Viral Video / ନ୍ୟୁଜିଲ୍ୟାଣ୍ଡ ସଂସଦରେ ମାଓରୀ ହାକା ନୃତ୍ୟର ଉତ୍ସାହ! ସ୍ପିକର ଅସନ୍ତୁଷ୍ଟ

Key Points
ନ୍ୟୁଜିଲ୍ୟାଣ୍ଡ ସଂସଦରେ ଆଉଥରେ ପାରମ୍ପରିକ ମାଓରୀ ନୃତ୍ୟ ‘ହାକା’ ଦେଖାଯାଇଛି। ଏହା ମାଓରୀ ପାର୍ଟିର ନୂଆ ସାଂସଦ ଓରିନୀ କ୍ୟାପାରାଙ୍କ ପ୍ରଥମ ଭାଷଣ ପରେ ହୋଇଛି।
ନ୍ୟୁଜିଲ୍ୟାଣ୍ଡ ସଂସଦରେ ଆଉଥରେ ପାରମ୍ପରିକ ମାଓରୀ ନୃତ୍ୟ ‘ହାକା’ ଦେଖାଯାଇଛି। ଏହା ମାଓରୀ ପାର୍ଟିର ନୂଆ ସାଂସଦ ଓରିନୀ କ୍ୟାପାରାଙ୍କ ପ୍ରଥମ ଭାଷଣ ପରେ ହୋଇଛି। ଓରିନୀ କ୍ୟାପାରା ଗତ ସେପ୍ଟେମ୍ବରରେ ତାମାକୀ ମକୌରାଉ ସିଟ୍ ରୁ ନିର୍ବାଚିତ ହୋଇଛନ୍ତି। ସଂସଦରେ ସେ ପ୍ରଥମ ଅଭିଭାଷଣ ଦେଇଛନ୍ତି। ସମ୍ପୂର୍ଣ୍ଣ ମାଓରୀ ଭାଷାରେ ଆରମ୍ଭ ହୋଇଥିବା ଏହି ଭାଷଣ ଶେଷରେ ସଂସଦରେ ମଞ୍ଜୁରୀ ଗୀତ ଗାୟନ କରାଯାଇଥିଲା।
ଏତିକି ବେଳେ ପବ୍ଲିକ ଗାଲେରୀରେ କେହି ଜଣେ ହାକା ଆରମ୍ଭ କରିଦେଇଥିଲେ। ଦେଖୁ ଦେଖୁ ସମସ୍ତେ ନାଚିବାରେ ଲାଗିଥିଲେ। ଭାଷଣରେ କ୍ୟାପାରା ମାଓରୀ ଭାଷା, କଳା ଓ ପରମ୍ପରା ଉପରେ ଗୁରୁତ୍ୱ ଦେଇଥିଲେ। ଏହା ପରେ ସାଂସଦମାନେ ହାକା ନୃତ୍ୟ କରିବାରେ ଓରିନୀ ମଧ୍ୟ ସେମାନଙ୍କ ସହ ସାମିଲ ହୋଇଯାଇଥିଲେ। ସେ ଆଖି ତରାଟି, ଜିଭ ବାହାର କରି ଗଳା ଫଟା ଚିତ୍କାର କରିଥିଲେ।
NEW: New Zealand parliament suspended after an unplanned haka broke out following newly elected PM Te Pati Maori's Oriini Kaipara's speech.
Kaipara: ✋😵💫
Speaker of the House Gerry Brownlee: "No, not that. The guarantee was that would not be taking place... Unreal."
Kaipara:… pic.twitter.com/36YMOJUhyH
📱 Get Argus News App
✨ଏହି ଦୃଶ୍ୟ ଏତେ ଜୋରଦାର ଥିଲା ଯେ ସାରା ସଂସଦ ଭବନ ଥରିଯାଇଥିଲା। ତେବେ ସ୍ପିକର ବ୍ରାଉନଲୀ ଏଥିରେ ବିରକ୍ତ ହୋଇଥିଲେ ଓ ସେ ତୁରନ୍ତ ନିଜ ଆସନରୁ ଉଠି ଯାଇଥିଲେ।
ବାଚସ୍ପିତି ଗୃହରେ ଏପରି କରିବାକୁ ମନା କରିଥିଲେ। ପୂର୍ବରୁ ଏପରି କରାଯିବନି ବୋଲି ଗୃହ ପ୍ରତିଶ୍ରୁତି ଦେଇଥିଲା। ଏହା ସତ୍ତ୍ୱେ ହାକା ନାଚକୁ ବାଚସ୍ପତି ଅପମାନଜନକ କହିବା ସହ ଅସନ୍ତୋଷ ପ୍ରକାଶ କରି ଗୃହକୁ ମୁଲତବୀ କରିଦେଇଥିଲେ। ହାକା ମାଓରୀ ସଂସ୍କୃତିର ଏକ ବଳିଷ୍ଠ ପ୍ରତୀକ।
ଏହା ଯୁଦ୍ଧ ଘୋଷ ଓ ପ୍ରଥମେ ଶତ୍ରୁକୁ ଡରାଇବା ଅଥବା ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ହାକା ନୃତ୍ୟ କରାଯାଉଥିଲା। ଆଜିବି ନ୍ୟୁଜିଲ୍ୟାଣ୍ଡରେ ରଗବୀ ମ୍ୟାଚ୍ ଆରମ୍ଭରେ ଅଲବ୍ଲାକସ୍ ଟିମ୍ ପ୍ରଥମେ ମାଓରୀ ନାଚ କରିଥାଏ। ଏପରି ନୃତ୍ୟରେ ପ୍ରାୟତଃ ଆଦିବାସୀ ନିଜକୁ ଗର୍ବିତ ମନେ କରିଥାନ୍ତି। ତେବେ ସଂସଦରେ ଏପରି ପ୍ରଦର୍ଶନ ବିଦ୍ରୋହ ଭଳି।
ନ୍ୟୁଜିଲ୍ୟାଣ୍ଡ ସଂସଦରେ ହାକା ନୂଆ କଥା ନୁହେଁ। ଗତବର୍ଷ ନଭେମ୍ବର ମାସରେ ୩ ମାଓରୀ ସାଂସଦ ବିବାଦୀୟ ବିଲ୍ ଉପରେ ହାକା କରିଥିଲେ। ଏହି ବିଲ୍ ୧୮୪୦ ଭେଟାଙ୍ଗୀ ସନ୍ଧି(ବ୍ରିଟିଶ ଓ ମାଓରୀଙ୍କ ମଧ୍ୟରେ ସୁରକ୍ଷା ବୁଝାମଣା)କୁ ପୁଣି ପଢା ଯାଇଥାନ୍ତା। ତେବେ ସାଂସଦଙ୍କବିରୋଧ ପରେ ଏହା ସ୍ଥଗିତ ହୋଇଯାଇଥିଲା। ହେଲେ ଏଥି ପାଇଁ ୩ ଜଣ ସାଂସଦଙ୍କୁ ଗୃହରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଥିଲା।
Related Topics
Explore more stories