Videos
|
International

Sheikh Hasina / ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶର ଦାବି

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶର ଦାବି

Key Points

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶର ଦାବି
ଏବେ କ’ଣ କରିବେ ମୋଦି
ଭାରତ ପକ୍ଷରୁ କୁହାଯାଇଛି ଯେ
ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ନରସଂହାର ମାମଲାରେ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ବାଂଲାଦେଶ କୋର୍ଟ । ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା । ଗତବର୍ଷ ଜୁଲାଇ ୧୫ରୁ ଅଗଷ୍ଟ ୧୫ ମଧ୍ୟରେ ଏହି ଆନ୍ଦୋଳନ ହୋଇଥିଲା । ଜାତିସଂଘ ଅନୁସାରେ, ମାସକର ଏହି ଆନ୍ଦୋଳନ ଓ ଦମନରେ ପ୍ରାୟ ୧୪୦୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାପରେ ବାଂଲାଦେଶ ବୈଦେଶିକ ମନ୍ତ୍ରାଳୟ ସୋମବାର ଭାରତକୁ ଔପଚାରିକ ପତ୍ର ଲେଖିଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦେଶକୁ ଫେରାଇ ଦେବାକୁ ଦାବି କରିଛି।

ଏଥିସହ ପଢ଼ନ୍ତୁ: 'ଫାଶୀ ଦଣ୍ଡାଦେଶ ଅନ୍ତରୀଣ ସରକାରର ଉଗ୍ରବାଦୀ ଏଜେଣ୍ଡା': ଶେଖ ହସିନା

ମନ୍ତ୍ରାଳୟ ପତ୍ରରେ ଦୁଇ ଦେଶଙ୍କ ମଧ୍ୟରେ ଥିବା ‘ପ୍ରତ୍ୟାର୍ପଣ ବୁଝାମଣା’ର ଉଦାହରଣ ଦେଇ କହିଛି ଯେ, ଭାରତ ଉପରେ ହସିନାଙ୍କୁ ପଠାଇବାର ‘ବାଧ୍ୟତାମୂଳକ’ ଦାୟିତ୍ୱ ରହିଛି। ଏହି ପତ୍ର ସେହି ରାୟ ପରେ ପଠାଯାଇଛି, ଯେଉଁଥିରେ ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି-ବିଡି) ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଛି । ପତ୍ରରେ କୁହାଯାଇଛି ଯେଉଁ ବ୍ୟକ୍ତିମାନଙ୍କୁ ମାନବତା ବିରୋଧରେ ଅପରାଧରେ ଦୋଷୀ କରାଯାଇଛି ତାଙ୍କୁ ଅନ୍ୟ କୌଣସି ଦେଶ ଶରଣ ଦେବା ‘ଅମିତ୍ରତାପୂର୍ଣ୍ଣ’ ପଦକ୍ଷେପ ମନେ କରାଯିବ ଓ ଏହା ନ୍ୟାୟର ଅବମାନନା ହେବ। ବାଂଲାଦେଶ ସ୍ପଷ୍ଟ କରିଛି ଯେ ଭାରତ ଯଦି ହସିନାଙ୍କୁ ଶରଣ ଦିଏ ଅଥବା ତାଙ୍କୁ ପଠାଇବାରେ ବିଳମ୍ବ କରେ, ତେବେ ଏହା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ।

ଏହା ମଧ୍ୟ ପଢ଼ନ୍ତୁ: ଅପରାଧ ସଂଖ୍ୟା ୧-୨-୩ ର କାହାଣୀ, ଯେଉଁଥିପାଇଁ ହସିନାଙ୍କୁ ଫାଶୀ ଦଣ୍ଡାଦେଶ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଦାବି ଭାରତ ଉପରେ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଚାପ ସୃଷ୍ଟି କରିବାର ସମ୍ଭାବନା ଅଛି। ଏହି ରାୟ କିମ୍ବା ଢାକାର ପ୍ରତ୍ୟର୍ପଣ ଦାବି ଉପରେ ନୂଆଦିଲ୍ଲୀ ନିଜର ମନ୍ତବ୍ୟ ଦେଇଛି । ଅଶାନ୍ତି ସମୟରେ ଦେଶରୁ ପଳାଇ ଯାଇଥିବା ହସିନା ଭାରତରେ ଆଶ୍ରୟ ନେଇଥିବା ଢାକା ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ, ଯେକୌଣସି ଦେଶ ତାଙ୍କୁ ଆଶ୍ରୟ ଦେଇଛନ୍ତି ଶୀଘ୍ର ତାଙ୍କୁ ଛାଡିଦିଅନ୍ତୁ। ତେବେ ଭାରତ ସରକାରଙ୍କ ପକ୍ଷରୁ ଏହି ରାୟକୁ ଉଲ୍ଲେଖ କରି ପ୍ରକାଶ କରାଯାଇଛି ଯେ, ଏକ ନିକଟତମ ପଡ଼ୋଶୀ ଭାବରେ, ଭାରତ ବାଂଲାଦେଶର ଲୋକଙ୍କ ସର୍ବୋତ୍ତମ ସ୍ୱାର୍ଥ ପାଇଁ ପ୍ରତିବଦ୍ଧ। ଯେଉଁଥିରେ ଶାନ୍ତି, ଗଣତନ୍ତ୍ର ଏବଂ ସ୍ଥିରତା ଅନ୍ତର୍ଭୁକ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହା ବାଂଲାଦେଶର "ସମସ୍ତ ଅଂଶୀଦାରଙ୍କ ସହିତ ଗଠନମୂଳକ ଭାବରେ ଜଡିତ ହେବ"। ବିବୃତ୍ତିରେ ସିଧାସଳଖ ପ୍ରତ୍ୟର୍ପଣ ଦାବିକୁ ସମ୍ବୋଧିତ କରାଯାଇ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରକାଶ କରିଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics

Explore more stories