Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Soldiers Killed / ଚେକ୍‌ ପୋଷ୍ଟରେ ବିସ୍ଫୋରଣ, ଥାନା ଉପରେ ଆକ୍ରମଣ; ପାକିସ୍ତାନରେ ୧୪ ଯବାନ ମୃତ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଚେକ୍‌ ପୋଷ୍ଟରେ ବିସ୍ଫୋରଣ, ଥାନା ଉପରେ ଆକ୍ରମଣ; ପାକିସ୍ତାନରେ ୧୪ ଯବାନ ମୃତ
Pakistan Blast

Key Points

ଅଶାନ୍ତ ପାକିସ୍ତାନରେ ଫୁଟୁଛି ବୋମା, ଗର୍ଜୁଛି ବନ୍ଧୁକ । ପାକିସ୍ତାନର ଖୈବର ପଖତୁନଖ୍ଵାରେ ଦୁଇଟି ବୋମାମାଡ଼ ଓ ଗୁଳି ବର୍ଷଣରେ ୧୪ ଜଣ ଜବାନ ଏବଂ ୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ବୋମାମାଡ଼, ଗୁଳିଗୋଳା ବର୍ଷଣ । ଅଶାନ୍ତ ପାକିସ୍ତାନରେ ଫୁଟୁଛି ବୋମା, ଗର୍ଜୁଛି ବନ୍ଧୁକ । ପାକିସ୍ତାନର ଖୈବର ପଖତୁନଖ୍ଵାରେ ଦୁଇଟି ବୋମାମାଡ଼ ଓ ଗୁଳି ବର୍ଷଣରେ ୧୪ ଜଣ ଜବାନ ଏବଂ ୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟ ଏକ ଛୁଆ ଅଛି ।

ମିଳିଥିବା ତାଜା ସୂଚନା ଅନୁସାରେ, ଏକ ଚେକ୍ ପୋଷ୍ଟ ସହ ଥାନା ଉପରେ ଆକ୍ରମଣ ହୋଇଛି । ଏନେଇ ପାକିସ୍ତାନୀ ସେନା ସୁରକ୍ଷା ସହ ଜଡ଼ିତ ଅଧିକାରୀ ବୟାନ ଦେଇଛନ୍ତି । ବାଜପୁର ଜିଲ୍ଲାରେ ଆତଙ୍କବାଦୀ ଏକ ଟ୍ରକ୍‌ରେ ବିସ୍ଫୋରକ ଭର୍ତ୍ତି କରି ଚେକ ପଏଣ୍ଟର କାନ୍ଥକୁ ଧକ୍କା ଦେବାରୁ ଭୟଙ୍କର ବିସ୍ଫୋରଣ ହୋଇଛି ।

ଏଥିସହ ପଢ଼ନ୍ତୁ: ପୁଲୱାମା ଯବାନଙ୍କ ଅଦମ୍ୟ ସାହାସକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ; ଜଣାଇଲେ ଶ୍ରଦ୍ଧାଞ୍ଜଳି

ଉକ୍ତ ବିସ୍ଫୋରଣରେ ୧୧ ଜଣ ସୁରକ୍ଷାକର୍ମୀଙ୍କ ସହ ଜଣେ ଝିଅର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ପାକିସ୍ତାନ ସେନା । ଏହି ବିସ୍ଫୋରଣରେ ନିକଟରେ ଥିବା ବାସଗୃହ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ୭ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ଅନ୍ୟ ଏକ ଆକ୍ରମଣ ହୋଇଛି ସହରର ବନ୍ନୁ ଅଞ୍ଚଳରେ ଥିବା ମିର୍ୟାନ ପୋଲିସ ଷ୍ଟେସନ ଥାନା ଉପରେ । ଯେଉଁଠି ଏକ ରିକ୍ସାରେ ବିସ୍ଫୋଟକ ଖଞ୍ଜା ଯାଇ ବିସ୍ଫୋରଣ କରାଯାଇଛି । ଥାନାରେ ହୋଇଥିବା ବିସ୍ଫୋରଣରେ ୨ ଜଣ ସାଧାରଣ ନାଗରିକ ମୃତ୍ୟୁବରଣ କରିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ପାକିସ୍ତାନ ସରକାରଙ୍କୁ ଚିଠି ଲେଖିଲେ କପିଲ ଦେବ, କହିଲେ ଇମ୍ରାନଙ୍କୁ ଦିଆଯାଉ...

ସେପଟେ ଖୈବର ପଖତୁନଖ୍ଵାର ଶଙ୍ଗଲା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ୩ ପୋଲିସ ସହ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସୋମବାର ଏହି ଗୁଳିବିନିମୟ ହୋଇଥିବା କହିଛି ପାକିସ୍ତାନ ପୋଲିସ । ଚୀନ ନାଗରିକଙ୍କୁ ଟାର୍ଗେଟ୍ କରି ଏହି ବିସ୍ଫୋରଣ କରାଯାଇଛି ।

ସୂଚନାଯୋଗ୍ୟ, ଚୀନ ବିଗତ କିଛିବର୍ଷ ମଧ୍ୟରେ ପାକିସ୍ତାନରେ ବିଲିୟନ୍ ଡଲାର୍‌ର ନିବେଶ କରିଛି । ପାକିସ୍ତାନରେ ଚୀନର ବିପୁଳ ନିବେଶ ସତ୍ତ୍ଵେ ବିଭିନ୍ନ ସମୟରେ ଚୀନ ନାଗରିକ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି । ଯାହାକି ଚିନ୍ତାର କାରଣ ପାଲଟିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
14 Soldiers Killed in Bomb and Gun Attack in Pakistan’s Khyber Pakhtunkhwa | Argus News | Argus News