Trump Administration / ଶେଷରେ ସତ କହିଲେ ଟ୍ରମ୍ପ: କାହିଁକି ଇରାନକୁ ମାଟିରେ ମିଶେଇଦେଲେ...
·4 months ago·2 min read

Key Points
ଇରାନକୁ ଧ୍ବଂସ କରିବା ପଛର କାରଣ କହିଲେ ଟ୍ରମ୍ପ!
ଜଣାପଡ଼ିଲା ସତ
ଜଣାପଡ଼ିଲା ସତ
ସତ କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶେଷରେ ମୁହଁ ଖୋଲିଲେ ଆଉ ସତ ବଖାଣିଲେ। କାହିଁକି ଇରାନକୁ ଟାଗ୍ରେଟ କରି ଧ୍ବଂସ କରିଦେଲେ ଟ୍ରମ୍ପ ଜାଣନ୍ତୁ ପୁରା ଘଟଣା। ଟ୍ରମ୍ପ ଇରାନକୁ 47 ବର୍ଷ ଧରି ଆତଙ୍କବାଦ ପ୍ରସାର କରିବାର ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ ଆକ୍ରମଣ ଯୋଗୁଁ ଇରାନର କ୍ଷମତା ବହୁତ ହ୍ରାସ ପାଇଛି। ଏହାର କ୍ଷେପଣାସ୍ତ୍ର ସଂଖ୍ୟା ହ୍ରାସ ପାଉଛି, ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ ହୋଇସାରିଛି। ଇରାନ ଏବେ ନିରପେକ୍ଷ ଦେଶ ଉପରେ ଆକ୍ରମଣ କରୁଛି, ଯାହା ସମସ୍ତଙ୍କୁ ତା’ ବିରୁଦ୍ଧରେ ଯିବାକୁ ବାଧ୍ଯ କରୁଛି।ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ଗୁମର ଖୋଲିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ଦୁନିଆ ଉପରେ ବିପଦ ଥିବାରୁ ଆମେରିକା ନେଲା ଏତେ ବଡ଼ ନିଷ୍ପତ୍ତି। ଟ୍ରମ୍ପଙ୍କ କହିବା ଅନୁଯାୟୀ ଇରାନ ପରମାଣୁ ଅସ୍ତ୍ର ତିଆରି କରିବା ପାଇଁ ଯୋଜନା କରୁଥିଲା । ଏହି ଖବର ଆମେରିକା ଜାଣିପାରିଥିଲା। ଏଣୁ ଇରାନ ଆଗୁଆ ଆକ୍ରମଣ କରିବା ଆଗରୁ ହିଁ ଆମେରିକା ତାର କାମ କରିଦେଲା। ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ କ୍ଷେପଣାସ୍ତ୍ର ବିକାଶ କରୁଛି ଏବଂ ଯଦି ଆମେରିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥାନ୍ତା, ତେବେ ଗୋଟିଏ ମାସ ମଧ୍ୟରେ ଇରାନ ପାଖରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ପରମାଣୁ ଅସ୍ତ୍ର ରହିଥାନ୍ତା। ସେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ସମାଲୋଚନା କରି କହିଛନ୍ତି ଯେ ଓବାମାଙ୍କ ଚୁକ୍ତି ମଧ୍ୟପ୍ରାଚ୍ୟରେ ଇରାନକୁ ପ୍ରଚୁର ଶକ୍ତି ଦେଇଥିଲା। ଯଦି ଟ୍ରମ୍ପ ସେହି ଚୁକ୍ତି ସମାପ୍ତ କରିନଥାନ୍ତେ, ତେବେ ଇରାନ ତିନି ବର୍ଷ ପୂର୍ବରୁ ପରମାଣୁ ଅସ୍ତ୍ର ପାଇଥାନ୍ତା।
ଏଥିସହ ପଢ଼ନ୍ତୁ: ଖାମେନିଙ୍କ ମୃତ୍ୟୁ ପରେ ଭାରତ ଛାଡ଼ିବେ ଅଭିନେତ୍ରୀ, କହିଲେ ଏବେ ମୁଁ ବହୁତ ଖୁସି...
ଟ୍ରମ୍ପ କହିଛନ୍ତି, “ଆଲୋଚନାରୁ ଜଣାପଡୁଥିଲା ଯେ ଇରାନ ପ୍ରଥମେ ଆକ୍ରମଣ କରିବାକୁ ଯାଉଛି। ମୁଁ ଏହା ଚାହୁଁ ନଥିଲି। ସେ ଇରାନ ଶାସନକୁ ଅସୁସ୍ଥ ଏବଂ ପାଗଳ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଯଦି ସେମାନଙ୍କ ଉପରେ ଆକ୍ରମଣ ହୋଇନଥାନ୍ତା, ତେବେ ଇରାନ ଅନେକ ଦେଶକୁ ଧ୍ୱଂସ କରିଥାନ୍ତା। ଟ୍ରମ୍ପ କହିଛନ୍ତି, “ଏହି ଲୋକମାନେ ମାନସିକ ଭାବରେ ଅସୁସ୍ଥ, କ୍ରୋଧିତ ଏବଂ ପାଗଳ। ଯଦି ସେମାନଙ୍କ ପାଖରେ ପରମାଣୁ ଅସ୍ତ୍ର ଥାଆନ୍ତା, ତେବେ ସେମାନେ ସେଗୁଡ଼ିକୁ ଅପବ୍ୟବହାର କରିଥାଆନ୍ତେ।”
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories