Iran Israel War / ଇରାନ୍ରେ ହେଲା ତୁହାକୁ ତୁହା ଏସିଡ୍ ବର୍ଷା: ଘରୁ ବାହାରିଲେ ପୋଡ଼ି ଯାଉଛି ଶରୀର

Key Points
ଯୁଦ୍ଧରେ ଇରାନ ଦେଶ ଆଉ ରହିବ ନାହିଁ
ଇରାନ୍ରେ ହେଲା ତୁହାକୁ ତୁହା ଏସିଡ୍ ବର୍ଷା
ଘରୁ ବାହାରିଲେ ପୋଡ଼ି ଯାଉଛି ଶରୀର
ଇରାନ ଉପରେ ନୂଆ ଅସ୍ତ୍ରରେ ଆକ୍ରମଣ କଲା ଇସ୍ରାଏଲ
ନୂଆ ଅସ୍ତ୍ର ମାଡ଼ କଲା ଇସ୍ରାଏଲ । ଇରାନ୍ରେ ପ୍ରଚଣ୍ଡ ବିସ୍ଫୋରଣ ପରେ ଏବେ ହେଉଛି ଖାଳି ଏସିଡ ବର୍ଷା । ତୁହାକୁ ତୁହା ଏସିଡ୍ ବର୍ଷାରେ ଭିଜୁଛି ଇରାନ୍ । ଏସିଡ ବର୍ଷାରେ ଲୋକ ମାନଙ୍କର ଶରିର ପୋଡ଼ି ଯାଉଛି । ଏସିଡ ବର୍ଷା ଗାଡ଼ି ମଟର ସବୁଥିରୁ ରଙ୍ଗ ଛଡ଼ାଇ ଦେଉଛି । ଇରାନ୍ର ଲୋକେ ଘରୁ ବାହାରିବାକୁ ସବୁ ଭୟ କରୁଛନ୍ତି । ଆକାଶରେ ପୁରା ଏସିଡ଼ ବର୍ଷା ଢ଼ାଙ୍କି ହୋଇ ରହିଛି । ଭିଷଣ ଯୁଦ୍ଧର ସାମ୍ନା କରିଛି ଇରାନ୍ । ଆମେରିକା ଏବଂ ଇସ୍ରାଏଲ ଦୁହେଁ ମିଶି ଇରାନ୍ ଉପରେ ଆକ୍ରମଣ କରିଛନ୍ତି । ଇରାନ୍ ଉପରେ ଏମିତି ଆକ୍ରମଣ କରିଛନ୍ତି ଏବେ ଆକାଶରୁ ହେଉଛି ବିଷାକ୍ତ ଏସିଡ ବର୍ଷା । ଶାହରାନ ଇନ୍ଧନ ଡିପୋ ଏବଂ ଆଲବୋର୍ଜ ତୈଳ ବିଶୋଧନାଗାରକୁ ଟାର୍ଗେଟ କରି ଧ୍ବଂସ କରିଛି ଇସ୍ରାଏଲ ।
ଇରାନ୍ର ଆକାଶ ଯୁଆଡ଼େ ଦେଖ ଖାଲି ବିଷାକ୍ତ ଧୂଆଁ ଆଉ ଧୂଆଁ । ବିଷାକ୍ତ ଧୂଆଁରେ ଲୁଚି ଯାଇଛି ସୂର୍ଯ୍ୟ। ଆକାଶ ବି ଭଲରେ ଦେଖା ଯାଉ ନାହିଁ । ଚାରି ଆଡ଼େ ଘୋଟେଇ ଆସିଛି କଳା ଅନ୍ଧକାର । ଏମିତି ସ୍ଥିତିରେ ଇରାନରେ ହେଉଛି ଏସିଡ ବର୍ଷା । ବିଷାକ୍ତ ଧୂଆଁ କବଳରେ ଏବେ ଇରାନ୍ । ଲୋକମାନେ ଆଉ କେହି ବଞ୍ଚିବେ ନାହିଁ । ବିଷାକ୍ତ ଧୂଆଁରେ ହୃଦଘାତ ହେବ ଏବଂ ଏସିଡ ବର୍ଷାରେ ପୋଡ଼ି ଯିବ ଶରିର ।
ଯଦି ଦେଖିବା ଶନିବାର ରାତିରେ ଇସ୍ରାଏଲୀ ଏବଂ ଆମେରିକୀୟ ଯୁଦ୍ଧ ବିମାନ ରାଜଧାନୀ ତେହେରାନର ଅନେକ ପ୍ରମୁଖ ସ୍ଥାନରେ ଆକ୍ରମଣ କରିଥିଲେ । ତେହେରାନରେ ଥିବା ଶାହରାନ ଇନ୍ଧନ ଡିପୋ ଏବଂ ଆଲବୋର୍ଜ ତୈଳ ବିଶୋଧନାଗାରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା । ଯାହାପରେ ତେହେରାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ଏବଂ ଆକାଶକୁ ଘନ କଳା ଧୂଆଁ ଉଠିବାରେ ଲାଗିଥିଲା। ଫଳରେ ଏହାର ପ୍ରଭାବରେ ଏବେ ଇରାନରେ ହେଉଛି ଏସିଡ ବର୍ଷା ।
ଆକ୍ରମଣ ପରେ ଏବେ ତେହେରାନରେ କଳା ବର୍ଷା ଆରମ୍ଭ ହୋଇଛି । ଘରଦ୍ବରାର ସବୁ ବର୍ଷା କାରଣରୁ କଲା ହୋଇ ଯାଉଛି । ଲୋକ ଘରୁ ଭୟରେ ଆଉ ବାହାରୁ ନାହାଁନ୍ତି । ଏହି ବର୍ଷାରୁ କଡ଼ା ଗନ୍ଧ ବାହାରୁଛି ଏବଂ ଦେହରେ ଯନ୍ତ୍ରଣା ସୃଷ୍ଟି କରୁଛି। ଏହି ଗନ୍ଧକୁ ସହି ପାରୁ ନାହାଁନ୍ତି ଲୋକ । ଯଦି ଦେଖିବା ତେଲ ଡିପୋରେ ଆକ୍ରମଣ ପରେ ନିର୍ଗତ ତେଲ ଓ ରାସାୟନିକ ପଦାର୍ଥ ବାୟୁମଣ୍ଡଳରେ ମିଶି ଯାଇଛି । ଏହା ମେଘ ସହିତ ମିଶି ବିଷାକ୍ତ ବର୍ଷା ସୃଷ୍ଟି କରୁଛି । ଏହି ବର୍ଷା ବୁନ୍ଦା ଶରୀରରେ ପଡ଼ିଲେ ସମ୍ପୂର୍ଣ୍ଣ ଶରୀରକୁ ପଚାଇ ସଢ଼ାଇ ଦେବାର ଆଶଙ୍କା ରହିଛି।
ପଢନ୍ତୁ ଏହି ଖବର: ଯେଉଁ ଗ୍ୟାସ ମାଂସକୁ ତରଳାଇଦିଏ, ତାକୁ ଲୁଚିଛପି ଯୁଦ୍ଧରେ ବ୍ୟବହାର କରୁଛି ଇସ୍ରାଏଲ !
📱 Get Argus News App
✨Related Topics
Explore more stories