Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Khalistani Terrorist / ଜେଲରୁ ବାହାରିଲା ଖଲ୍ଲିସ୍ତାନୀ ଆତଙ୍କବାଦୀ, ଅଜିତ ଡୋଭାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେଲା ପନ୍ନୁ

Swoyang prajna Mishra
Browse all articles by Swoyang prajna Mishra
·9 months ago·3 min read
ଜେଲରୁ ବାହାରିଲା ଖଲ୍ଲିସ୍ତାନୀ ଆତଙ୍କବାଦୀ, ଅଜିତ ଡୋଭାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେଲା ପନ୍ନୁ

Key Points

ଭାରତ, ମୁଁ ଜେଲରୁ ବାହାରି ଆସିଲି । ମୁଁ ପନ୍ନୁକୁ ସହଯୋଗ କରିବାପାଇଁ ଏବଂ ୨୩ ନଭେମ୍ବର ୨୦୨୫ରେ 'ଖଲିସ୍ତାନ ଜନମତ ସଂଗ୍ରହ' ଆୟଜିତ କରିବା ପାଇଁ ବାହାରକୁ ଆସିଛି । ଦିଲ୍ଲୀ ହେବ ଖଲ୍ଲିସ୍ତାନ ।"

କାନାଡା ଜେଲରୁ ବାହାରିଲା ଖଲ୍ଲିସ୍ତାନୀ ଆତଙ୍କବାଦୀ ଇନ୍ଦ୍ରଜିତ ସିଂ ଗୋସାଲ । ଗିରଫ ହେବାର ମାତ୍ର ଗୋଟେ ସପ୍ତାହ ମଧ୍ୟରେ ବେଲରେ ବାହାରିଛି ଇନ୍ଦ୍ରଜିତ । ଜେଲରୁ ବାହାରିବା ପରେ ସେ ଏବଂ ତାର ଘନିଷ୍ଠ ସହଯୋଗୀ ଗୁରପତୱାନ୍ତ ସିଂ ପନ୍ନୁ ଭାରତକୁ ଧମକ ଦେଇଛନ୍ତି । ଏକ ଭିଡିଓ ସୋସିଆଲ ମିଡିଆରେ ଜାରି କରି ସେ ଧମକପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ।

ଇନ୍ଦ୍ରଜିତ ସିଂର ଭିଡିଓ ସନ୍ଦେଶ


ଭିଡିଓ ଜାରି କରି ଗୋସଲ କହିଛି , " ଭାରତ, ମୁଁ ଜେଲରୁ ବାହାରି ଆସିଲି । ମୁଁ ପନ୍ନୁକୁ ସହଯୋଗ କରିବାପାଇଁ ଏବଂ ୨୩ ନଭେମ୍ବର ୨୦୨୫ରେ 'ଖଲିସ୍ତାନ ଜନମତ ସଂଗ୍ରହ' ଆୟଜିତ କରିବା ପାଇଁ ବାହାରକୁ ଆସିଛି । ଦିଲ୍ଲୀ ହେବ ଖଲ୍ଲିସ୍ତାନ ।" ସେହିପରି ପନ୍ନୁ ମଧ୍ୟ ଏକ ଧମକପୂର୍ଣ୍ଣ ସନ୍ଦେଶ ଭାରତକୁ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଧମକପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ।

'ପନ୍ନୁ'ର ଧମକପୂର୍ଣ୍ଣ ବାର୍ତ୍ତା

ପନ୍ନୁ କହିଛି, "ଅଜିତ୍ ଡୋଭାଲ, ତୁମେ କାନାଡା , ଆମେରିକା କିମ୍ବା ଯେକୌଣସି ୟୁରୋପୀୟ ଦେଶକୁ ଆସି ମତେ ଗିରଫ କରି ଦେଖାଅ । ମୁଁ ତୁମର ଅପେକ୍ଷା କରିଛି' ।
ଗତ କିଛିଦିନ ତଳେ ଆତଙ୍କବାଦୀ ସଂଗଠନର ପ୍ରମୁଖ ପାନୁନ୍‌ଙ୍କ ବିରୋଧରେ ଭାରତର ସାର୍ବଭୌମତ୍ଵକୁ ଚ୍ୟାଲେଞ୍ଜ କରିବା ନେଇ ଅଭିଯୋଗ ଆସିଥିଲା । ସେ ଏକ ଭିଡିଓ ମାଧ୍ୟମରେ କହିଥିଲେ, ଯିଏ ରେଡଫର୍ଟରେ ସ୍ଵାଧିନତା ଦିବସରେ ହେଉଥିବା ପତାକା ଉତ୍ତୋଳନକୁ ବନ୍ଦ କରିଦେବ ତାକୁ ସେ ୧୧ କୋଟି ଟଙ୍କା ପୁରସ୍କାର ଦେବେ ।

କାହିଁକି ଗିରଫ ହୋଇଥିଲା ଇନ୍ଦ୍ରଜିତ୍ ଗୋସାଲ ?

