Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Pakistan vs Balochistan / ପାଗଳା ହେଲାଣି ପାକିସ୍ତାନ ସେନା, ଭାଙ୍ଗିଲାଣି ୪୦ ମସ୍‌ଜିଦ୍‌ !

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ପାଗଳା ହେଲାଣି ପାକିସ୍ତାନ ସେନା, ଭାଙ୍ଗିଲାଣି ୪୦ ମସ୍‌ଜିଦ୍‌ !
Pakistan vs Balochistan

Key Points

ପାକିସ୍ତାନର କିଛି ସୁରକ୍ଷା ବଳ ବାଲୋଚିସ୍ତାନରେ ୪୦ରୁ ଅଧିକ ମସଜିଦକୁ ଭାଙ୍ଗି ଦେଇଛି ।

ପାଗଳ ହେଲାଣି ପାକିସ୍ତାନ ସେନା । ଯେଉଁ ଦେଶ ସାରା ବିଶ୍ୱର ମୁସଲମାନଙ୍କ ବ୍ରାଣ୍ଡ ଆମ୍ବାସଡର ସାଜିବ ବୋଲି ଆଶା ବାନ୍ଧି ବସିଥିଲା, ସେହି ଦେଶ ଏବେ ନିଜ ଧର୍ମ ପ୍ରତି କୁଠାରଘାତ କରୁଛି । ମୁସଲମାନ ଦେଶର ସେନା ମସ୍‌ଜିଦ୍‌ ଭାଙ୍ଗୁଛି । ଅଜ୍ଞା ହଁ, ଏମିତି କିଛି ଖବର ଏବେ ସାମ୍ନାକୁ ଆସିଛି ବଲୁଚିସ୍ତାନରୁ । ପାକିସ୍ତାନ ସେନା ଏଠାରେ ମନ ଇଚ୍ଛା ଭାଙ୍ଗୁଛି ମସଜିଦ୍ ।

ପାକିସ୍ତାନର କିଛି ସୁରକ୍ଷା ବଳ ବାଲୋଚିସ୍ତାନରେ ୪୦ରୁ ଅଧିକ ମସଜିଦକୁ ଭାଙ୍ଗି ଦେଇଛି । ବୋମାମାଡ କରାଯାଇ ଏସବୁକୁ ଧ୍ୱଂସ କରାଯାଇଛି । ଏହା ସହ ପବିତ୍ର କୋରାନକୁ ମଧ୍ୟ ଜାଳି ଦିଆଯାଉଛି । ପ୍ରଥମେ ଖାନ୍ ଅଫ୍ କଲାତ୍ ମସଜିଦକୁ ପାକିସ୍ତାନୀ ସେନା ବୋମା ମାଡ଼ କରି ଧ୍ୱଂସ କରିଥିଲା । ସାଧାରଣ ଲୋକେ ରହୁଥିବା ଜନବସିତରେ ଏହି ମସଦିଜ ରହିଥିଲା । ତଥାପି ଏଠାରେ ମୋର୍ଟାର ମାଡ କରାଯାଇଥିଲା । ଯାହା ଇସଲାମାବାଦର କ୍ରୁରତାକୁ ପ୍ରମାଣ କରୁଥିବା ସେ କହିଛନ୍ତି ।

ତେବେ ବାଲୋଚିସ୍ତାନ ହେଉଛି ପାକିସ୍ତାନର ଏକ ଖଣିଖାଦାନ ଭରାଅଞ୍ଚଳ । ଏଠାରେ ଅନେକ ଖଣି ରହିଛି । ଯାହାର ବିକାଶ ହୋଇନାହିଁ । ଏହି ଅଞ୍ଚଳ ଇରାନ ସହ ଲାଗିଛି । ଏଠାକାର ଲୋକେ ନିଜକୁ ପାକିସ୍ତାନଠୁ ଅଲଗା ଭାବନ୍ତି । କାରଣ ପାକ୍ ସେନା ବାଲୋଚରେ ଲଗାତାର ଭାବେ ମାନବାଧିକାର ହନନ କରୁଛି । ତେଣୁ ବର୍ଷ ବର୍ଷ ଧରି ସେମାନେ ପାକିସ୍ତାନଠୁ ଅଲଗା ହେବାକୁ ପ୍ରୟାସ ଚଳାଇଛନ୍ତି ।

ବଲୋଚିସ୍ତାନରେ ପଶି ପାକିସ୍ତାନ ସେନା ମସ୍‌ଜିଦ୍‌ ଭାଙ୍ଗିବା ନେଇ ଅଭିଯୋଗ କରିଛନ୍ତି ବାଲୋଚ୍ ଲିଡର ମୀର୍ ୟାର୍ ବାଲୋଚ୍ । ଗୋଟିଏ ପଟେ ପାକିସ୍ତାନ ଭାରତ ବିରୋଧରେ କାଶ୍ମୀରରେ ମୁସଲିମ ଅସୁରକ୍ଷିତ ଥିବା ନେଇ ଅଭିଯୋଗ କରୁଛି । କିନ୍ତୁ ଅନ୍ୟ ଦିଗରେ ନିଜ ଦେଶରେ ମସଜିଦକୁ ଭାଙ୍ଗିରୁଜି ଚୁରମାର କରୁଥିବା ମୀର୍ କହିଛନ୍ତି ।

ପାକିସ୍ତାନ ଗତ କିଛି ଦିନ ହେବ କାଶ୍ମୀର ମୁସଲିମଙ୍କ ଧର୍ମୀୟ ଭାବନାକୁ ଭାରତ କ୍ଷୂର୍ଣ୍ଣ କରୁଥିବା ଅଭିଯୋଗ କରିଆସୁଛି । ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ମିଛ ଅଭିଯୋଗ ଆଣିଥିଲେ । ଏସବୁକୁ ନେଇ ବାଲୋଚ୍ ନେତା ମୀର୍ କହିଛନ୍ତି ଯେ, ପାକିସ୍ତାନ ହେଉଛି ଆତଙ୍କବାଦୀଙ୍କ ଦେଶ । ଏଠାରେ ହିନ୍ଦୁ-ଖ୍ରୀଷ୍ଟିଆନ-ଶିଖଙ୍କ ଉପରେ ଅତ୍ୟାଚାର ହେଉଛି । ପିଓକେ ହେଉଛି ଭାରତର । ପାକିସ୍ତାନ ଏହାକୁ ବେଆଇନ ଭାବେ ଅଧିକୃତ କରୁଛି । କାଶ୍ମୀର ପ୍ରସଙ୍ଗରେ ଭାରତକୁ ବାଲୋଚ୍ ଆର୍ମୀ ସମର୍ଥନ କରିଛି । ସଂଖ୍ୟାଲଘୁଙ୍କୁ ନେଇ ଭାରତ କିମ୍ବା ଆଫଗାନିସ୍ତାନ ଉପରେ ପାକିସ୍ତାନ ମନ୍ତବ୍ୟ ଦେବାର ଅଧିକାର ହରାଇଥିବା ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistan vs Balochistan | "Pak Forces Destroyed 40 Mosques In Balochistan": Baloch Leader's Big Claim | Argus News