Videos
|
International

Child Rights / ରାସ୍ତାରେ ଖାଦ୍ୟ ବିକିବେ ବୋଲି ୧୨ ଦିନର ଛୁଆକୁ ବିକି ଦେଇଥିଲେ, ଏବେ ଜେଲ୍‌ରେ କଟିବ ୨୦ ବର୍ଷ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ରାସ୍ତାରେ ଖାଦ୍ୟ ବିକିବେ ବୋଲି ୧୨ ଦିନର ଛୁଆକୁ ବିକି ଦେଇଥିଲେ, ଏବେ ଜେଲ୍‌ରେ କଟିବ ୨୦ ବର୍ଷ
Couple Held for Selling 12-Day-Old Baby Online in Philippines

Key Points

୨୨ ବର୍ଷୀୟ ମାଆ ଓ ୧୯ ବର୍ଷର ବାପା ଜନ୍ମ କଲା ୧୨ ଦିନର ନବଜାତ ଛୁଆକୁ ଅନଲାଇନ୍‌ରେ ବିକ୍ରି କରି ଦେଇଛନ୍ତି । ତାହା ବି ଏକ ଷ୍ଟ୍ରିଟ୍ ଫୁ଼ଡ୍ ବ୍ୟବସାୟ ଖୋଲିବାକୁ ।
ନୂଆଦିଲ୍ଲୀ: ଅନେକ କଷ୍ଟ ସହି ମାଆ ଛୁଆଟିଏ ଜନ୍ମ ଦିଏ । ଛୁଆଟି ଉପରେ ମାଆ ଭଳି ବାପା ବି ସବୁ ସ୍ନେହ, ମମତା ଅଜାଡ଼ି ଦିଏ । ଛୁଆଟିଏ ଜନ୍ମ ହେଲେ ଘରକୁ ଖୁସି ଆସେ, ସମସ୍ତେ ଆନନ୍ଦିତ ହୋଇ ଉଠନ୍ତି । ହେଲେ ଅଭାବୀ ଯେବେ ପେଟର ଜ୍ଵାଳାକୁ ସହି ନପାରେ, ସେତେବେଳେ ବାପାମାଆ କିଛି ଟଙ୍କା ପାଇଁ ନବଜାତ ଛୁଆକୁ ଅନ୍ୟ ହାତକୁ ଟେକି ଦିଅନ୍ତି ।

ଏଭଳି ଘଟିଛି ଫିଲିପ୍ପାଇନ୍ସରେ । ଯେଉଁଠି ୨୨ ବର୍ଷୀୟ ମାଆ ଓ ୧୯ ବର୍ଷର ବାପା ଜନ୍ମ କଲା ୧୨ ଦିନର ନବଜାତ ଛୁଆକୁ ଅନଲାଇନ୍‌ରେ ବିକ୍ରି କରି ଦେଇଛନ୍ତି । ତାହା ବି ଏକ ଷ୍ଟ୍ରିଟ୍ ଫୁ଼ଡ୍ ବ୍ୟବସାୟ ଖୋଲିବାକୁ । ଫିଲିପ୍ପାଇନ୍ସର ବ୍ୟସ୍ତବହୁଳ ଏକ ସପିଂ ମଲ୍‌ରେ ଫେବ୍ରୁଆରୀ ୨ରେ ଏହି ଘଟଣା ଘଟିଛି ।

ଏଥିସହ ପଢ଼ନ୍ତୁ: ବାରମ୍ୱାର ଝିଅ ହେଲା, ରାଗରେ ସାନ ଝିଅକୁ ବିକିଦେଲା ମା'...

