ ଉପରେ ୫୦ ପ୍ରତିଶତ ଟାରିଫକୁ ନେଇ ସବୁଠି ଆଲୋଚନା। ହେଲେ ଆମେରିକା ତାର ପ୍ରକୃତି ବଦଳାଉନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India to suspend postal services to US from August 25 after Trump tariff moves || Argus News | Argus News