ଗୋସାଲ ପନ୍ନୁର ଡାହାଣ ହାତ ଥିଲା । ସେ କାନାଡାର 'ଶିଖ୍‌ ଫର ଜଷ୍ଟିସ୍' ସଂଗଠନ ସହ ସାମିଲ ଥିଲା । ୨୦୨୩ରେ ହରଦୀପ ସିଂ ନିଜାମ୍‌ର ମୃତ୍ୟୁ ପରେ ସେ ଏହି ସଂଗଠନର ଆୟୋଜକ ଥିଲା । ହେଲେ ବନ୍ଧୁକର ବିପଦପୂର୍ଣ୍ଣ ବ୍ୟବହାର, ବିପଦପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିବା ଆଉ ଗୁପ୍ତ ଅସ୍ତ୍ର ଲୁଚାଇ ରଖିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା । ତାଙ୍କ ସହ ଅନ୍ୟ ୨ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ହେଲେ ଗିର ହେବାର କିଛିଦିନ ମଧ୍ୟରେ ସେ ବେଲରେ ଆସିଥିଲା ।


ଅଧିକ ପଢନ୍ତୁ : ରାଜଧାନୀରେ ଆତଙ୍କରାଜ; ଗୋଡ଼ାଇ ଗୋଡ଼ାଇ ଖଣ୍ଡା, କଟୁରୀରେ ଯୁବକଙ୍କୁ ହାଣିଲେ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଏପରି ଜେଲ ଯାଇ ଖୁବଶୀଘ୍ର ଜେଲରୁ ବେଲରେ ବାହାରିଥିଲା ଇନ୍ଦ୍ରଜିତ । ଗତବର୍ଷ ନଭେମ୍ବରରେ ବ୍ରାମ୍ପଟନର ହିନ୍ଦୁ ସଭା ମନ୍ଦିରରେ ହିଂସାତ୍ମକ ବିବାଦକୁ ନେଇ ଜେଲ ଯାଇଥିଲା ଗୋସାଲ । ଆଉ ଖୁବଶୀଘ୍ର ବେଲରେ ବାହାରି ଆସିଥିଲା ।

ଭାରତ-କାନାଡା ସଂପର୍କରେ ତିକ୍ତତା

ଖଲିସ୍ତାନୀ ବିଚ୍ଛିନ୍ନତାବାଦୀମାନଙ୍କ ପ୍ରତି ଓଟାୱାରର ନରମ ମନୋଭାବକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଦୀର୍ଘ ଦିନ ଧରି ତିକ୍ତ ରହିଛି । ଏଥିର ନୂଆ ସରକାରଙ୍କୁ ନେଇ ଆଶା କରାଯାଉଥିଲା, ଗିରଫ ହୋଇଥିବା ଇନ୍ଦ୍ରଜିତ ଅଧିକ ଦିନ ଯାଏଁ ଜେଲରେ ରହିବେ । ହେଲେ ପୁଣି ଇନ୍ଦ୍ରଜିତକୁ ଶୀଘ୍ର ବେଲ ମିଳିବା ନେଇ ପୁଣି କାନାଡାର ସରକାରଙ୍କ ଗମ୍ଭୀରତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


ପୂର୍ବରୁ ପନ୍ନୁର ଧମକପୂର୍ଣ୍ଣ ବାର୍ତ୍ତା

ପୂର୍ବରୁ ବିମାନରେ ବିସ୍ଫୋରଣର ଧମକ ଦେଇଥିଲା ପନ୍ନୁ । ନଭେମ୍ବର 1ରୁ 16 ମଧ୍ୟରେ ଏୟାର ଇଣ୍ଡିଆ ଫ୍ଲାଇଟ ଉପରେ ଆକ୍ରମଣର ଧମକ ଦେଇଥିଲା । ଏହାପରେ ଭୁବନେଶ୍ଵରରେ ଆୟୋଜିତ ହୋଇଥିବା ଡିଜ୍ଜି କନ୍‌ଫରେନ୍ସ ପୂର୍ବରୁ ଡିଜି କନ୍‌ଫରେନ୍ସ ଭଣ୍ଡୁର କରିବାକୁ ଆହ୍ଵାନ ଦେଇଥିଲା ପନ୍ନୁ । ଯାହାକୁ ନେଇ କଡା ଜବାବ ଦେଇଥିଲା ଓଡିଶା ପୋଲିସ । ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ କହିଥିଲେ ସୁରକ୍ଷା ବଳୟ ଭେଦିବାକୁ ଉଦ୍ୟମ କରୁଥିବା ସଂସ୍ଥାର ହଜାଇ ଦେବୁ ଅସ୍ତିତ୍ବ। ପ୍ରବାସୀ ଭାରତୀୟ ଦିବସକୁ ଭଣ୍ଡୁର କରିବାକୁ ଏକ ଧମକପୂର୍ଣ୍ଣ ମେଲ୍ କରିଥିଲା । ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ସତର୍କ ରହିବାକୁ ଧମକ ଦେଇଥିଲା ।


ଆହୁରି ପଢନ୍ତୁ : ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ମହିଳାଙ୍କୁ ମିଳିବ ୧୦ ହଜାର

Sponsored
Khalistani terrorist Indrajit singh Gosal released from jail | Argus News