ପତ୍ନୀ ଓ ପୁଅ ଆଗରେ ସ୍ଵାମୀର ଦେହରୁ ମୁଣ୍ଡକୁ ଅଲଗା କରିଦେଲେ

Key Points
ରାସ୍ତା ଉପରେ ରକ୍ତର ଖେଳ । ପତ୍ନୀ, ପୁଅର ସାମ୍ନାରେ ସ୍ଵାମୀକୁ ମାରିଦେଲେ । ଦେହରୁ ମୁଣ୍ଡକୁ ଅଲଗା କରିଦେଲେ । ଫୁଟବଲ ଭଳି କଟାମୁଣ୍ଡକୁ ରାସ୍ତାରେ ଲାତ ମାରିଥିଲେ । ପୁଣି ହାତରେ ଧରି ଅଳିଆ ଗଦାକୁ ଫିଙ୍ଗିଦେଲେ ।
ଆମେରିକାରେ ଆଉ ଏକ ଭାରତୀୟଙ୍କୁ ବିଭତ୍ସ ଭାବେ ହତ୍ୟା । ଆଉ ସେ ବି ନିଜର ପତ୍ନୀ ଆଉ ପୁଅର ସାମ୍ନାରେ । ୫୦ ବର୍ଷୀୟ ଜଣେ ଭାରତୀୟଙ୍କୁ ଏକ ସାମାନ୍ୟ ୱାସିଂ ମେସିନ ପାଇଁ ହତ୍ୟା କରିଦେଲେ । ଏପରି ଘଟଣା ଆମେରିକା ଡଲାସର ମୋଟେଲରେ ଦେଖିବାକୁ ମିଳିଛି । ଏପରି ଜଘନ୍ୟ ହତ୍ୟାକାଣ୍ଡ ଯାହାକୁ ଦେଖିବା ମାତ୍ରେ ଛାତି ଥରି ଉଠିବ ।
କର୍ଣ୍ଣାଟକର ୫୦ ବର୍ଷୀୟ ଚନ୍ଦ୍ର ନାଗମଲ୍ଲ୍ୟା ନିଜ ପୁଅ ଏବଂ ପତ୍ନୀଙ୍କ ସହ ମାର୍କେଟ ଆସିଥିଲେ । ସେଠାରେ ୱାସିଂ ମେସିନକୁ ନେଇ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲେ। ଅଭିଯୁକ୍ତ କୋବୋସ ମାର୍ଟିନେଜ ଏବଂ ତାଙ୍କର ସହକର୍ମୀ ମହିଳାଙ୍କୁ ସେ ଖରାପ ହୋଇଥିବା ୱାସିଂ ମେସିନକୁ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ । ଏତିକି କଥାରେ କୋବୋସ ମାର୍ଟିନେଜ ନିଜର କ୍ରୋଧ ଅଟକାଇ ପାରିନଥିଲେ । ରାଗିବାର କାରଣ ଥିଲା, ନାଗମଲ୍ଲ୍ୟା ନିଜେ ସେହି ମହିଳାଙ୍କ ସହ ସିଧା କଥା ନହୋଇ, ସେହି ବ୍ୟକ୍ତିଙ୍କୁ ତାଙ୍କ କଥା ଅନୁବାଦ କରି କହିବାକୁ କହିଥିଲେ ।
ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା, ସେହି ବ୍ୟକ୍ତି ଜଣକ ରାଗରେ ନିଜ ପାଖରେ ଥିବା ହତିଆରକୁ ବାହାର କରିଥିଲେ। ଆଉ ନାଗମଲ୍ଲ୍ୟାଙ୍କ ଉପରେ ଆକ୍ରମଣ କରିବାକୁ ଆସିଥିଲେ । ସେତେବେଳେ ନାଗମଲ୍ଲ୍ୟା ନିଜ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରି ପାର୍କିଂ ଆଡକୁ ଦୌଡି ଯାଇଥିଲେ । କିନ୍ତୁ ମାର୍ଟିନେଜ ତାଙ୍କର ପିଛି କରିବା ସହ ତାଙ୍କ ଉପରେ ଆକ୍ରମଣ କରି ଚାଲିଥିଲେ । ଆଉ ଚିତ୍କାର ଶୁଣିବା ପରେ ମୋଟଲର ମୁଖ୍ୟ କାର୍ଯ୍ୟାଳୟରେ ଥିବା ବେଳେ ସ୍ଵାମୀ ଚିତ୍କାର ଶୁଣି ତାଙ୍କୁ ବଞ୍ଚାଇବାକୁ ଆସିବାରୁ ତାଙ୍କୁ ଦୂରକୁ ଠେଲି ଦେଇଥିଲେ ମାର୍ଟିନେଜ । ଆଉ ରାଗରେ ଲଗାତାର ନାଗମଲ୍ଲ୍ୟାଙ୍କୁ ତଳେ ପକାଇ ଆକ୍ରମଣ କରିବାରେ ଲାଗିଥିଲେ ।
ଚିତ୍କାର ଶୁଣିବା ମାତ୍ରେ କୌଣସି ବ୍ୟକ୍ତି ତାଙ୍କୁ ବଞ୍ଚାଇବା ପାଇଁ ପାଖକୁ ଆସିନଥିଲେ । ଆଉ ଶେଷରେ ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଥିଲେ ମାର୍ଟିନେଜ । ଆଉ ଫୁଟବଲ ଭଳି ତାଙ୍କ ମୁଣ୍ଡକୁ ରାସ୍ତାରେ ଗଡାଇ ଗଡାଇ ଲାତ ମାରି ଚାଲିଥିଲେ । ଆଉ ତାପରେ ରକ୍ତ ଜୁଡୁବୁଡୁ ହାତରେ ଧରି ଅଳିଆ ଗଦାରେ ଫିଙ୍ଗିଦେଇଥିଲେ ମୁଣ୍ଡକୁ । ଏହାପରେ ବି ଅଭିଯୁକ୍ତ ଜଣକ ବିନା ଦ୍ଵିଗ୍ଧାରେ ରାସ୍ତା ଉପରେ ଚାଲୁଥିଲେ ।
ଏହାପରେ ପୋଲିସ ଘଟଣା ସ୍ଥାଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଜଣା ପଡିଥିଲା ଅଭିଯୁକ୍ତ ଜଣକ କ୍ୟୁବାଇର ନାଗରିକ ଅଟନ୍ତି । ପୂର୍ବରୁ ତାଙ୍କ ନାଁ ରେ ଅନେକ ଅପରାଧ ରହିଛି ।