Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବେ ସୁଶୀଳା କାର୍କୀ, ସାରା ରାତି ବୈଠକ ପରେ ହେଲା ସହମତି

Sushanta Sahoo
Browse all articles by Sushanta Sahoo
·10 months ago·2 min read
ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବେ ସୁଶୀଳା କାର୍କୀ, ସାରା ରାତି ବୈଠକ ପରେ ହେଲା ସହମତି

Key Points

ଜେନ୍-ଜିର ଏକ ସମୂହ ସେନାକୁ ଚେତାବନୀ ଦେଇ କହିଥିଲେ, ସୁଶୀଳା କାର୍କୀଙ୍କୁ ହିଁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ନିଯୁକ୍ତ କରନ୍ତୁ ନ ହେଲେ ଆହୁରି ହିଂସା ବ୍ୟାପିବ । ଯଦିଓ ଅନ୍ତରୀଣ ପ୍ରଧାନମନ୍ତ୍ରୀ ରେସ୍‌ରେ ସୁଶୀଳାଙ୍କ ସହ ଅନ୍ୟ ନାଁ ଥିଲା, ବୁଧବାର ବୈଠକରେ ଯୁବବର୍ଗ ସୁଶୀଳା କାର୍କୀଙ୍କୁ ନେଇ ସହମତ ହୋଇଥିଲେ ।

କାଠମାଣ୍ଡୁ: ଆତଙ୍କ, ଅସ୍ଥିରତା ଓ ଉତ୍ତେଜନା ଭିତରେ ଦ୍ଵନ୍ଦ୍ଵ ହଟିଛି । ସାରା ରାତି ବୈଠକ ପରେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ନାଁକୁ ନେଇ ହୋଇଛି ସହମତି । ନେପାଳର ସେନା ପ୍ରମୁଖ ଓ ରାଷ୍ଟ୍ରପତି ସୁଶୀଳା କାର୍କୀ (Sushila Karki)ଙ୍କ ନାଁକୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ପଦ ପାଇଁ ଅନୁମୋଦନ କରିଛନ୍ତି ।


ନେପାଳ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା ନିର୍ବାଚନ ପର୍ଯ୍ୟନ୍ତ ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇବେ । ଅନ୍ତରୀଣ ସରକାର ଗଠନରେ ସମସ୍ତଙ୍କ ସହମତି ପାଇଁ ବିଳମ୍ବିତ ରାତିରେ ନେପାଳ ରାଷ୍ଟ୍ରପତି, ସେନା ମୁଖ୍ୟ ଓ ସୁଶୀଳା କାର୍କୀଙ୍କୁ ନେଇ କାଠମାଣ୍ଡୁରେ ରାତି ସାରା ଗୁରୁତ୍ଵପୂର୍ଣ୍ଣ ବୈଠକ ଚାଲିଥିଲା ।


ଆହୁରି ପଢ଼ନ୍ତୁ: ରାଜତନ୍ତ୍ରରୁ କେମିତି ନେପାଳ ହେଲା ଗଣତାନ୍ତ୍ରିକ ରାଷ୍ଟ୍ର ? କାହିଁକି ରହୁଛି ରାଜନୈତିକ ଅସ୍ଥିରତା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜେନ୍-ଜିର ଏକ ସମୂହ ସେନାକୁ ଚେତାବନୀ ଦେଇ କହିଥିଲେ, ସୁଶୀଳା କାର୍କୀଙ୍କୁ ହିଁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ନିଯୁକ୍ତ କରନ୍ତୁ ନ ହେଲେ ଆହୁରି ହିଂସା ବ୍ୟାପିବ । ଯଦିଓ ଅନ୍ତରୀଣ ପ୍ରଧାନମନ୍ତ୍ରୀ ରେସ୍‌ରେ ସୁଶୀଳାଙ୍କ ସହ ଅନ୍ୟ ନାଁ ଥିଲା, ବୁଧବାର ବୈଠକରେ ଯୁବବର୍ଗ ସୁଶୀଳା କାର୍କୀଙ୍କୁ ନେଇ ସହମତ ହୋଇଥିଲେ । କିଛି ଲୋକ ସୁଶୀଳାଙ୍କ ବିପକ୍ଷରେ ବି ଥିଲେ ।

ସୁଶୀଳା କାର୍କୀ କିଏ ?


