Pakistan Attack / ପାକିସ୍ତାନରେ ଚାଲିଥିଲା ବିବାହ ଉତ୍ସବ: ହେଲା ବିସ୍ଫୋରଣ, ୫ ମୃତ
·2 months ago·2 min read

Key Points
ପାକିସ୍ତାନରେ ବଡ ଧରଣର ଅଘଟଣ
ଚାଲିଗଲା ୫ ଜଣଙ୍କ ଜୀବନ
ଚାଲିଗଲା ୫ ଜଣଙ୍କ ଜୀବନ
ପାକିସ୍ତାନରେ ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ କିଏ ଏବଂ କାହିଁକି ଏପରି ଆକ୍ରମଣ କରିଛି ତାହା ବଡ଼ ପ୍ରଶ୍ନ। ସେ ପୁଣି ବିବାହ ଚାଲିଥିଲା ଆଉ ସେହି ସମୟରେ ଆଟାକ୍ ହୋଇଛି। ପାକିସ୍ତାନର ଉତ୍ତର-ପଶ୍ଚିମ ପ୍ରଦେଶ ଖାଇବର ପଖତୁନଖ୍ୱାରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ । ଶୁକ୍ରବାର ରାତିରେ ଜଣେ ଶାନ୍ତି କମିଟି ସଦସ୍ୟଙ୍କ ବାସଭବନରେ ବିବାହ ଉତ୍ସବ ଚାଲିଥିବା ସମୟରେ ଏକ ଅଘଟଣ ଘଟିଥିଲା। ଏହି ଆକ୍ରମଣରେ ଅତି କମରେ ୫ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। କେହି କେହି କହୁଛନ୍ତି କି ବୋଧେ ଏହି ଆକ୍ରମଣ ଟ୍ରମ୍ପ କରିଥାଇପାରନ୍ତି।
ଖାଇବର ପଖତୁନଖ୍ୱା ରେସକ୍ୟୁ ୧୧୨୨ର ମୁଖପାତ୍ର ବିଲାଲ ଅହମଦ ଫୈଜି କହିଛନ୍ତି ଯେ ୫ ଜଣଙ୍କ ମୃତଦେହ ଏବଂ ୧୦ ଜଣ ଆହତଙ୍କୁ ହସ୍ପିଟାଲକୁ ନିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣା ପରେ ତୁରନ୍ତ ସାତୋଟି ଆମ୍ବୁଲାନ୍ସ,ଗୋଟିଏ ଅଗ୍ନିଶମ ଗାଡ଼ି ଏବଂ ଗୋଟିଏ ବିପର୍ଯ୍ୟୟ ସହାୟତା ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।କର୍ତ୍ତୃପକ୍ଷ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ଶାନ୍ତି କମିଟି ନେତା ୱାହିଦୁଲ୍ଲାହ ମେହସୁଦ ଓରଫ ଜିଗ୍ରୀ ମେହସୁଦ ଅଛନ୍ତି। ଖାଇବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ବିସ୍ଫୋରଣକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ କେପି ପୋଲିସ ମହାନିରୀକ୍ଷକଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଦିଆଯିବା ନେଇ ସେ କହିଛନ୍ତି ।ଡେରା ଇସମାଇଲ ଖାନ ଜିଲ୍ଲାର ଜିଲ୍ଲା ପୋଲିସ ଅଧିକାରୀ ସଜ୍ଜାଦ ଅହମଦ ସାହିବଜାଦା ନିଶ୍ଚିତ କରିଛନ୍ତି ଯେ, କୁରେଶୀ ମୋର୍ ନିକଟରେ ଶାନ୍ତି କମିଟି ମୁଖ୍ୟ ନୁର ଆଲମ ମେହସୁଦଙ୍କ ବାସଭବନରେ ବିବାହ ଉତ୍ସବ ସମୟରେ ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଥିଲା।
ଆକ୍ରମଣ ସମୟରେ ଅତିଥିମାନେ ନାଚ ଗୀତ କରୁଥିଲେ । ବିସ୍ଫୋରଣ ଯୋଗୁଁ କୋଠରୀର ଛାତ ସମ୍ପୁର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା । ଯାହା ଫଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ସେପଟେ ଘଟଣାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଦାୟୀ ଲୋକଙ୍କୁ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେପଟେ ଇରାନକୁ ଟାର୍ଗେଟ କରିଛନ୍ତି ଆମେରିକା ରୋେଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସିଧା ସିଧା କହିଛନ୍ତି ପରମାଣୁ ଆଟାକ କରି ଇରାନକୁ ଛାଡ଼ିବେନାହିଁ। ତେବେ ଦେଶ ଦେଶ ମଧ୍ୟ ଯୁଦ୍ଧ ଆରମ୍ଭ ହୋଇରିଲାଣି। ଆଗକୁ ପରିସ୍ଥିତି କଣ ହେବ ତାହା କିଏ ବା କହିବ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories