Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Iran conflict impact / ଇରାନ୍‌ରେ ହେଲା ଯୁଦ୍ଧ ଜମ୍ମୁ କାଶ୍ମୀରରେ ପଢ଼ିଲା ପ୍ରଭାବ

Rashmita Mishra
Browse all articles by Rashmita Mishra
·4 months ago·2 min read
ଇରାନ୍‌ରେ ହେଲା ଯୁଦ୍ଧ ଜମ୍ମୁ କାଶ୍ମୀରରେ ପଢ଼ିଲା ପ୍ରଭାବ
Iran conflict impact

Key Points

ଏତେ ସାହାସ କେମିତି ଇରାନ୍‌ରେ ଯୁଦ୍ଧ ଜମ୍ମୁ କାଶ୍ମୀରରେ ପ୍ରଭାବ
ଏତେ ସାହାସ କେମିତି ?
ଇରାନ୍‌ରେ ହେଲା ଯୁଦ୍ଧ ଜମ୍ମୁ କାଶ୍ମୀରରେ ପଢ଼ିଲା ପ୍ରଭାବ
ଭାରତରେ ରହିଛନ୍ତି ଖାମେନେଇଙ୍କର ଭକ୍ତ
ରାସ୍ତା ଉପରେ ଆନ୍ଦୋଳୋନ କରିଲେଣି ଖାମେନେଇଙ୍କ ଭକ୍ତ ମାନେ

ଇରାନ୍‌ରେ ଯୁଦ୍ଧ କାଶ୍ମୀରରେ ପ୍ରଭାବ । ଆକ୍ସନ ମୁଡ଼ରେ ରହିଛି ଭାରତୀୟ ସେନା । ଅଶାନ୍ତ ହୋଇଛି ଜାମ୍ମୁକାଶ୍ମୀର । ରାସ୍ତାକୁ ଓହ୍ଲାଇଛନ୍ତି ଜାମ୍ମୁକାଶ୍ମୀରରେ ଥିବା ଖାମେନେଇଙ୍କ ପ୍ରଶଂସକ । ଇରାନରେ ଆରମ୍ଭ ହୋଇଛି ସାଂଘାତିକ ଆକ୍ରମଣ। ଏମିତି ଆକ୍ରମଣ ହୋଇଛି କି ଇରାନ୍‌ର ସର୍ବୋଚ ନେତାଙ୍କର ହୋଇଛି ମୃତ୍ୟୁ । ଖାମେନେଇଙ୍କ ଉପରେ ପଡ଼ିଛି ୩୦ ମିଶାଇଲ। ଯାହା ପରେ ଘର ଭିତରେ ପୋତି ହୋଇ ଯାଇଛନ୍ତି ଖାମେନେଇ । ଆଉ ଖାମେନେଇଙ୍କ ମୃତ୍ୟୁ ପରେ ଭାରତରେ ପଡ଼ିଛି ଏହାର ପ୍ରଭାବ । ଭାରତରେ ଥିବା ଖାମେଇଙ୍କର ପ୍ରଶଂସକ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଜାମ୍ମୁ କାଶ୍ମୀରର ଦୃଶ୍ୟ ଦେଖିଲେ ଜାଣିପାରିବେ । ଖାମେନେଇଙ୍କର ପ୍ରଶଂସକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଖାମେନେଇଙ୍କ ମୃତ୍ୟୁ ଖବର ପାଇବା ପରେ ରାସ୍ତା ଉପରକୁ ଓହ୍ଲାଇଛନ୍ତି ଶହଶହ କାଶ୍ମୀର ବାସିନ୍ଦା । ହାତରେ ଖାମେନେଇଙ୍କ ଫଟୋକୁ ଧରି ଆନ୍ଦୋଳନ କରୁଛନ୍ତି। ଛାତିକୁ ପିଟି ଚିତ୍କାର କରୁଛନ୍ତି ଏମାନେ । ଘରୁ ବାହାରି ଗଳି କନ୍ଦିରେ କରୁଛନ୍ତି ଆନ୍ଦୋଳନ। ଲାଲ ଚୌକରେ ବି ଇରାନର ପତାକ ଧରି ଖାମେନେଇଙ୍କ ପତାକା ଧରି ଆନ୍ଦୋଳନ କରୁଛନ୍ତି ।

ହେଲେ ଏମିତି କ'ଣ ପାଇଁ ? ଭାରତରେ ରହି ଖାମେନେଇଙ୍କ ପ୍ରତି ଏତେ ଭଲପାଇବା କ'ଣ ପାଇଁ ? କାହିଁକି ଏମାନେ ଆନ୍ଦୋଳନ କରୁଛନ୍ତି ? ଏମାନେ ସମସ୍ତେ ହେଉଛନ୍ତି ସିଆ ସମ୍ପ୍ରଦାୟର ଲୋକେ । ସୂଚନା ମୁତାବକ ଇସ୍ରାଏଲ ଏବଂ ଆମେରିକା ମିଶି ଇରାନ୍‌ ଉପରେ କରିଛନ୍ତି ଆକ୍ରମଣ। ଯେଉଁଥିରେ ଖାମେନେଇଙ୍କର ହୋଇଛି ମୃତ୍ୟୁ ।

ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁ ଭାରତ ଉପରେ ପଡ଼ିବ ବଡ଼ ପ୍ରଭାବ । ଭାରତର ଆମଦାନୀ ଉପରେ ଏହାର ପ୍ରଭାବ ପଡ଼ିବ । ଭାରତ ଆବଶ୍ୟକ କରୁଥିବା ଅଶୋଧିତ ତୈଳର ୮୦% ରୁ ଅଧିକ ଅନ୍ତର୍ଜାତୀୟ ଉତ୍ସ ଉପରେ ନିର୍ଭର କରେ । ଯାହା ହର୍ମୁଜ ପ୍ରଣାଳୀ ଦେଇ ଆସିଥାଏ। ଜଳପଥ ପରିବହନରେ ବାଧା ଉପୁଜିଲେ ଇନ୍ଧନ ଦର ଏବଂ ଆମଦାନୀ ଖର୍ଚ୍ଚରେ ବହୁତ ବଢ଼ିଯିବ । ପରିବହନ ବା ଲଜିଷ୍ଟିକ୍ସ ଖର୍ଚ୍ଚ ବଢ଼ିବା ଫଳରେ ମଧ୍ୟବର୍ତ୍ତୀକାଳୀନ ପଣ୍ୟ ଦ୍ରବ୍ୟ ଯୋଗାଣରେ ବିଳମ୍ବ ଘଟିବ। ଭାରତର ରପ୍ତାନି ଉପରେ ବି ପ୍ରଭାବ ପଡ଼ିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran conflict impact | Iran War Impact Felt in Jammu and Kashmir | Argus News