ନେପାଳର ଋରଲ ଅଞ୍ଚଳରେ ସୁଶୀଳା କାର୍କୀଙ୍କ ଜନ୍ମ, ପିତା ଜଣେ ଚାଷୀ ।
ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରୁ ସୁଶୀଳା ରାଜନୀତି ବିଜ୍ଞାନରେ ସ୍ନାତକ କରିଛନ୍ତି ।
ଶିକ୍ଷକତା ପରେ ୧୯୮୦ରେ ଆଇନ୍ ପାଠ ପଢ଼ିଥିଲେ ସୁଶୀଳା ।
ଓକିଲାତି ଆରମ୍ଭ ପରେ ମାନବାଧିକାର ମାମଲାକୁ ଗୁରୁତ୍ଵ ଦେଇଥିଲେ ।
୨୦୦୯ରେ ସୁଶୀଳା ହୋଇଥିଲେ ନେପାଳ ସୁପ୍ରିମକୋର୍ଟର ଆଡହକ୍ ବିଚାରପତି । ୨୦୧୦ରେ ସ୍ଥାୟୀ ଜଜ୍ ଭାବେ ନିଯୁକ୍ତି ମିଳିଥିଲା ।
ନେପାଳର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଭାବେ ୨୦୧୬ରେ ସୁଶୀଳାଙ୍କୁ ମିଳିଥିଲା ନିଯୁକ୍ତି । ୨୦୧୭ରେ ତାଙ୍କୁ ପଦରୁ ହଟାଇବା ଲାଗି ମହାଭିଯୋଗ ଅଣାଯାଇଥିଲା ।

କ'ଣ କହୁଛି ନେପାଳ ସମ୍ବିଧାନ ?


ନେପାଳ ସମ୍ବିଧାନ ଅନୁସାରେ, ପୂର୍ବତନ ମୁଖ୍ୟ ବିଚାରପତି କୌଣସି ରାଜନୈତିକ ପଦ ଅଳଙ୍କୃତ କରିପାରିବେ ନାହିଁ । ତେବେ, ସମ୍ବିଧାନର ଅନିବାର୍ଯ୍ୟ ସିଦ୍ଧାନ୍ତ ଅନୁସାରେ, ତାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ଲାଗି ରାଷ୍ଟ୍ରପତିଙ୍କୁ ସମ୍ବିଧାନର ଉକ୍ତ ବିଶେଷ ଅନୁଚ୍ଛେଦକୁ ନିଷ୍କ୍ରିୟ କରିବାକୁ ପଡ଼ିବ ଅଥବା ଦେଶର ସୁରକ୍ଷା ପାଇଁ ଏକ ସ୍ଵତନ୍ତ୍ର ପ୍ରାବଧାନ ଆଣିବାକୁ ପଡ଼ିବ ।


ନେପାଳ ସମ୍ବିଧାନରେ ଅନିବାର୍ଯ୍ୟ ସିଦ୍ଧାନ୍ତ ଏକ ଆଇନ୍ ସିଦ୍ଧାନ୍ତ ଅଟେ । ଏହାରି ପ୍ରକାରେ ଏଭଳି କିଛି କାର୍ଯ୍ୟ ଯାହା ଅସାମ୍ବିଧାନିକ ଅର୍ଥାତ୍ ବେଆଇନ୍ ଅଟେ । ଦେଶର ସୁରକ୍ଷା, ଆଇନ୍ ବ୍ୟବସ୍ଥା କାଏମ ରଖିବା ଏବଂ ଜରୁରୀ ସଂକଟ ସମୟରେ ସାମ୍ବିଧାନିକ ବ୍ୟବସ୍ଥାର ରକ୍ଷା ଲାଗି ଏହାକୁ ଉଚିତ୍ ଦର୍ଶାଇବା ଲାଗି ଅନୁମତି ଅଛି ।

Sponsored
Sushila Karki Named Nepal's Interim Prime Minister | Argus News | Argus News