Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Russia-Ukraine: ସରିବନି ଏ ଯୁଦ୍ଧ ! ପୁଣି ୟୁକ୍ରେନ୍‌ ଆକାଶରୁ ନିଆଁ ବର୍ଷା କଲା ଋଷ...

International

Russia-Ukraine: ସରିବନି ଏ ଯୁଦ୍ଧ ! ପୁଣି ୟୁକ୍ରେନ୍‌ ଆକାଶରୁ ନିଆଁ ବର୍ଷା କଲା ଋଷ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
Russia-Ukraine: ସରିବନି ଏ ଯୁଦ୍ଧ ! ପୁଣି ୟୁକ୍ରେନ୍‌ ଆକାଶରୁ ନିଆଁ ବର୍ଷା କଲା ଋଷ...

Key Points

ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ଶାନ୍ତି ଆଲୋଚନା ବଦଳରେ ପୁଟିନ କ୍ଷେପଣାସ୍ତ୍ର ବାଛିଛନ୍ତି।

ରୁଷିଆ ଉପରେ ଅଧିକ କଟକଣା ଲଗାଇବାକୁ ସେ ଆନ୍ତର୍ଜାତିକ ସମୁଦାୟକୁ ଅନୁରୋଧ କରିଛନ୍ତି।

ପୁଣି ବଡ଼ ଆଟାକ୍‌ କଲା ଋଷ । ୟୂକ୍ରେନର କିଭ୍ ଉପରେ ଋଷ କରିଛି ବଡ଼ ଆକ୍ରମଣ । ଘନ ଘନ କ୍ଷେପଣାସ୍ତ୍ର ସାଙ୍ଗକୁ ଡ୍ରୋନ ଆକ୍ରମଣ ମଧ୍ୟ କଲା ଋଷ । ୟୁକ୍ରେନ୍‌ ଆକାଶରୁ ବର୍ଷିଲା ନିଆଁ । ଯେଉଁଥିରେ ୟୁକ୍ରେନର ୪ ଶିଶୁ ସମେତ ମୋଟ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସୁଛି । ଏହାର ପ୍ରତିକ୍ରିୟାରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କହିଛନ୍ତି ଯେ ଯୁଦ୍ଧ ସମାପ୍ତ କରିବା ପାଇଁ କୂଟନୈତିକ ପ୍ରୟାସ ମଧ୍ୟରେ ରୁଷର ଏଭଳି ଚାଲ ଗ୍ରହଣୀୟ ନୁହେଁ ।

ଆକ୍ରମଣରେ ୟୁରୋପୀୟ ୟୁନିଅନ ମିଶନ ଏବଂ ବ୍ରିଟିଶ କାଉନସିଲର ମୁଖ୍ୟାଳୟ ସମେତ ସାତଟି ଜିଲ୍ଲାର କୋଠା କ୍ଷତିଗ୍ରସ୍ତ ହୋଇଛି । ଏହି ଆକ୍ରମଣରେ ଶତାଧିକ ଆହତ ହୋଇଛନ୍ତି। ଏକ କିଣ୍ଡରଗାର୍ଟେନ ସମେତ ଅନେକ ଘରେ ନିଆଁ ଲାଗି ଯାଇଛି। ବୁଧବାର ୟୁକ୍ରେନର ଶକ୍ତି କେନ୍ଦ୍ର ଉପରେ ରୁଷ୍ ଡ୍ରୋନ୍‌ ଆକ୍ରମଣ କରିଥିବା ବେଳେ ଲକ୍ଷାଧିକ ଘରେ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଯାଇଥିଲା।

ଗୁରୁବାର ରୁଷ୍‌ ୬୦୦ରୁ ଅଧିକ ଡ୍ରୋନ୍‌, ୩୦ରୁ ଅଧିକ ବାଲିଷ୍ଟିକ ଏବଂ କ୍ରୁଜ୍‌ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଚଳିତ ମାସରେ ଏହା ରୁଷ୍‌ର ସବୁଠୁ ବଡ଼ ଆକ୍ରମଣ। ୟୁକ୍ରେନ ସାମରିକ ପ୍ରଶାସନ ମୁଖ୍ୟ ତିମୁର୍ ତାଚେଙ୍କୋଙ୍କ ସୂଚନାନୁଯାୟୀ, ରୁଷ୍ କିବ୍‌ର ୨୦ରୁ ଅଧିକ ସ୍ଥାନରେ ଆକ୍ରମଣ କରିଥିଲା। ଦାର୍ନିସ୍କି ଜିଲାରେ ଏକ ପାଞ୍ଚ ମହଲା ବିଶିଷ୍ଟ ଆବାସିକ ଘର ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ଏହା ଧ୍ବଂସସ୍ତୂପରେ ପରିଣତ ହୋଇଛି। ୧୨୦ରୁ ଅଧିକ ଲୋକ ସେହି କୋଠାରେ ରହୁଥିବା ବେଳେ ବହୁ ଲୋକ ଧ୍ବଂସାବଶେଷ ତଳେ ଫସି ରହିଥିବା ଅନୁମାନ କରାଯାଉଛି।

ଏହି ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ଶାନ୍ତି ଆଲୋଚନା ବଦଳରେ ପୁଟିନ କ୍ଷେପଣାସ୍ତ୍ର ବାଛିଛନ୍ତି। ରୁଷିଆ ଉପରେ ଅଧିକ କଟକଣା ଲଗାଇବାକୁ ସେ ଆନ୍ତର୍ଜାତିକ ସମୁଦାୟକୁ ଅନୁରୋଧ କରିଛନ୍ତି। ବିଶେଷକରି ଚୀନ୍‌ ପକ୍ଷରୁ ଏହାକୁ କଡ଼ା ନିନ୍ଦା କରାଯିବ ବୋଲି ଜେଲେନସ୍କି ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଅସ୍ତ୍ର ବିରତି ପାଇଁ ଚୀନ ପକ୍ଷରୁ ବାରମ୍ବାର କୁହାଯାଉଛି। କିନ୍ତୁ ଏହା ରୁଷ୍ ପାଇଁ ସମ୍ଭବ ହୋଇପାରୁନି। ହଙ୍ଗେରୀ ମଧ୍ୟ ଶିଶୁଙ୍କ ହତ୍ୟାକୁ ନିନ୍ଦା କରିଆସୁଛି। ରୁଷ୍‌ର ଏହି ଆକ୍ରମଣରେ କିବ୍‌‌ରେ ଥିବା ୟୁରୋପୀୟ ସଂଘ ପ୍ରତିନିଧିଙ୍କ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ବ୍ରିଟିଶ କାଉନସିଲ କୋଠା ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Russia launches second-biggest air assault of Ukraine war, killing at least 21 and damaging EU building | Argus News