Iran / ଖାମେନିଙ୍କ ପୁଅ ମୋଜତାବା ହେଲେ ନୂତନ ସର୍ବୋଚ୍ଚ ନେତା

Key Points
ଇରାନର ସବୁଠାରୁ ଶକ୍ତିଶାଳୀ ପଦବୀରେ ହେଲେ ଆସିନ
ରାତି ଅଧରେ ବଛା ହେଲା ସୁପ୍ରିମ ଲିଡର
ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଇରାନରେ ସର୍ବୋଚ୍ଚ ନେତା ପଦ ଖାଲି ପଡ଼ିଥିଲା । ଫେବ୍ରୁଆରି ୨୮ରେ ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣରେ ଖେମିନିଙ୍କ ମୃତ୍ୟୁ ହୋଇଥିଲା ।
ଆଉ ବର୍ତ୍ତମାନ ଖାମେନିଙ୍କ ପୁଅ ମୋଜତାବା ହେଲେ ନୂତନ ସର୍ବୋଚ୍ଚ ନେତା । ଇରାନର ସବୁଠାରୁ ଶକ୍ତିଶାଳୀ ପଦବୀରେ ରହିଲେ । ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଆୟାତୋଲ୍ଲା ଅଲି ଖାମେନିଙ୍କ ପୁଅ ମୋଜତାବା ଖାମେନିଙ୍କୁ ଦେଶର ନୂତନ ସର୍ବୋଚ୍ଚ ନେତା ଭାବରେ ନିର୍ବାଚିତ କରାଯାଇଛି । ଯୁଦ୍ଧ ଆରମ୍ଭରେ ଇସ୍ରାଏଲୀ ଆକ୍ରମଣରେ ତାଙ୍କ ପିତାଙ୍କ ମୃତ୍ୟୁ ପୂର୍ବରୁ ମଧ୍ୟ ସାନ ଖାମେନିଙ୍କୁ ଏହି ପଦବୀ ପାଇଁ ବହୁ ଦିନ ଧରି ଦାବିଦାର ଭାବରେ ଦେଖାଯାଉଥିଲା ।
ଯଦିଓ ସେ କେବେ ନିର୍ବାଚିତ ହୋଇ ନଥିଲେ କିମ୍ବା ସରକାରୀ ପଦବୀରେ ନିଯୁକ୍ତ ହୋଇ ନଥିଲେ । ଇରାନର ଶକ୍ତିଶାଳୀ ଅର୍ଦ୍ଧସାମରିକ କ୍ରାନ୍ତିକାରୀ ଗାର୍ଡ ସର୍ବୋଚ୍ଚ ନେତାଙ୍କ ନିକଟରେ ଉତ୍ତରଦାୟୀ, ଏବଂ ମୋଜତାବା ଖାମେନି ଏବେ ଯୁଦ୍ଧ ରଣନୀତିରେ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିବେ ।
ଏହି ଘୋଷଣା ଯୁଦ୍ଧର ନବମ ଦିନରେ ଆସିଥିଲା ଏବଂ ଇରାନର ଅଧିକାରୀଙ୍କ ମଧ୍ୟରେ ମତଭେଦର ସଙ୍କେତ ପରେ ଆସିଥିଲା କାରଣ ଦେଶ ୮୮ ଆସନ ବିଶିଷ୍ଟ ବିଶେଷଜ୍ଞ ସଭାର ନିଷ୍ପତ୍ତିକୁ ଅପେକ୍ଷା କରିଥିଲା । ଏହାପରେ ଇରାନର ସର୍ବୋଚ୍ଚ ନେତାଙ୍କୁ ଚୟନ କରାଯାଇଥିଲା । ଇସ୍ରାଏଲର ଧମକ, ଯିଏ ବି ହେଉ ସୁପ୍ରିମ ଲିଡର ଆମେ ତାକୁ ବି କରିବୁ ହତ୍ୟା ।
ମୋଜତାବା ଖାମେନେଇ କିଏ ?
ଇରାନକୁ ମିଳିଛି ନୂଆ ସର୍ବୋଚ୍ଚ ନେତା । ଅୟାତୁଲ୍ଲା ଖାମେନେଇଙ୍କ ପୁଅ ମୋଜତାବା ଖାମେନେଇ । ଖାମେନେଇଙ୍କ ଦ୍ବିତୀୟ ସନ୍ତାନ ହେଉଛନ୍ତି ମୋଜତାବା । ମୋଜତାବା ଏହି ପଦ ପାଇଁ ବଡ଼ ଦାବିଦାର ଥିଲେ । ୮ ସେପ୍ଟେମ୍ବର, ୧୯୬୯ରେ ଇରାନର ମସହଦ ସହରରେ ଜନ୍ମ । ଇସଲାମିକ୍ କ୍ରାନ୍ତି ପରେ ଦ୍ବିତୀୟ ଥର ପାଇଁ କ୍ଷମତା ହସ୍ତାନ୍ତରଣ । ଇରାନର କ୍ବୋମର ଇସଲାମିକ୍ ଧାର୍ମିକ ଅଧ୍ୟୟନ କରିଥିଲେ । ହୁଜତ୍ ଅଲ-ଇସଲାମ ପଦ ଅଧିକାର କରିଥିଲେ । ଇରାନର ଆଇଆରଜିସି ସହ ରହିଛି ଘନିଷ୍ଠ ସମ୍ପର୍କ । ୧୯୮୦ ଇରାନ-ଇରାକ ଯୁଦ୍ଧରେ କମ୍ବାଟ ୟୁନିଟର ନେଇଥିଲେ ନେତୃତ୍ବ । ୨୦୧୯ରେ ମୋଜତବା ଖାମେନେଇଙ୍କ ଉପରେ ଆମେରିକା ଲଗାଇଥିଲା କଟକଣା ।
ଏଥିସହ ପଢ଼ନ୍ତୁ: ଖାମେନିଙ୍କ ମୃତ୍ୟୁ: ସତ କହିଲା ଭାରତ, ଶୋକ ବାର୍ତ୍ତା ଲେଖିଲେ ବୈଦେଶିକ ସଚିବ
📱 Get Argus News App
✨Related Topics
Explore more stories