Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Ferry Travel Mishap / ଫେରି ଯାତ୍ରା ସମୟରେ ପର୍ଯ୍ୟଟକଙ୍କ ସୁଟକେସ୍ ସମୁଦ୍ରରେ ଭାସିଗଲା

Ritu Das
Browse all articles by Ritu Das
·7 months ago·2 min read
ଫେରି ଯାତ୍ରା ସମୟରେ ପର୍ଯ୍ୟଟକଙ୍କ ସୁଟକେସ୍ ସମୁଦ୍ରରେ ଭାସିଗଲା

Key Points

ଘଟଣା ଘଟିଛି ଥାଇଲାଣ୍ଡରେ ଫେରି ଯାତ୍ରା ସମୟରେ। କେତେକ ପର୍ଯ୍ୟଟକଙ୍କ ଲଗେଜ୍ ସମୁଦ୍ରରେ ଭାସି ଯିବା ପରେ ପର୍ଯ୍ୟଟକମାନେ ଚିନ୍ତିତ ହୋଇପଡ଼ିଥିଲେ। କଣ କରିବେ।
କଥାଟା ଆପଣଙ୍କୁ ନିଶ୍ଚିତ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ଏକ ସତ ଘଟଣା। ଘଟଣା ଘଟିଛି ଥାଇଲାଣ୍ଡରେ ଫେରି ଯାତ୍ରା ସମୟରେ। କେତେକ ପର୍ଯ୍ୟଟକଙ୍କ ଲଗେଜ୍ ସମୁଦ୍ରରେ ଭାସି ଯିବା ପରେ ପର୍ଯ୍ୟଟକମାନେ ଚିନ୍ତିତ ହୋଇପଡ଼ିଥିଲେ। କଣ କରିବେ। ଆଖି ସାମ୍ନାରେ ଡଜନ ଡଜନ ଲଗେଜ ଭାସିଯାଉଛି। ଫେରିରେ ଥିବା ଜଣେ ପର୍ଯ୍ୟଟକ ଆଲିସ୍ ଜାମ୍ପାରେଲି ଏବେ ଭାଇରାଲ ହୋଇଥିବା ଟିକଟକ୍ ଫୁଟେଜକୁ ଶେୟାର କରିଛନ୍ତି ଯେଉଁଥିରେ ସୁଟକେସ୍ ପାଣିରେ ଭାସି ଯାଉଛି। ଉକ୍ତ ସୁଟକେସକୁ ଉଦ୍ଧାର କରିବାକୁ କୌଣସି ଉପାୟ ମଧ୍ୟ ନାହିଁ।

ଅଷ୍ଟ୍ରେଲିଆର ପର୍ଥର ଜାମ୍ପାରେଲି ରବିବାର ଦିନ କୋହ ତାଓ ଦ୍ୱୀପରୁ କୋହ ସାମୁଇକୁ ଜାହାଜରେ ଯାଉଥିବା ସମୟରେ ଦେଖିଲେ ଯେ ତାଙ୍କର ନିଜ ସୁଟକେସ୍, ଅନ୍ୟାନ୍ୟ ଡଜନ ଡଜନ ସୁଟକେସ ସମୁଦ୍ରରେ ଭାସି ଯାଇଛି। ସେ ତାଙ୍କର ଲଗେଜ୍ ପୁନରୁଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ଏହାପରେ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ମିଳିନଥିଲା।

ଅନୁମାନ କରାଯାଉଛି ଯେ ଫେରିର ଉପର ଡେକରେ ଲଗେଜଗୁଡ଼ିକ ଠିକ୍ ଭାବରେ ସୁରକ୍ଷିତ ଭାବେ ରଖା ଯାଇ ନ ଥିଲା। ପବନ ଅଧିକ ସହ ଖରାପ ପାଗ ଯୋଗୁଁ ସୁଟକେସ୍‌ଗୁଡ଼ିକ ପାଣିରେ ଖସି ପଡ଼ିଥିଲା।

କୋହ ତାଓ ଏବଂ କୋହ ସାମୁଇ ପର୍ଯ୍ୟଟକଙ୍କ ପାଇଁ ଥାଇଲ୍ୟାଣ୍ଡର ଦୁଇଟି ସବୁଠାରୁ ଲୋକପ୍ରିୟ ଦ୍ୱୀପ। ଦୁଇଟି ମଧ୍ୟରେ ଏକ ଫେରି ଯିବାକୁ ସାଧାରଣତଃ ଦୁଇ ଘଣ୍ଟା ସମୟ ଲାଗେ। ତଥାପି, ଜାମ୍ପାରେଲିଙ୍କ ଭିଡିଓରେ ଏହା ସ୍ପଷ୍ଟ ହୋଇଛି ଯେ ଏହି ଫେରିଗୁଡ଼ିକ ସୁରକ୍ଷିତ ନୁହେଁ।
ଆଲିସ୍ ଜାମ୍ପାରେଲି ଏହି ଦୁର୍ଘଟଣା ପାଇଁ ଅଯୋଗ୍ୟ କ୍ରୁ ସଦସ୍ୟଙ୍କୁ ଦାୟୀ କରିଛନ୍ତି। "ଆମର ସମସ୍ତ ଲଗେଜ୍ ହଜିଗଲା (ଅଯୋଗ୍ୟ କ୍ରୁ ସଦସ୍ୟଙ୍କ ଯୋଗୁଁ)," ସେ ତାଙ୍କ TikTok ଭିଡିଓର କ୍ୟାପସନ ମଧ୍ୟ ଦେଇଛନ୍ତି। ଥାଇଲ୍ୟାଣ୍ଡରେ ଥିବା ଅଷ୍ଟ୍ରେଲୀୟ ପର୍ଯ୍ୟଟକ ଆହୁରି ଦାବି କରିଛନ୍ତି ଯେ ପରେ କ୍ରୁ ସଦସ୍ୟମାନେ ହଜିଯାଇଥିବା ଲଗେଜ୍ ପାଇଁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦେବାକୁ ମନା କରିଛନ୍ତି।

ଜାମ୍ପାରେଲି କହିଥିଲେ ଯେ ଅଧିକ ଯୁକ୍ତିତର୍କ ହେବାରୁ କ୍ଷତିପୂରଣ ବାବଦରେ କ୍ରୁ ସଦସ୍ୟ ଆମକୁ 50,000 ବାଥ୍ ଫେରେଇଲେ। ଭଗବାନଙ୍କୁ ଧନ୍ୟବାଦ ଯେ, ଆମେ 50,000 ବାଥ୍ ପାଇପାରିଲୁ କିନ୍ତୁ ଏଥିପାଇଁ ବହୁତ ବୁଝାଇବାକୁ ଏବଂ ଯୁକ୍ତି କରିବାକୁ ପଡ଼ିଲା। ଆମେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲୁ ବୋଲି ଆମେ କିଛିଟା କ୍ଷତିପୂରଣ ପାଇ ପାରିଲୁ କିନ୍ତୁ ଅନ୍ୟ ଯାତ୍ରୀମାନେ ମୁହଁ ଖୋଲି ନ ଥିବାରୁ କୌଣସି କ୍ଷତିପୂରଣ ପାଇ ପାରି ନାହାନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tourist’s Suitcase Falls Into Sea During Ferry Ride | Argus News