Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Nepal Protest ; Gen Zଙ୍କ ଆନ୍ଦୋଳନ ପଛର ଇଏ ମୁଖ୍ୟ ଚେହେରା

International

Nepal Protest ; Gen Zଙ୍କ ଆନ୍ଦୋଳନ ପଛର ଇଏ ମୁଖ୍ୟ ଚେହେରା

Swoyang prajna Mishra
Browse all articles by Swoyang prajna Mishra
·7 months ago·1 min read
Nepal Protest ; Gen Zଙ୍କ ଆନ୍ଦୋଳନ ପଛର ଇଏ ମୁଖ୍ୟ ଚେହେରା

Key Points

ନେପାଳରେ ନିଆଁ, ବଢୁଛି ବିକ୍ଷୋଭ
୯ମନ୍ତ୍ରୀଙ୍କ ପରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ
ଏହି ଯୁବକ ,Gen Zଙ୍କ ଆନ୍ଦୋଳନ ପଛର ମୁଖ୍ୟ ଚେହେରା


ଥମିବାର ନାଁ ନେଉନି ନେପାଳର ହିଂସା । ଜେନ୍ ଜି ରାଜରାସ୍ତାକୁ ଓହ୍ଲାଇବା ପରେ ବିକ୍ଷୋଭ ଆହୁରି ବଢିବାରେ ଲାଗିଛି । ସୋସିଆଲ ମିଡିଆ ବ୍ୟାନ୍ ପ୍ରସଙ୍ଗରେ ତେଜୁଛି ଆନ୍ଦୋଳନ । କାଲି ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳର ୯ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଆଜି ନିଜେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆଉ ନେପାଳ ଛାଡି ଦୁବାଇ ଯାଇଥିବା କଥା ମଧ୍ୟ କୁହାଯାଉଛି । ତେବେ ପୂର୍ବରୁ ନେପାଳର ଯୁବ ଭ୍ରଷ୍ଟାଚାର, ଆର୍ଥିକ ଅସମାନତା ଏବଂ କୁପ୍ରଶାସନ ନେଇ ଦେଶର ଯୁବବର୍ଗମାନେ ସରକାରଙ୍କ ଉପରେ ଖପ୍ପା ଥିଲେ ।

ହେଲେ ସରକାର ୨୬ଟି ସୋସିଆଲ ମିଡିଆ ଆପ୍ଲିକେଶନ ବ୍ୟାନ୍ କରିବା ପରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବାରେ ଲାଗିଥିଲେ ନେପାଳର ଯୁବପିଢୀ । ଆଉ ଏହି ଜେନି ଜିଙ୍କ ଆନ୍ଦୋଳନର ମୁଖ୍ୟ ନେତୃତ୍ଵ ନେଇଥିଲେ ୩୬ ବର୍ଷୀୟ ସୁଦନ ଗୁରୁଙ୍ଗ । ଯାହାଙ୍କ ସ୍ଵରରେ ଏକଜୁଟ ହୋଇଥିଲେ ନେପାଳର ଯୁବବର୍ଗ । ଆଉ ଆରମ୍ଭ କରିଥିଲେ ସରକାର ବିରୋଧୀ ଆନ୍ଦୋଳନ । ନେପାଳର ସରକାରଙ୍କ ବିରୋଧରେ ବଢୁଥିବା ହିଂସା ରାଗକୁ ଆନ୍ଦୋଳନରେ ପରିଣତ କରିବାର ସାହାସ ଦେଇଥିଲେ ଗୁରୁଙ୍ଗ ।

ସୁଦାନ ଗୁରୁଙ୍ଗ ନିଜର ସଂଗଠନ ଦ୍ଵାରା ଏହି ଯୁବକମାନଙ୍କୁ ଏକତ୍ରିତ କରିଥିଲେ । ସେ ଜଣେ ସାମାଜିକ ସକ୍ରିୟତାବାଦୀ ଅଟନ୍ତି । ସେ ସମାଜ ସେବା ଭଳି କାର୍ଯ୍ୟ କରିଥାନ୍ତି , କୌଣସି ଭୂକମ୍ପ , ବାତ୍ୟା , ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସେ ଏବଂ ତାଙ୍କ ସଂଗଠନ ସାହାଯ୍ୟ କରିଥାନ୍ତି ।


ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sudan Gurung is the face behind the Nepal Gen Z violence | Argus News