|
logo
Live
Argus News App
GET APP

Argus News - ସାବଧାନ୍ ! ଆପଣଙ୍କ ଗୁପ୍ତ ଫଟୋ-ଭିଡିଓ ସବୁ ଦେଖୁଛି ସଂସ୍ଥା !

International

Whatsapp Very Danger / ସାବଧାନ୍ ! ଆପଣଙ୍କ ଗୁପ୍ତ ଫଟୋ-ଭିଡିଓ ସବୁ ଦେଖୁଛି ସଂସ୍ଥା !

Satyendu Sekhar Mishra
Browse all articles by Satyendu Sekhar Mishra
·2 months ago·2 min read
ସାବଧାନ୍ ! ଆପଣଙ୍କ ଗୁପ୍ତ ଫଟୋ-ଭିଡିଓ ସବୁ ଦେଖୁଛି ସଂସ୍ଥା !
Whatsapp

Key Points

ସାନ୍ ଫ୍ରାନ୍ସିସ୍କୋର ଏକ କୋର୍ଟରେ ଭାରତ, ଅଷ୍ଟ୍ରେଲିଆ, ବ୍ରାଜିଲ୍, ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକାର ୟୁଜରମାନଙ୍କ ଏକ ସମୂହ ଏହି ମାମଲା ଦାୟର କରିଛନ୍ତି।

ହ୍ୱାଟ୍ସଆପ୍‌ ନାଁରେ ସାଂଘାତିକ ଅଭିଯୋଗ । ସବୁ ମେସେଜ୍‌ ପଢ଼ୁଛି, ସବୁ ଫଟୋ ଦେଖୁଛି ମେଟା । ସବୁ ଡକ୍ୟୁମେଣ୍ଟ ବି ରଖୁଛି ଉକ୍ତ ସଂସ୍ଥା । ଏଭଳି କିଛି ଭୟଙ୍କର ଖୁଲାସା କରିଛନ୍ତି ସେହି କମ୍ପାନୀର ଜଣେ ପୂର୍ବତନ କର୍ମଚାରୀ । ସେ ସିଧାସଳଖ ମେଟା ନାଁରେ ତଥ୍ୟ ଚୋରି କରୁଥିବା ଅଭିଯୋଗ ଆଣିଛନ୍ତି । ଏକଥା ଭାଇରାଲ ହେବା ପରେ ଏବେ ପ୍ରତ୍ୟେକ ୟୁଜରଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି । କାହାକୁ କରିବୁ ବିଶ୍ୱାସ । କେମିତି ପଠାଇବୁ ଡକ୍ୟୁମେଣ୍ଟ ? କେମିତି କରିବୁ ସିକ୍ରେଟ୍‌ ଚାଟ୍ ? କେମିତି ରଖିବୁ ତଥ୍ୟ ଗୋପନ ?

ମୋଟା ମୋଟି କହିବାକୁ ଗଲେ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ହ୍ୱାଟ୍ସଆପ୍‌ର ମାଲିକାନା ସଂସ୍ଥା 'ମେଟା', ୟୁଜରମାନଙ୍କ ମେସେଜ ପଢ଼ୁଥିବା ନେଇ ସାଙ୍ଘାତିକ ଅଭିଯୋଗ ଲାଗିଛି। ଆମେରିକାର ଏକ କୋର୍ଟରେ ଏନେଇ ମାମଲା ମଧ୍ୟ ରୁଜୁ ହୋଇଛି। ସାନ୍ ଫ୍ରାନ୍ସିସ୍କୋର ଏକ କୋର୍ଟରେ ଭାରତ, ଅଷ୍ଟ୍ରେଲିଆ, ବ୍ରାଜିଲ୍, ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକାର ୟୁଜରମାନଙ୍କ ଏକ ସମୂହ ଏହି ମାମଲା ଦାୟର କରିଛନ୍ତି।

ଏଥିରେ କୁହାଯାଇଛି ହ୍ୱାଟ୍ସଆପ୍ ‘ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍’ ନାମରେ ବ୍ୟବହାରକାରୀଙ୍କୁ ଭୁଆଁ ବୁଲାଉଛି। କମ୍ପାନୀ ଦାବି କରେ ଯେ କେବଳ ମେସେଜ ପଠାଇବା ଲୋକେ ଏବଂ ଗ୍ରହଣକାରୀ ହିଁ ମେସେଜ୍ ପଢ଼ିପାରିବେ। କିନ୍ତୁ ବାସ୍ତବରେ ମେଟା ଏହି ଚାଟ୍‌ଗୁଡ଼ିକୁ ସଂରକ୍ଷିତ କରିବା ସହ ବିଶ୍ଳେଷଣ ମଧ୍ୟ କରିପାରୁଛି।

ମାମଲାରେ ଅଭିଯୋଗ କରାଯାଇଛି ଯେ ମେଟା ଗୁପ୍ତରେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ବାର୍ତ୍ତାଳାପକୁ ଦେଖିପାରୁଛି। ଏହାର କର୍ମଚାରୀମାନେ ଚାହିଁଲେ ଏହି ତଥ୍ୟ ପାଇପାରିବେ। କେତେକ ପୂର୍ବତନ କର୍ମଚାରୀ ବା ହ୍ୱିସଲ୍‌ବ୍ଲୋଅର୍‌ଙ୍କ ସୂଚନାକୁ ଆଧାର କରି ଏହି ଅଭିଯୋଗ କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଗୋପନୀୟତା ରକ୍ଷା କରାଯାଉ ନାହିଁ।

ଅନ୍ୟପଟେ ମେଟା ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। କମ୍ପାନୀର ଜଣେ ପ୍ରବକ୍ତା କହିଛନ୍ତି, 'ଏହି ମାମଲା ଭିତ୍ତିହୀନ। ହ୍ୱାଟ୍ସଆପ୍‌ର 'ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍’ ବ୍ୟବସ୍ଥା କମ୍ପାନୀକୁ ମେସେଜ୍ ପଢ଼ିବାକୁ ଅନୁମତି ଦିଏ ନାହିଁ। ଆମେ କୋର୍ଟରେ ନିଜର ପକ୍ଷ ଦୃଢ଼ ଭାବରେ ରଖିବୁ'।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Whatsapp Very Danger: ସାବଧାନ୍ ! ଆପଣଙ୍କ ଗୁପ୍ତ ଫଟୋ-ଭିଡିଓ ସବୁ ଦେଖୁଛି ସଂସ୍ଥା ! | Argus News