ସୂଚନା ଅନୁସାରେ, ଦମ୍ପତି ୧୨ ଦିନର ଛୁଆଟିକୁ ୨୭ ହଜାର ୫୦୦ ଫିଲିପ୍ପାଇନ ପେସୋସ୍‌ରେ (୪୩ ହଜାର ୧୧୩ ଟଙ୍କା) ବିକ୍ରି କରୁଥିଲେ । ଅନଲାଇନ୍‌ରେ ବିଜ୍ଞାପନ ଦେଖି ପୋଲିସ କ୍ରେତା ବେଶରେ ପହଞ୍ଚିଥିଲା । ଛୁଆକୁ କିଣିବା ଲାଗି ଟଙ୍କା ବି ଦେଇଥିଲା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପରେ ଫିଲିପ୍ପାଇନ ନ୍ୟାସନାଲ ପୋଲିସର ମହିଳା ଓ ଶିଶୁ ସୁରକ୍ଷା କେନ୍ଦ୍ରର ଅଧିକାରୀ ଦମ୍ପତିଙ୍କୁ ଗିରଫ କରିଛନ୍ତି । ମଲ୍‌ ଭିତରେ ଥିବା ଫାଷ୍ଟ ଫୁଡ୍ ଷ୍ଟଲ୍‌ରୁ ଉଭୟଙ୍କୁ ଗିରଫ କରାଯିବା ସହ ଛୁଆକୁ ଉଦ୍ଧାର କରାଯାଇଛି ।

ଗିରଫ ପରେ ୧୨ ଦିନର ଛୁଆର ମାଆ ଭାଙ୍ଗି ପଡ଼ିବା ସହ କାନ୍ଦୁଥିବା ଦେଖିବାକୁ ମିଳିଛି । ନିଜ ମୁହଁରେ ଟଙ୍କା ପାଇଁ ସେ ଛୁଆକୁ ବିକ୍ରି କରୁଥିବା ସ୍ଵୀକାର ମଧ୍ୟ କରୁଛନ୍ତି । ପୋଲିସ ଦମ୍ପତିଙ୍କ ବିରୋଧରେ ମାନବ ଚାଲାଣ ସହ ଛୁଆଙ୍କ ପ୍ରତି ହିଂସା ମାମଲା ରୁଜୁ କରିଛି ।

ଏଥିସହ ପଢ଼ନ୍ତୁ: ଦ୍ୱାରକାରେ ରିଲ ପାଇଁ ଷ୍ଟଣ୍ଟ! ଦ୍ରୁତଗାମୀ ସ୍କର୍ପିଓ ଧକ୍କାରେ ୨୩ ବର୍ଷୀୟ ସାହିଲଙ୍କ ମୃତ୍ୟୁ, ନାବାଳକ ଡ୍ରାଇଭରକୁ ଜାମିନ

ଏନେଇ ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, "ଦମ୍ପତିଙ୍କ ବିରୋଧରେ ମାନବ ଚାଲାଣ, ଛୁଆଙ୍କ ପ୍ରତି ହିଂସା ଓ ଅବୈଧ ପୋଷ୍ୟ ସନ୍ତାନ ଭଳି ଧାରା ଲାଗିଛି । ଯେଉଁଥିରେ ଜାମିନ୍ ପ୍ରାବଧାନ ନଥିବା ବେଳେ ୨୦ ବର୍ଷ ଜେଲ୍ କିମ୍ବା ଆଜୀବନ କାରାଦଣ୍ଡାଦେଶ ହୋଇପାରେ ।"

ତଦନ୍ତକାରୀ ଅଧିକାରୀଙ୍କ ଅନୁସାରେ, "ଦମ୍ପତି ଛୁଆ ବିକ୍ରି ଟଙ୍କାରେ ରାସ୍ତା କଡ଼ରେ ଏକ ଖାଦ୍ୟ ଠେଲା ଖୋଲିଥାନ୍ତେ । ଛୁଆକୁ ଉଦ୍ଧାର କରାଯାଇ ସ୍ଵାସ୍ଥ୍ୟ ପରୀକ୍ଷା ପରେ ଶିଶୁ ସୁରକ୍ଷା ଗୃହରେ ରଖା ଯାଇଛି ।"
Parents Sold 12-Day-Old Baby for Food Business, Face 20 Years Jail | Argus News | Argus News